Posted inଖେଳ

ଦଳକୁ ଚାମ୍ପିୟନ କରାଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ରହିଗଲା ଗୋଟିଏ ଦୁଃଖ

ଆଇପିଏଲ୍‌ ୨୦୨୦ ଜିତି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା। ୧୫୭ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୮.୪ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। କ୍ୟାରିୟରର ୨୦୦ତମ ଆଇପିଏଲ ମ୍ୟାଚ ଖେଳିଥିଲେ ରୋହିତ। ବଡ଼ ଟାର୍ଗେଟ ନ ଥିବାରୁ ମୁମ୍ବାଇ ବିନା ଚାପରେ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡି’କକ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଥମ ଓଭରରେ ଛକା ମାରି ରୋହିତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଓପନିଂ ଯୋଡ଼ିରେ ୨୫ ବଲ୍‌ରୁ ୪୫ ରନ ସଂଗ୍ରହ ପରେ ଡି’କକ୍‌ ଆଉଟ ହୋଇଥିଲେ। ସେ ୧୨ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୨୦ ରନ କରିଥିବାବେଳେ ମାର୍କୁସ ଷ୍ଟୋଇନ୍ସଙ୍କ ବଲ୍‌ରେ ଉଇକେଟ କିପର ପନ୍ତଙ୍କୁ କ୍ୟାଚ ଦେଇଥିଲେ। ପାଓ୍ବାରପ୍ଲେ ୬ ଓଭରରେ ୬୧ ରନ ସଂଗ୍ରହ କରି ସହଜ ବିଜୟ ପାଇଁ ପଥ ପରିଷ୍କାର କରିଥିଲା ମୁମ୍ବାଇ। ଦ୍ୱିତୀୟ ଉଇକେଟରେ ୪୫ ରନର ଭାଗୀଦାରି ପରେ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ରନ ଆଉଟ ହୋଇ ଥିଲେ। ପରୋକ୍ଷରେ କହିବାକୁ ଗଲେ ସେ ରୋହିତଙ୍କ ପାଇଁ ନିଜ ଉଇକେଟ ଉତ୍ସର୍ଗ କରିଥିଲେ। ସେ ୨୦ ବଲ୍‌ ଖେଳି ୧୯(୧ ଚୌକା, ୧ ଛକା) ରନ କରିଥିଲେ। ସୂର୍ଯ୍ୟକୁମାରଙ୍କ ଉତ୍ସର୍ଗକୁ ବେକାର ହେବାକୁ ଦେଇ ନ ଥିଲେ ରୋହିତ। ଦ୍ରୁତ ଅର୍ଦ୍ଧଶତକ ସହ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଖେଳିଥିଲେ ଅଧିନାୟକ ଇନିଂସ। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରିରୁ ମୁକୁଳିଥିବା ରୋହିତ ୫୧ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୬୮ ରନ ସ୍କୋର କରିଥିଲେ। ଦଳ ଚାମ୍ପିୟନ ହୋଇ ଥିଲେ ମଧ୍ୟ ଅଧିନାୟକ ରୋତି ଶର୍ମାଙ୍କ ଫାଇନାଲ ମ୍ୟାଚ୍‌ରେ ଗୋଟିଏ ଦୁଃଖ ରହିଯାଇଥିଲା।ରୋହିତ ମ୍ୟାଚ୍‌ ପରେ ସୂର୍ଯ୍ୟକୁମାରଙ୍କ ରନ୍‌ ଆଉଟ୍‌କୁ ନେଇ କହିଥିଲେ, ମୁଁ ସେଥିପାଇଁ ଦୁଃଖିତ। ମୋତେ ନିଜ ଉଇକେଟ୍‌ ହରାଇବାର ଥିଲା। ସୂର୍ଯ୍ୟକୁମାର ଯେଉଁ ଫର୍ମରେ ଅଛନ୍ତି ତାଙ୍କୁ ସେତେବେଳେ ଆଉଟ୍‌ ହେବାର ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri