Categories: ଖେଳ

ପନ୍ତଙ୍କୁ ଜରିମାନା, କୋଚ୍‌ଙ୍କୁ ଗୋଟିଏ ମ୍ୟାଚ ବ୍ୟାନ

ନୂଆଦିଲ୍ଲୀ, ୨୩।୪: ଆଇପିଏଲ୍‌ ୨୦୨୨ର ଶୁକ୍ରବାର ୩୪ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚର ଶେଷ ଓଭରରେ ଅମ୍ପାୟାର ଏକ ନୋ ବଲ୍‌ ନ ଦେବାରୁ ରାଗି ଯାଇଥିଲେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ। ଏପରିକି ଖେଳାଳିଙ୍କୁ ପଡ଼ିଆରୁ ଫେରି ଆସିବାକୁ କହିଥିଲେ। ଏହା ସହ ଦିଲ୍ଲୀ କୋଚ୍‌ ମଧ୍ୟ ପଡ଼ିଆ ଭିତରକୁ ପଶି ଆସି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ହେଲେ ମ୍ୟାଚରେ ଆଚାରସଂହିତା ଉଲ୍ଲଙ୍ଘନ ଅଭିଯୋଗରେ ଶନିବାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆଇପିଏଲ୍‌ କର୍ତ୍ତୃପକ୍ଷ।

ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଜରିମାନା ଲଗାଇଛନ୍ତି । ଏହାସହ ଅଲ୍‌ରାଉଣ୍ଡର ଶାର୍ଦ୍ଦୂଳ ଠାକୁର ଓ ସହକାରୀ କୋଚ ପ୍ରବୀଣ ଆମ୍‌ରେଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି। ପନ୍ତଙ୍କ ମ୍ୟାଚ ଫି ଉପରେ କର୍ତ୍ତୃପକ୍ଷ ୧୦୦ ପ୍ରତିଶତ ଜରିମାନା ଲଗାଇଛନ୍ତି । ସେହିପରି ଶାର୍ଦ୍ଦୂଳଙ୍କ ମ୍ୟାଚ ଫି ଉପରେ ୫୦ ପ୍ରତିଶତ ଫାଇନ ଲାଗିଛି । ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ଅଭିଯୋଗରେ କୋଚ ପ୍ରବୀଣ ଆମ୍‌ରେଙ୍କୁ ମ୍ୟାଚ ଫିର ୧୦୦ ପ୍ରତିଶତ ଜରିମାନା ଲାଗିଥିବା ବେଳେ ଆଗାମୀ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଛି।

Share