Posted inଖେଳ

କ୍ରିକେଟ ପାଇଁ ମା’ଙ୍କଠାରୁ ଖାଉଥିଲେ ମାଡ, ଏବେ ଶାହରୁଖ ଖାନ୍‌ଙ୍କ ଟିମ୍‌କୁ କନ୍ଦାଇଲେ

ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଶଂସକମାନେ ପ୍ରାୟତଃ ରନ ବର୍ଷା ହେଉଥିବା ଦେଖନ୍ତି, କିନ୍ତୁ ବେଳେବେଳେ ବୋଲରମାନେ ମଧ୍ୟ ବୋଲିଂ କରି ବ୍ୟାଟ୍ସମ୍ୟାନ୍‌ଙ୍କୁ ହଇରାଣ କରନ୍ତି। ଆଇପିଏଲ ୨୦୨୦ର ୩୯ତମ ମ୍ୟାଚରେ ତାହା ଦେଖିବାକୁ ମିଳିଥିଲା ଏହି ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଦଳ ମାତ୍ର ୮୪ ରନରେ ଅଲଆଉଟ୍‌ ହୋଇଥିଲା। ବାଙ୍ଗାଲୋରର ପ୍ରତ୍ୟେକ ବୋଲର କୋଲକାତା ବିପକ୍ଷରେ ଦମ୍‌ଦାର ବୋଲିଂ କରିଥିଲେ। ୟୁଜବେନ୍ଦ୍ର ଚହଲ ୪ ଓଭରରେ ୧୫ ରନ ଦେଇ ୨ ଉଇକେଟ ନେଇଥିଲେ। ୱାଶିଂଟନ ସୁନ୍ଦର ୪ ଓଭରରେ ୧୪ ରନ ପାଇଁ ୧ ଉଇକେଟ ନେଇଥିଲେ। କିନ୍ତୁ ମହମ୍ମଦ ସିରାଜ ସବୁଠୁ ଭଲ ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କୋଲକାତା ବିପକ୍ଷରେ ୮ ରନ ପାଇଁ ସିରାଜ ୩ ଉଇକେଟ ନେଇଥିଲେ। ସିରାଜ ପ୍ରଥମ ଓଭରରୁ ଶାହରୁଖ ଖାନଙ୍କ ଦଳର ବ୍ୟାଟ୍ସମ୍ୟାନଙ୍କ ଅସୁବିଧାରେ ପକାଇଥିଲେ। ପ୍ରଥମ ଓଭରରେ କ୍ରମାଗତ ଦୁଇଟି ବଲରେ ସିରାଜ ରାହୁଲ ତ୍ରିପାଠୀ ଏବଂ ନୀତୀଶ ରାଣାଙ୍କୁ ଆଉଟ୍‌ କରିଥିଲେ। ଏହା ପରେ ସେ ଟମ ବଣ୍ଟନଙ୍କ ଉଇକେଟ ମଧ୍ୟ ନେଇଥିଲେ। ସିରାଜ ତାଙ୍କର ପ୍ରଥମ ଦୁଇ ଓଭର୍‌ ମେଡେନ୍‌ ପକାଇଥିଲେ। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଖେଳାଳି ଏହି ଉପଲବ୍ଧି ହାସଲ କରିଛନ୍ତି। ମହମ୍ମଦ ସିରାଜ କେକେଆର୍‌ ବିପକ୍ଷରେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଗୋଟିଏ ବି ଚୌକା ଦେଇ ନ ଥିଲେ।

ମହମ୍ମଦ ସିରାଜଙ୍କ କ୍ରିକେଟରେ ଯାତ୍ରା ଏତେ ସହଜ ନ ଥିଲା। ସିରାଜ ହାଇଦ୍ରାବାଦର ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତା ଜଣେ ଅଟୋ ଡ୍ରାଇଭର ଥିଲେ। ଅଟୋ ଡ୍ରାଇଭର ହୋଇଥିଲେ ମଧ୍ୟ ପିତା ସିରାଜଙ୍କୁ କ କୌଣସି ଜିନିଷରୁ ବଞ୍ଚିତ ହେବାକୁ ଦେଇ ନ ଥିଲେ। ସିରାଜ ଦିନସାରା କ୍ରିକେଟ ଅଭ୍ୟାସ କରୁଥିଲେ। ଏପରିକି ସେ ରାତିରେ ଅଭ୍ୟାସ କରିବାକୁ ଯାଉଥିଲେ। ଅଧିକ ଅଭ୍ୟାସ ହେତୁ, ମା’ ମଧ୍ୟ ତାଙ୍କୁ ଅନେକ ଥର ମାଡ ମାରିଥିଲେ କିନ୍ତୁ ଏହି ଜିଦ ତାଙ୍କୁ ଆଇପିଏଲ୍‌କୁ ନେଇଗଲା। ମହମ୍ମଦ ସିରାଜଙ୍କୁ ଆଇପିଏଲ ୨୦୧୭ରେ ୨.୬ କୋଟି ମୂଲ୍ୟରେ ସନରାଇଜର୍ସ ହାଇଦ୍ରାବାଦ କିଣିଥିଲା ଏବଂ ଏହା ପରେ ଏହି ବୋଲର ପଛକୁ ଚାହିଁ ନ ଥିଲେ। ୨୦୧୭ରେ ସିରାଜ ଭାରତ ପାଇଁ ଟି-୨୦ ଡେବ୍ୟୁ କରିଥିଲେ ଏବଂ ୨୦୧୯ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏଏକଦିବସୀୟ ଡେବ୍ୟୁ କରିଥିଲେ। ସିରାଜ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଛାପ ଛାଡି ପାରି ନାହାଁନ୍ତି କିନ୍ତୁ ଆଇପିଏଲରେ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri