Posted inଖେଳ

ଆଇପିଏଲ୍‌-୧୪: ସ୍ମିଥ୍‌ଙ୍କୁ ଛାଡ଼ିଲା ରାଜସ୍ଥାନ, ସାମସନ ଅଧିନାୟକ

ନୂଆଦିଲ୍ଲୀ,୨୧।୧(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫ୍ରାଞ୍ଚାଇଜ୍‌ଗୁଡିକ ଅଣ୍ଡର ପରଫର୍ମର ଖେଳାଳିମାନଙ୍କୁ ଛାଡିଛନ୍ତି। ଏନେଇ ଦଳଗୁଡିକ ରିଲିଜ୍‌ ତାଲିକା ପ୍ରକାଶିତ କରିଛନ୍ତି। କେତେକ ସୁପରଷ୍ଟାରଙ୍କୁ ଦଳଗୁଡିକ ଛାଡିଥିବା ବେଳେ ଯୁବ ଖେଳାଳିମାନଙ୍କୁ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ରାଜସ୍ଥାନ ରୟାଲ୍ସ ଛାଡିଥିବା ବେଳେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଅଧିନାୟକ ନିଯୁକ୍ତ କରିଛି। ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ବଜାୟ ରଖିଥିବା ବେଳେ ବରିଷ୍ଠ ସ୍ପିନର ହରଭଜନ ସିଂଙ୍କୁ ରିଲିଜ୍‌ କରିଛି।
ଆଇପିଏଲ୍‌ର ଆଗାମୀ ୧୪ତମ ସଂସ୍କରଣ ପାଇଁ ଖେଳାଳିମାନଙ୍କ ରିଟେନ (ବଜାୟ) ଓ ଛାଡିବା (ରିଲିଜ) ତାଲିକା ଦାଖଲ କରିବାକୁ ଫ୍ରାଞ୍ଚାଇଜଗୁଡିକୁ କୁହାଯାଇଥିଲା। ଏ ନେଇ ବୁଧବାରକୁ ଡେଡ୍‌ ଲାଇନ୍‌ ବା ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା।
ଆଇପିଏଲ୍‌ର ବ୍ରାଣ୍ଡ ଭାଲ୍ୟୁରେ ବୃଦ୍ଧି ହୋଇଛି ା ଏହି ଲିଗ୍‌ରେ ପ୍ରତିବର୍ଷ ଉନ୍ନତି ହେବାର ଲାଗିଛି। ତେଣୁ ନେତୃତ୍ୱକୁ ନେଇ ମଧ୍ୟ ପ୍ରତିବର୍ଷ ବିଚାର କରାଯିବା ଅପରିହାର୍ଯ୍ୟ ହୋଇପଡିଛି। ତେଣୁ ସ୍ଥାନୀୟ ଭାରତୀୟ ଖେଳାଳିଙ୍କୁ ଅଧିନାୟକ ନିଯୁକ୍ତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ରାଜସ୍ଥାନ ମାଲିକ ମନୋଜ ବଡାଲେ କହିଛନ୍ତି। ରାଜସ୍ଥାନରେ ସାମସନ ଡେବ୍ୟୁ କରିଥିଲେ। ଗତ ୮ ବର୍ଷ ମଧ୍ୟରେ ସେ ବହୁତ ଉନ୍ନତି କରିଛନ୍ତି। ତେଣୁ ଆଗାମୀ ୨୦୨୧ ସେସନରେ ସେ ରାଜସ୍ଥାନର ନେତୃତ୍ୱ ନେବାକୁ ଯୋଗ୍ୟ ବୋଲି ମନୋଜ କହିଛନ୍ତି। ଅନ୍ୟପେଟ ସ୍ମିଥ୍‌ଙ୍କ ଚୁକ୍ତି ୨୦୨୦ ଅକ୍ଟୋବରରେ ଶେଷ ହୋଇଛି। ତେଣୁ ତାଙ୍କୁ ରିଲିଜ୍‌ କରାଯାଇଛି। ସେହିପରି ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ଓପନର ଆରୋନ ଫିଞ୍ଚ୍‌ଙ୍କୁ ଯଥାକ୍ରମେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରିଲିଜ୍‌ କରିଛନ୍ତି। ସେହିପରି ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ସେଲଡନ କଟ୍ରେଲ, ଆଫଗାନିସ୍ତାନ ଖେଳାଳି ମୁଜିବ- ଉର- ରହମାନ ଓ ନ୍ୟୁଜିଲାଣ୍ଡର ଜିମ୍ମି ନିଶାମଙ୍କୁ ମଧ୍ୟ ପଞ୍ଜାବ ରିଲିଜ କରିଛି। ନିଶାମ ଆଙ୍ଗୁଠିରେ ଆସ୍ତ୍ରୋପଚାର କରାଇଛନ୍ତି। ସେହିପିର ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ଲାସିଥ ମାଲିଙ୍ଗାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିଛି। ସେହିପରି କେଦାର ଯାଦବ, ପୀୟୂଷ ଚାଓ୍ବଲା ଓ ମୁରଲୀ ବିଜୟଙ୍କୁ ମଧ୍ୟ ଚେନ୍ନାଇ ଛାଡିଛି। ଶେରଫାନ୍‌ ରଦରଫୋର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜାସନ ରଏ, ଉଇକେଟକିପର ଆଲେକ୍ସ କାରେ, ଲେଗ୍‌ ସ୍ପିନର ସନ୍ଦୀପ ଲାମିଚେନ ଓ ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ବିନା ଏଥର ପଡିଆକୁ ଓହ୍ଲାଇବ। ମାଲିଙ୍ଗା ମୁମ୍ବାଇର ବିଜୟଧାରାରେ ସାମିଲ ରହିଆସୁଥିଲେ ମଧ୍ୟ ଗତବର୍ଷ ବ୍ୟକ୍ତିଗତ କାରଣରୁ ଦଳରେ ଯୋଗ ଦେଇ ନ ଥିଲେ। ସେହିପରି ସ୍ମିଥ୍‌ଙ୍କ ନେତୃତ୍ୱରେ ପ୍ରଥମ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ଗତ ସଂସ୍କରଣରେ ତାଲିକାର ଶେଷରେ ରହିଥିଲା। ସେ ୧୪ଟି ମ୍ୟାଚ୍‌ ଖେଳି ୧୩୧ ଷ୍ଟାଇକ ୍‌ରେଟ୍‌ରେ ୩୧୧ ରନ ସଂଗ୍ରହ କରିଥିଲେ। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ ରହିଥିଲା। ୨୦୧୮ ଆଇପିଏଲ ପୂର୍ବରୁ ଏକମାତ୍ର ଖେଳାଳିଭାବେ ସ୍ମିଥ୍‌ ୧୨.୫ କୋଟି ଟଙ୍କା ମୂଲ୍ୟରେ ବଜାୟ ରହିଥିଲେ। ଏହି ବର୍ଷ ସେ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। କିନ୍ତୁ ଗତବର୍ଷ ଦଳର ଖରାପ ପ୍ରଦର୍ଶନ ପାଇଁ ତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଥିଲା। ନେତୃତ୍ୱ ପାଇଥିବାରୁ ସାମସନ ଖୁସି ଜାହିର କରିଛନ୍ତି। ଏଥିପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ସେହିପରି ବ୍ୟାଟିଂରେ ସୁଧାର ଆଣିବାକୁ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ରାଇନାଙ୍କୁ ବଜାୟ ରଖିଛି। ଗତବର୍ଷ ରାଇନା ବ୍ୟକ୍ତିଗତ କାରଣରୁ ହଠାତ ଦଳ ଛାଡି ସମସ୍ତଙ୍କୁ ଚକିତ କରିଥିଲେ। ୩ଥର ଟାଇଟଲ ଜିତିଥିବା ଚେନ୍ନାଇ ପ୍ରଥମଥର ପାଇଁ ଗତଥର ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମାର୍କସ ଷ୍ଟୋଇନିସଙ୍କୁ ବଜାୟ ରଖିଛି। ଗତ ସଂସ୍କରଣରେ ଷ୍ଟୋଇନିସ୍‌ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ୧୪୮.୫୨ ଷ୍ଟ୍ରାଇକରେଟ୍‌ ଓ ୨୫.୧୪ ଆଭରେଜରେ ସେ ମିଡଲ ଅର୍ଡରରେ ବ୍ୟାଟିଂ କରି ୩୫୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେ ୯.୫୩ ଇକୋନୋମିରେ ୧୩ଟି ଉଇକେଟ ଅକ୍ତିଆର କରିଥିଲେ।
ବୁଧବାର ପୂର୍ବରୁ ଚେନ୍ନାଇ ପାଖରେ ଏବେ ଆଉ ମାତ୍ର ୧୫ ଲକ୍ଷ ଟଙ୍କା ବାକି ରହିଛି। ଅନ୍ୟପଟେ ପଞ୍ଜାବ ପାଖରେ ୧୬.୫ କୋଟି ଟଙ୍କା ବାକି ରହିଛି। ବୁଧବାର ପୂର୍ବରୁ ଜାରି ହୋଇଥିବା ତାଲିକା ଅନୁସାରେ ରାଜସ୍ଥାନ ପାଖରେ ୧୪.୭୫ କୋଟି ଟଙ୍କା, ସନରାଇଜର୍ସ ହାଇଦ୍ରାବାଦ ପାଖରେ ୧୦.୧, ଦିଲ୍ଲୀ ପାଖରେ ୯ କୋଟି, କୋଲକାତା ନାଇଟ ରାଇଡର୍ସ ପାଖରେ ୮.୫ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୬.୪ ଓ ମୁମ୍ବାଇ ପାଖରେ ୧.୯୫ କୋଟି ଟଙ୍କା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri