Posted inଖେଳ

ଦୁର୍ଭାଗ୍ୟବଶତଃ ଏହା ଆଉ ଘଟିବ ନାହିଁ: ଦଳରୁ ବାଦ୍‌ ପଡିବା ପରେ କାହିଁକି ଏମିତି କହିଲେ ଓ୍ବାର୍ଣ୍ଣର

ୟୁଏଇ,୨୮।୯: ରାଜସ୍ଥାନ ବିପକ୍ଷ ମ୍ୟାଚ ସମୟରେ ସନରାଇଜର୍ସ ହାଇଦ୍ରାବାଦ ଖେଳୁଥିବା ଏକାଦଶରେ ଡେଭିଡ ୱାର୍ଣ୍ଣରଙ୍କୁ ସ୍ଥାନ ଦେଇ ନ ଥିଲା। ଖରାପ ଫର୍ମରେ ଥିବା ୱାର୍ଣ୍ଣର ଏତେ ନିରାଶ ହୋଇଛନ୍ତି ଯେ ମ୍ୟାଚ ଦିନ ସେ ଷ୍ଟାଡିୟମକୁ ମଧ୍ୟ ନ ଆସି ହୋଟେଲ ରୁମରୁ ପୁରା ମ୍ୟାଚ ଦେଖିଥିଲେ। ୱାର୍ଣ୍ଣର ଷ୍ଟାଡିୟମରେ ନ ଥିବାରୁ କ୍ରିକେଟ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଥିଲେ। ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ହାଇଦ୍ରାବାଦର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରଶ୍ନ କରିଥିଲେ, ଏଥିରେ ୱାର୍ଣ୍ଣରଙ୍କ ଉତ୍ତର ଆସିଥିଲା। ଜଣେ ପ୍ରଶଂସକ କମେଣ୍ଟରେରେ ଲେଖିଛନ୍ତି, ‘ଆମେ ୱାର୍ଣ୍ଣରଙ୍କୁ ଦେଖିପାରୁ ନାହୁଁ, ଆପଣ ତାଙ୍କୁ ଷ୍ଟାଡିୟମରେ ଦେଖିଛନ୍ତି କି?’ ପ୍ରଶଂସକଙ୍କ ଦ୍ୱାରା କରାଯାଇଥିବା ଏହି ମନ୍ତବ୍ୟର ଡେଭିଡ ୱାର୍ଣ୍ଣର ଉତ୍ତର ଦେଇ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ଏହା ଆଉ ଘଟିବ ନାହିଁ। କିନ୍ତୁ ଦୟାକରି ସମର୍ଥନ ଜାରି ରଖନ୍ତୁ। ୱାର୍ଣ୍ଣରଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ପ୍ର ୱାର୍ଣ୍ଣର ଆସନ୍ତା ସିଜନରେ ହାଇଦ୍ରାବାଦ ପାଇଁ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri