Posted inଖେଳ

ଦଳକୁ ଚାମ୍ପିୟନ କରାଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ରହିଗଲା ଗୋଟିଏ ଦୁଃଖ

ଆଇପିଏଲ୍‌ ୨୦୨୦ ଜିତି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା। ୧୫୭ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୮.୪ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। କ୍ୟାରିୟରର ୨୦୦ତମ ଆଇପିଏଲ ମ୍ୟାଚ ଖେଳିଥିଲେ ରୋହିତ। ବଡ଼ ଟାର୍ଗେଟ ନ ଥିବାରୁ ମୁମ୍ବାଇ ବିନା ଚାପରେ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡି’କକ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଥମ ଓଭରରେ ଛକା ମାରି ରୋହିତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଓପନିଂ ଯୋଡ଼ିରେ ୨୫ ବଲ୍‌ରୁ ୪୫ ରନ ସଂଗ୍ରହ ପରେ ଡି’କକ୍‌ ଆଉଟ ହୋଇଥିଲେ। ସେ ୧୨ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୨୦ ରନ କରିଥିବାବେଳେ ମାର୍କୁସ ଷ୍ଟୋଇନ୍ସଙ୍କ ବଲ୍‌ରେ ଉଇକେଟ କିପର ପନ୍ତଙ୍କୁ କ୍ୟାଚ ଦେଇଥିଲେ। ପାଓ୍ବାରପ୍ଲେ ୬ ଓଭରରେ ୬୧ ରନ ସଂଗ୍ରହ କରି ସହଜ ବିଜୟ ପାଇଁ ପଥ ପରିଷ୍କାର କରିଥିଲା ମୁମ୍ବାଇ। ଦ୍ୱିତୀୟ ଉଇକେଟରେ ୪୫ ରନର ଭାଗୀଦାରି ପରେ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ରନ ଆଉଟ ହୋଇ ଥିଲେ। ପରୋକ୍ଷରେ କହିବାକୁ ଗଲେ ସେ ରୋହିତଙ୍କ ପାଇଁ ନିଜ ଉଇକେଟ ଉତ୍ସର୍ଗ କରିଥିଲେ। ସେ ୨୦ ବଲ୍‌ ଖେଳି ୧୯(୧ ଚୌକା, ୧ ଛକା) ରନ କରିଥିଲେ। ସୂର୍ଯ୍ୟକୁମାରଙ୍କ ଉତ୍ସର୍ଗକୁ ବେକାର ହେବାକୁ ଦେଇ ନ ଥିଲେ ରୋହିତ। ଦ୍ରୁତ ଅର୍ଦ୍ଧଶତକ ସହ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଖେଳିଥିଲେ ଅଧିନାୟକ ଇନିଂସ। ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରିରୁ ମୁକୁଳିଥିବା ରୋହିତ ୫୧ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୬୮ ରନ ସ୍କୋର କରିଥିଲେ। ଦଳ ଚାମ୍ପିୟନ ହୋଇ ଥିଲେ ମଧ୍ୟ ଅଧିନାୟକ ରୋତି ଶର୍ମାଙ୍କ ଫାଇନାଲ ମ୍ୟାଚ୍‌ରେ ଗୋଟିଏ ଦୁଃଖ ରହିଯାଇଥିଲା।ରୋହିତ ମ୍ୟାଚ୍‌ ପରେ ସୂର୍ଯ୍ୟକୁମାରଙ୍କ ରନ୍‌ ଆଉଟ୍‌କୁ ନେଇ କହିଥିଲେ, ମୁଁ ସେଥିପାଇଁ ଦୁଃଖିତ। ମୋତେ ନିଜ ଉଇକେଟ୍‌ ହରାଇବାର ଥିଲା। ସୂର୍ଯ୍ୟକୁମାର ଯେଉଁ ଫର୍ମରେ ଅଛନ୍ତି ତାଙ୍କୁ ସେତେବେଳେ ଆଉଟ୍‌ ହେବାର ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେକର୍ଡଠୁ ହାତେ ଦୂରରେ ଅଶ୍ୱିନ

କାନପୁର,୨୪।୧୧: ଏଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଖରେ ଭେଟେରାନ ଅଫ୍‌ ସ୍ପିନର ହରଭଜନ...

ଶହୀଦଙ୍କୁ ସଲାମ କଲେ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୫।୪: ଛତିଶଗଡରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ଦେଶର ୨୨ ସାହସୀ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ଅନେକ ଗୁରୁତର ଆହତ ହୋଇଛନ୍ତି। ଏତେ ସଂଖ୍ୟକ...

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ବୁମ୍‌ରା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଜଶପ୍ରୀତ ବୁମ୍‌ରା ଆଇସିସି ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି।...

ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୧୭।୮(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦେଶର ଅନ୍ୟ ୧୮ଜଣ କ୍ରୀଡ଼ାବିତ୍‌ଙ୍କ ସମେତ...

ସର୍ବଭାରତୀୟ ବନବିଭାଗ କ୍ରୀଡ଼ା ଉଦ୍‌ଘାଟିତ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ବନବିଭାଗ କ୍ରୀଡ଼ା(ଏଆଇଏଫଏସଏମ)ର ୨୫ତମ ସଂସ୍କରଣ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ...

ମାର୍ଚ୍ଚ ୨୭ରୁ ଆଇପିଏଲ୍‌-୧୫; ଭେନ୍ୟୁ ମଧ୍ୟରେ ଭାରତ ପଛକୁ ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା

ମୁମ୍ବାଇ,୨୩।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ସମ୍ଭବତଃ ୬୦ ଦିନ ଧରି ଚାଲିବାକୁ ଥିବା...

କାତାରକୁ ଏଲିମିନେଟ କଲା ସେନେଗାଲ

ଦୋହା, ୨୬।୧୧: ଚଳିତ ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ ଆୟୋଜକ କାତାର ଏଲିମିନେଟ ହୋଇଛି। ଅଲ ଥୁମାମା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଶୀର୍ଷ ସ୍ଥାନ ଦୃଢ଼ କଲା ଭାରତ

ଦୁବାଇ, ୨୨।୧୦ (ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍‌ ଦଳ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଅନୁଷ୍ଠିତ ୩ୟ ଟେଷ୍ଟ ମ୍ୟାଚ୍‌କୁ ଇନିଂସ ଓ...

Advertisement
Archives

Model This Week