Posted inଖେଳ

ଆଇପିଏଲ-୧୪: କୋଲକାତାର ଦିଲ୍ଲୀ ପରୀକ୍ଷା ଆଜି

ଅହମଦାବାଦ,୨୯।୪(ପି.ଟି.): ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି। ଗୁରୁବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ କୋଲକାତା ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଦିଲ୍ଲୀ ବିପକ୍ଷରେ କୋଲକାତାର ବ୍ୟାଟିଂ ବିଭାଗ ପରୀକ୍ଷାର ସମ୍ମୁଖୀନ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୫ତମ ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରୁଛି।
କୋଲକାତାର ବ୍ୟାଟିଂ ଆଶାନୁରୂପ ହୋଇପାରିନାହିଁ। ପ୍ରତିଭାସମ୍ପନ୍ନ ଓପନର ଶୁବମନ ଗିଲ ୬ଟି ମ୍ୟାଚ୍‌ରୁ ଏ ପର୍ଯ୍ୟନ୍ତ ମାତ୍ର ୮୯ ରନ ସଂଗ୍ରହ କରି ନିଜ ଦୁର୍ବଳ ଫର୍ମର ପରିଚୟ ଦେଇଛନ୍ତି। ଦୁଇ ସ୍ପିନର ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଦଳର ଟପଅର୍ଡର ଏ ପର୍ଯ୍ୟନ୍ତ ଲୟ ଫେରିପାଇନାହିଁ। ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଧାର୍ଯ୍ୟ କରିଥିତ୍ବା ୧୨୪ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ କୋଲକାତାକୁ ସଂଘର୍ଷ କରିବାକୁ ପଡିଥିଲା। ଦଳ ୩ ଓଭରରେ ମାତ୍ର ୧୭ ରନରେ ୩ ଉଇକେଟ ହରାଇଥିଲା। ତେବେ ଅଧିନାୟକ ମୋର୍ଗାନ ଭଲ ବ୍ୟାଟିଂ କରି ଦଳକୁ ଜିତାଇଥିଲେ। କୋଲକାତା ୬ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୪ ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ତେବେ ଦିଲ୍ଲୀ ୬ ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। କୋଲକାତା ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌କୁ ହରାଇଥିବା ବେଳେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ରେ ଯଥାକ୍ରମେ ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ ଓ ରାଜସ୍ଥାନଠାରୁ ପରାସ୍ତ ହୋଇଛି। ଦିଲ୍ଲୀ ତରଫରୁ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୨୬୫ ରନକରି ସର୍ବାଧିକ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ପୃଥ୍ବୀ ଶ, ଷ୍ଟିଭ ସ୍ମିଥ୍‌ ଓ ବିପଜ୍ଜନକ ରିଷଭ ପନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଦୁର୍ବଳ ଫର୍ମ ପାଇଁ ଶୁବମନଙ୍କୁ ନିମ୍ନକ୍ରମରେ ପଠାଯାଇ ନାରିନଙ୍କୁ ଓପନିଂ କରିବାର ସୁଯୋଗ ଦେବାକୁ ମୋର୍ଗାନ ଚିନ୍ତା କରିବା ଉଚିତ। ରାହୁଲ ତ୍ରିପାଠୀଙ୍କ ସହ ନାରିନ ଓପନ କରିବା ବିକଳ୍ପକୁ ନେଇ ଚିନ୍ତା କରାଯାଇପାରେ। ମୋର୍ଗାନ, ଆନ୍ଦ୍ରେ ରସେଲ, ଦୀନେଶ କାର୍ତ୍ତିକ ମିଡଲ ଅର୍ଡରରେ ସେମାନଙ୍କର ଯୋଗଦାନ କରିଛନ୍ତି। ସେହିପରି ମଙ୍ଗଳବାର ଦିଲ୍ଲୀ ମାତ୍ର ୧ ରନ ପାଇଁ ବାଙ୍ଗାଲୋରଠାରୁ ହାରିଥିଲା। ଏଥିରେ ଶିମରନ ହେଟମେୟର ଓ ପନ୍ତ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓହରିଯିବା ପରେ ଦିଲ୍ଲୀ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରି ଲାଭ ପାଇଛି। ଦିଲ୍ଲୀ ଦଳରେ କାଗିସୋ ରାବାଡ଼ା, ଈଶାନ୍ତ, ଅମିତ ମିଶ୍ରା ଓ ଅକ୍ଷର ପଟେଲଙ୍କ ଭଳି ବୋଲର ରହିଥିବାରୁ କୋଲକାତାର ବ୍ୟାଟିଂ ଲାଇନ ପରୀକ୍ଷା ସମ୍ମୁଖୀନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri