Posted inଖେଳ

ଆଇପିଏଲ- ୧୪: ପନ୍ତ- ରାହୁଲ ମୁକାବିଲା

ମୁମ୍ବାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ। ବିଭିନ୍ନ ଦୃଷ୍ଟିକୋଣରୁ ଦିଲ୍ଲୀ ପାଦେ ଆଗରେ ଥିବା ପରି ଜଣାପଡୁଛି। ତେବେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟାରେ ଖେଳାଯିବାକୁ ଥିବା ଲିଗ୍‌ର ଏହି ୧୧ତମ ମ୍ୟାଚ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଦୁଇଟି ଯାକ ଦଳ ସେମାନଙ୍କ ଗତ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି।
ଆଇପିଏଲ୍‌ରେ ନେତୃତ୍ୱ ଦୃଷ୍ଟିକୋଣରୁ ବିଚାର କରାଗଲେ ପନ୍ତ ସାମାନ୍ୟ ଅନଭିଜ୍ଞ ଜଣା ପଡୁଛନ୍ତି। ଗତ ମ୍ୟାଚ୍‌ରେ ଏହି କାରଣରୁ ସେ ସୁଯୋଗ ହରାଇଥିଲେ। ଦଳର ଶ୍ରେଷ୍ଠ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କ କୋଟା ପୂରଣ ନ କରି ସେ ଟମ୍‌ କୁରାନଙ୍କ ଭଳି ମିଡିୟମ ପେସରଙ୍କୁ ବ୍ୟବହାର କରିଥିଲେ। କୋଚ୍‌ ରିକି ପଣ୍ଟିଂ ଏ ନେଇ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ ଏହି ତ୍ରୁଟି ସୁଧାରିବେ ବୋଲି ଆଶା କରାଯାଉଛି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ୭ ଉଇକେଟରେ ଚେନ୍ନାଇକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ରାଜସ୍ଥାନ ରୟାଲ୍ସଠାରୁ ୩ ଉଇକେଟରେ ପରାସ୍ତ ହୋଇଥିଲା। ଦ୍ରୁତ ବୋଲର ଅନରିଚ୍‌ ନର୍ଜେ ଅନ୍ତିମ ଏକାଦଶରେ ସାମିଲ ହେଲେ ଦିଲ୍ଲୀ ଦଳର ବୋଲିଂ ଆଟାକ ଆହୁରି ଦୃଢ ହେବ ବୋଲି କୁହାଯାଇପାରେ। ଗତ ମ୍ୟାଚ୍‌ରେ କୁରାନଙ୍କ ବୋଲିଂରେ ପେସ୍‌ ନ ଥିବାରୁ କ୍ରିସ୍‌ ମୋରିସ ଓ ଡେଭିଡ ଓ୍ବାର୍ନର ଏହାର ଭରପୂର ଫାଇଦା ଉଠାଇଥିଲେ।
ଅପରପକ୍ଷରେ ପଞ୍ଜାବ କିଙ୍ଗ୍ସ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନକୁ ୪ ରନରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇଠାରୁ ୬ ଉଇକେଟରେ ପରାସ୍ତ ହୋଇଥିଲା। ଦୀପକ ଚହରଙ୍କ ଅତିରିକ୍ତ ବାଉନ୍ସ ଓ ସିମ୍‌ ମୁଭମେଣ୍ଟକୁ ମାପିପାରି ପଞ୍ଜାବ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ପ୍ରଥମ ମ୍ୟାଚ୍‌ରେ ୨୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ ମଧ୍ୟ ପଞ୍ଜାବ ଦ୍ୱିତୀୟ ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।
ଫ୍ଲଡ୍‌ଲାଇଟ୍‌ ତଳେ ଓ୍ବାଙ୍ଖଡେ ପିଚ୍‌ ନେଇ କେତୋଟି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୱାଲିଟି ଫାଷ୍ଟ ବୋଲିଂ ଆଗରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଇଛି। ତେଣୁ ରାହୁଲ ବନାମ କାଗିସେ ରାବାଡ଼ା ମୁକାବିଲା ରୋମାଞ୍ଚକ ହେବ। ସେହିପରି କ୍ରିସ୍‌ ଗେଲ୍‌ଙ୍କୁ କ୍ରିସ ଓ୍ବକ୍ସଙ୍କ ବୋଲିଂ ମଧ୍ୟ ଦେଖିବାଯୋଗ୍ୟ ହେବ। ସେହିପରି ମହମ୍ମଦ ସାମିଙ୍କୁ ପୃଥ୍ବୀ ଶ କିପରି ଖେଳୁଛନ୍ତି ଓ ଅର୍ଶଦୀପ ସିଂଙ୍କୁ ଶିଖର ଧାଓ୍ବନ କିଭଳି ମୁକାବିଲା କରୁଛନ୍ତି ତାହା ଦେଖିବା ମଜାଦାର ହେବ।
ଦୁଇ ଦଳର ବ୍ୟାଟିଂ ବେଶ୍‌ ଦୃଢ ମନେହୁଏ। ଦିଲ୍ଲୀ ପୃଥ୍ବୀ, ଧାଓ୍ବନ ଓ ପନ୍ତଙ୍କ ଉପରେ ନିର୍ଭରଶୀଳ ହେବ। ସେହିପରି ପଞ୍ଜାବର ବ୍ୟାଟିଂ ରାହୁଲ, ଗେଲ ଓ ଦୀପକ ହୁଦାଙ୍କ ଉପରେ ନିର୍ଭର କରିବ। ଦୁଇ ଦଳର ଦୁର୍ବଳତା ମଧ୍ୟ ଠିକ୍‌ ସମାନ। ଅଜିଙ୍କ୍ୟ ରାହାନେଙ୍କଠାରେ ପାଓ୍ବାରା ହିଟିଂ କ୍ଷମତାର ଅଭାବ ରହିଛି। ମାର୍କସ ଷ୍ଟୋଇନିସ୍‌ଙ୍କ ଅସ୍ଥିର ପ୍ରଦର୍ଶନ ଦିଲ୍ଲୀ ମିଡ୍‌ଲ ଅର୍ଡରକୁ ପ୍ରଭାବିତ କରୁଛି। ସେହିପରି ନିକୋଲା ପୁରନ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଦୁର୍ବଳ ପ୍ରଦର୍ଶନ ପଞ୍ଜାବ ପ୍ରଦର୍ଶନକୁ ପ୍ରଭାବିତ କରିଛି। ଦୁଇ ଦଳର ମିଡ୍‌ଲ ଅର୍ଡର ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇନାହିଁ।
ପଞ୍ଜାବ ଦଳରେ ସାମି, ଝେ ରିଚାର୍ଡସନ, ରିଲେ ମର୍ଡିଥଙ୍କ ଭଳି କ୍ୱାଲିଟି ପେସର ରହିଛନ୍ତି। ମିଷ୍ଟ୍ରି ସ୍ପିନର ମୁରୁଗାନ ଅଶ୍ୱିନ ସେତେଟା ସଫଳ ହୋଇନାହାନ୍ତି। ତେଣୁ ରବି ବିଷ୍ନୋଇଙ୍କୁ ନେଇ କୋଚ୍‌ ଅନିଲ କୁମ୍ବଲେ ଓ ରାହୁଲ ବିକଳ୍ପ ରୂପେ ବ୍ୟବହାର କରିପାରନ୍ତି।
ପଞ୍ଜାବ କିଙ୍ଗ୍ସ ଦଳ:
କେ.ଏଲ୍‌. ରାହୁଲ (ଅଧିନାୟକ/ଉଇକେଟକିପର), ମୟଙ୍କ ଅଗ୍ରଓ୍ବାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂ,ପ୍ରବ୍ସିିମରନ ସିଂ, ନିକୋଲାସ ପୁରାନ (ଉଇକେଟକିପର), ସର୍ଫରାଜ ଖାନ୍‌, ଦୀପକ ହୁଦା, ମୁରୁଗାନ ଅଶ୍ୱିନ, ରବି ବିଷ୍ଣୋଇ, ହରପ୍ରୀତ ବ୍ରାର୍‌, ମହମ୍ମଦ ସାମି, ଆକାଶଦୀପ ସିଂ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଡାଓ୍ବିଡ ମାଲାନ, ଝେ ରିଚାର୍ଡସନ, ଶାହରୁଖ ଖାନ୍‌, ରିଲେ ମର୍ଡିଥ୍‌, ମୋଇସେସ୍‌ ହେନରିକ୍‌, ଜଲଜ ସାକ୍ସେନା, ଉତ୍କର୍ଷ ସିଂ, ଫାବିଏନ୍‌ ଆଲେନ୍‌ ଓ ସୌରଭ କୁମାର।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ: ରିଷଭ ପନ୍ତ (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକ୍‌ମ୍ୟାନ ମେରିଓ୍ବାଲା, ଏମ୍‌. ସିଦ୍ଧାର୍ଥ, ଟମ୍‌ କୁରାନ ଓ ସାମ୍‌ ବିଲିଙ୍ଗ୍ସ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ଦିଲ୍ଲୀ- ପଞ୍ଜାବ
ସ୍ଥାନ: ଓ୍ବାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri