Posted inଖେଳ

ପୋଲାର୍ଡଙ୍କୁ ଉପରକୁ ବଲ୍‌ ଫୋପାଡିଲେ ବ୍ରାଭୋ: ପ୍ରତିବଦଳରେ ମିଳିଲା ଚୁମ୍ବନ

ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ମ୍ୟାଚ ସମୟରେ ମୂମ୍ବାଇର କିରନ ପୋଲାର୍ଡ ଏବଂ ଚେନ୍ନାଇର ଡ୍ବେନ୍‌ ବ୍ରାଭୋଙ୍କ ମଧ୍ୟରେ ମଜାଳିଆ ଝଗଡା ଦେଖିବାକୁ ମିଳେ। ପୋଲାର୍ଡଙ୍କ ବ୍ୟାଟିଂ ସମୟରେ ଡ୍ବେନ୍‌ ବ୍ରାଭୋ ତାଙ୍କୁ ଧକ୍କା
ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ସମୟରେ କିରନ ପୋଲାର୍ଡ ଷ୍ଟ୍ରାଇକ୍‌ରେ ଥିଲେ,। ପୋଲାର୍ଡ ୧୪ତମ ଓଭରର ଶେଷ ବଲରେ ବ୍ରାଭୋଙ୍କ ବଲରେ ରାକ୍ଷାତ୍ମକ ସଟ ଖେଳିଥିଲେ। ପରେ ବ୍ରାଭୋ ବଲ ଉଠାଇ ସିଧା ପୋଲାର୍ଡ ଆଡକୁ ଫିଙ୍ଗିଦେଲେ। ବଲ ନିଜ ଆଡକୁ ନ ଆସିବା ପାଇଁ ପୋଲାର୍ଡ ବ୍ୟାଟ ସହିତ ବଲ୍‌କୁ ଅଟକାଇଥିଲେ।
ଏହା ପରେ ବ୍ରାଭୋ ଏକ ମଜାଳିଆ ଢଙ୍ଗରେ ପୋଲାର୍ଡ ସହିତ ଲଢିବାକୁ ଯାଇଥିଲେ, କିନ୍ତୁ ବ୍ରାଭୋ ଉପରେ ରାଗିବା ହେବା ପରିବର୍ତ୍ତେ ପୋଲାର୍ଡ ତାଙ୍କୁ ତାଙ୍କ ମୁଣ୍ଡରେ ଚୁମ୍ବନ ଦେଇଥିଲେ। ପୋଲାର୍ଡ ଏବଂ ବ୍ରାଭୋଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି । ଏହା ପ୍ରଥମ ଘଟଣା ନୁହେଁ,ପଡ଼ିଆରେ ବ୍ରାଭୋ ଏବଂ ପୋଲାର୍ଡ ପଡିଆରେ ପ୍ରାୟତଃ ମଜା କରନ୍ତି।
ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ କ୍ରମାଗତ ସପ୍ତମ ପରାଜୟର ସାମ୍ନା କରିବାକୁ ପଡିବ। ଏହି ମ୍ୟାଚରେ ମାତ୍ର ୧୪ ରନ ସ୍କୋର କରିବା ପରେ କିରନ ପୋଲାର୍ଡ ଆଉଟ ହୋଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ଏହି ମ୍ୟାଚକୁ ୩ ଉଇକେଟରେ ଜିତିଛି।

https://twitter.com/Peep_at_me/status/1517159881916416001


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri