Posted inଖେଳ

ସିଏସ୍‌କେକୁ ଅନଫଲୋ କଲେ ରାଇନା

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏଥର ଆଇପିଏଲରୁ ଓହରି ଯାଇଛନ୍ତି। ଏହା ସତ୍ତ୍ୱେ ସେମାନେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଦୁଇଟି ପରାଜୟ ପରେ ରାଇନାଙ୍କୁ ଦଳକୁ ଫେରାଇ ଆଣିବାକୁ କ୍ରିକେଟ ପ୍ରେମୀମାନେ ଦାବି କରିଛନ୍ତି। କିନ୍ତୁ ପରିସ୍ଥିତିରୁ ଯାହା ଲାଗୁଛି ସୁରେଶ ରାଇନା ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ରାସ୍ତା ଅଲଗା ହୋଇଯାଇଛି। ଟୁଇଟର୍‌ରୁ ରାଇନା ସିଏସ୍‌କେକୁ ଅନଫଲୋ କରିଛନ୍ତି। ରାଇନା ଗତ ଶନିବାରଠାରୁ ସିଏସ୍‌କେକୁ ଅନଫଲୋ କରିଦେଇଥିଲେ। ଆଇପିଏଲ ଆରମ୍ଭର ଠିକ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲରୁ ଓହରି ଯାଇଥିଲେ। ପରେ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ ଶ୍ରୀନିବାସନ ରାଇନାଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଇପିଏଲରେ ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରିଥିଲେ। ଦଳର ପ୍ରଶିକ୍ଷକ ଷ୍ଟିଫେନ ପ୍ଲେମିଙ୍ଗ ମଧ୍ୟ କହିଛନ୍ତି ଯେ, ରାଇନା ଏବଂ ଅମ୍ବତି ରାଇଡୁଙ୍କ ଅନୁପସ୍ଥିତି ଯୋଗୁ ଦଳ ଦୁର୍ବଳ ହୋଇପଡିଛିି। ରାଇନା ଦଳକୁ ଫେରିବା କଷ୍ଟକର। ଏହି ସମୟରେ ଆମେ ରାଇନାଙ୍କୁ ଫେରାଇ ଆଣିବାକୁ ଚିନ୍ତା କରିପାରିବୁ ନାହିଁ। ସେ ନିଜେ ଫେରିଗଲେ। ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁ। କ୍ରିକେଟରେ ବିଜୟ, ପରାଜୟ ଲାଗିରହିଛି। ଆମେ ନିଶ୍ଚିତ ଭାବେ ଦୃଢତାର ସହ ଫେରିବୁ ବୋଲି ସିଏସକେ ସିଇଓ କାସି ବିଶ୍ୱନାଥନ କହିଛନ୍ତି। କୁହାଯାଉଛି ଯେ ଦଳର ସିଇଓଙ୍କ ଏଭଳି ଶୁଣିବା ପରେ ରାଇନା ଟୁଇଟରରେ ସିଏସ୍‌କେକୁ ଅନଫଲୋ କରିଥିଲେ। କୁହାଯାଉଛି ଯେ ଦଳର ସିଇଓଙ୍କ ଏଭଳି ଶୁଣିବା ପରେ ରାଇନା ଟୁଇଟରରେ ସିଏସ୍‌କେକୁ ଅନଫଲୋ କରିଥିଲେ। ଗତ କିଛି ଦିନ ହେବ ରାଇନା କଶ୍ମୀରରେ କ୍ରିକେଟ୍‌ ତାଲିମ ଦେଉଥିବାର ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri