ଏହି କ୍ରିକେଟର୍‌ଙ୍କ କାହାଣୀ ଶୁଣିଲେ ଆଖିଲେ ଆସିଯିବ ଲୁହ: ଆଇପିଏଲ୍‌ରେ କଲେ ଧମାକା

ମୁମ୍ବାଇ,୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)ରେ ସୋମବାର ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଟକ୍କର ହୋଇଥିଲା। ଏହି ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାମ ଶେଷ ବଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ବାମହାତୀ ଦ୍ରୁତ ବୋଲର ଚେତନ ସକରିଆ ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରିଥିଲେ। ଚେତନ ସକରିଆର ବେସ୍‌ ପ୍ରାଇସ୍‌ ଥିଲା ୨୦ ଲକ୍ଷ ଟଙ୍କା । କିନ୍ତୁ ରାଜସ୍ଥାନ ତାଙ୍କୁ ୧.୨ କୋଟି ଟଙ୍କାରେ କିଣିଛି। ଡେବ୍ୟୁ ମ୍ୟାଚରେ ସକାରିଆ ଚମତ୍କାର ବୋଲିଂ କରି ଚାରି ଓଭରରେ ୩୧ ରନ ଦେଇ ୩ ଉଇକେଟ ନେଇଥିଲେ। ମ୍ୟାଚ୍‌ ପରେ ପୂର୍ବତନ ବିସ୍ଫୋରକ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ କେବଳ ଚେତନ ସକରିଆଙ୍କୁ ପ୍ରଶଂସା କରିନାହାଁନ୍ତି, ବରଂ ତାଙ୍କ ପାଇଁ ଏକ ଭାବପ୍ରବଣ ଟୁଇଟ୍‌ ମଧ୍ୟ କରିଛନ୍ତି। ଚେତନ ସକରିଆଙ୍କ ମା’ଙ୍କ ଏକ ସାକ୍ଷାତକାର ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଶେୟାର କରିଛନ୍ତି ସେହ୍ବାଗ। ଏହି ଟୁଇଟ ଶେୟାର କରି ସେହ୍ବାଗ କ୍ୟାପସନ ଦେଇଛନ୍ତି, ଚେତନ ସକରିଆଙ୍କ ଭାଇ କିଛି ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଥିବାରୁ ତାଙ୍କ ମାତାପିତା ୧୦ଦିନ ପର୍ଯ୍ୟନ୍ତ ଚେତନଙ୍କୁ କିଛି କହି ନଥିଲେ। ଯେତେବେଳେ ସକରିଆ ଜାଣିବାକୁ ପାଇଲେ ଯେ ତାଙ୍କ ଭାଇ ଆତ୍ମହତ୍ୟା କରିଛନ୍ତି, ସେ ଏକ ସପ୍ତାହ ପର୍ଯ୍ୟନ୍ତ କାହା ସହ କଥା ହୋଇ ନ ଥିଲେ କି କିଛି ଖାଇ ମଧ୍ୟ ନ ଥିଲେ। ଆଇପିଏଲରେ ପୁଅ ସ୍ଥାନ ପାଇବାପରେ ଏକ ସାକ୍ଷାତକାରରେ ଚେତନଙ୍କ ମା’ କହିଥିଲେ ଯେ ତାଙ୍କ ପୁଅ ସଂଘର୍ଷ କରି ଏହି ସ୍ଥିତିରେ ପହଞ୍ଚିଛି।
ଆଇପିଏଲ ଲିଗ ପୂର୍ବରୁ ଚେତନ ସକରିଆ କହିଥିଲେ, ମୋ ଭାଇ ରାହୁଲ ଜାନୁଆରୀରେ ଆତ୍ମହତ୍ୟା କରିଥିଲେ। ମୁଁ ସେତେବେଳେ ଟି -୨୦ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଥିଲି। ମୁଁ ଘରକୁ ମଧ୍ୟ ଫେରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବାର ମୁଁ ଜାଣିଲି। ଟୁର୍ନାମେଣ୍ଟ ଭିତରେ ଯେତେବେଳେ ବି ମୁଁ ମୋର ପରିବାର ସଦସ୍ୟଙ୍କୁ ରାହୁଲ(ସାନ ଭାଇ)ଙ୍କ ସହ କଥା ହେବାକୁ କହିଥିଲି, ସେ ବାହାନା କରି ଏହାକୁ ଏଡାଇ ଦେଇଥିଲେ। ଆଜି ମୁଁ ତାଙ୍କୁ ଅଧିକ ମିସ୍‌ କରୁଛି। ଯଦି ସେ ଆଜି ବଞ୍ଚିଥାନ୍ତେ ତେବେ ସେ ମୋ ଅପେକ୍ଷା ଅଧିକ ଖୁସି ହୋଇଥାନ୍ତେ।
ଚେତନ କହିଥିଲେ ଯେ ତାଙ୍କ ପିତା ଏକ ଟ୍ରକ ଚଳାଉଥିଲେ ଏବଂ ସମସ୍ତ ଅସୁବିଧା ଅତିକ୍ରମ କରିବା ପରେ ସେ ଏଠାରେ ପହଞ୍ଚିଥିଲେ। ସେ କହିଛନ୍ତି, ଏପରି ଏକ ସମୟ ଥିଲା ଯେତେବେଳେ ମୋ ବାପା ଟ୍ରକ ଡ୍ରାଇଭର ଥିଲେ, ପରେ ସେ ଅଟୋ ଚଳାଇବା ଆରମ୍ଭ କରିଥିଲେ। ଏହିପରି ଖେଳିବାକୁ ପର୍ଯ୍ୟାପ୍ତ ଜିନିଷ ନଥିଲା, ତେବେ ଅନ୍ୟ ଖେଳାଳିମାନେ ମୋତେ ସାହାଯ୍ୟ କଲେ। ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ତାଙ୍କୁ ଏକ ଷ୍ଟେସନାରୀ ଦୋକାନରେ କାମ କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri