Posted inଖେଳ

ଆଇପିଏଲ୍‌-୧୪: ନୂଆ ଅଧିନାୟକଙ୍କ ଲଢ଼େଇ

ମୁମ୍ବାଇ,୧୫।୪(ପି.ଟି.): ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ୍‌ର ପରାଜୟକୁ ଭୁଲି ଦ୍ୱିତୀୟ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏହି ସପ୍ତମ ମ୍ୟାଚ୍‌ ସାମ୍‌ସନଙ୍କ ସମେତ ରାଜସ୍ଥାନ ଦଳ ପାଇଁ ପରୀକ୍ଷା ସୃଷ୍ଟି କରିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ହାଇସ୍କୋରିଂ ପ୍ରଥମ ମ୍ୟାଚ୍‌ରେ ସାମ୍‌ସନଙ୍କ ଧୂଆଁଧାର ଶତକ ସତ୍ତ୍ୱେ ରାଜସ୍ଥାନ ମାତ୍ର ୪ ରନରେ ପରାସ୍ତ ହୋଇଥିଲା। ଅନ୍ୟପଟେ ରିଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୮ଟି ବଲ୍‌ ବାକି ରଖି ୭ ଉଇକେଟରେ ସହଜରେ ପରାସ୍ତ କରିଥିଲା। ଫଳରେ ଦିଲ୍ଲୀର ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଛି। ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଇଞ୍ଜୁରି କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିଛନ୍ତି। ଏହା ରାଜସ୍ଥାନ ପାଇଁ ସବୁଠାରୁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ଫଳରେ ରାଜସ୍ଥାନର ସମସ୍ୟା ଦ୍ୱିଗୁଣିତ ହୋଇଛି।
ପଞ୍ଜାବ ବିପକ୍ଷରେ ୨୨୨ ରନର ଟାର୍ଗେଟର ପିଛା କରି ରାଜସ୍ଥାନ ଅଳ୍ପକେ ବିଜୟ ହାତଛଡା କରିଥିଲା। ସାମ୍‌ସନ ୬୩ ବଲରୁ ୧୨ ଚୌକା ଓ ୭ ଛକା ସହ ୧୧୯ ରନର ଲଢୁଆ ଶତକୀୟ ପାଳି ଖେଳିଥିଲେ। ଶେଷ ବଲ୍‌ରେ ବିଜୟ ପାଇଁ ୫ ରନ ଆବଶ୍ୟକ ହେଉଥିବା ବେଳେ ସାମ୍‌ସନ ଆଉଟ ହେବା ଫଳରେ ଦଳ ପରାଜୟ ବରଣ କରିଥିଲା। ଏକା ଲଢେଇ କରି ଦଳକୁ ବିଜୟ ଦ୍ୱାର ନିକଟରେ ପହଞ୍ଚାଇଥିଲେ ମଧ୍ୟ ଏହି ପରାଜୟ ସାମ୍‌ସନଙ୍କୁ ନିରାଶ କରିଥିଲା। ପୁଣି ଅଙ୍ଗୁଳି ଭାଙ୍ଗିଥିବା କାରଣରୁ ଓଭରସିଜ୍‌ ଷ୍ଟାର ବେନ୍‌ ଷ୍ଟୋକ୍ସ ଦଳରୁ ବାଦ୍‌ ପଡିବା ମଧ୍ୟ ରାଜସ୍ଥାନ ଦଳକୁ ନିରାଶ କରିଛି। ଷ୍ଟୋକ୍ସଙ୍କ ଅନୁପସ୍ଥିତି ଜୋସ ବଟଲର, ଶିବମ୍‌ ଦୁବେ ଓ ରିୟାନ ପରାଗ ଭଳି ଖେଳାଳିଙ୍କୁ ଭଲ ଖେଳିବା ପାଇଁ ଚାପ ସୃଷ୍ଟି କରିବ। ମନନ ଭୋରା, ବଟଲର, ଦୁବେ, ପରାଗ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରିପାରି ନ ଥିଲେ ଓ ସାମ୍‌ସନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିପାରି ନ ଥିଲେ। ରାଜସ୍ଥାନର ବୋଲିଂ ବିଭାଗ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ବୋଲିଂର ଦୁର୍ବଳତା ପଦାରେ ପଡିଥିଲା। ପଦାର୍ପଣରେ ଚେତନ ସାକାରିଆ ୩୧ ରନ ଦେଇ ୩ ଉଇକେଟ ନେଇଥିଲେ। ତେବେ ଅନ୍ୟ ବୋଲରମାନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ମୁସ୍ତାଫିଜୁର ରହମାନ, କ୍ରିସ ମୋରିସ୍‌, ଷ୍ଟୋକ୍ସ, ଶ୍ରେୟାସ ଗୋପାଲ, ରାହୁଲ ଟଓ୍ବୋଟିଆ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆଗାମୀ ଖେଳରେ ରାଜସ୍ଥାନ ବୋଲରମାନଙ୍କୁ କଞ୍ଜୁସ ବୋଲିଂ କରିବାକୁ ହେବ।
ଅପରପକ୍ଷରେ ଗତ ସଂସ୍କରଣର ରନର୍ସଅପ୍‌ ଦିଲ୍ଲୀ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଓ ୩ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଥିଲା। ଟସ୍‌ ହାରି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା। ତେବେ ଦିଲ୍ଲୀର ଓପନିଂ ଯୋଡି ଅଭିଜ୍ଞ ଶିଖର ଧାଓ୍ବନ ଓ ପୃଥ୍ବୀ ଶ ପ୍ରଥମ ଉଇକେଟରେ ୧୩୮ ରନ ସଂଗ୍ରହ କରି ଦଳର ବିଜୟକୁ ସହଜ କରିଥିଲେ। ଧାଓ୍ବନ ୫୪ ବଲରୁ ୮୫ ଓ ପୃଥ୍ବୀ ୩୮ ବଲରୁ ୭୨ ରନ ସଂଗ୍ରହ କରିଥିଲେ। ଅଧିନାୟକ ପନ୍ତ ୧୫ ଓ ମାର୍କସ ଷ୍ଟୋଇନିସ ୧୪ ରନ କରି ଅପରାଜିତ ରହି ଦଳକୁ ଅତି ସହଜରେ ଜିତାଇଥିଲେ। ବୋଲିଂରେ କ୍ରିସ୍‌ ମୋରିସ ଓ ଆଭେସ ଖାଁ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ତେବେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଟମ୍‌ କୁରାନ, ଅମିତ ମିଶ୍ରା ଓ ଷ୍ଟୋଇନିସ୍‌ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହି ମ୍ୟାଚ୍‌ରେ ଦିଲ୍ଲୀର ବୋଲରମାନ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ଦୁଇ ପ୍ରତିଭାସମ୍ପନ୍ନ କିପର- ବ୍ୟାଟ୍ସମ୍ୟାନ ତଥା ନୂଆ ଅଧିନାୟକ ପନ୍ତ ଓ ସାମ୍‌ସନଙ୍କ ମଧ୍ୟରେ ଗୁରୁବାର ଏକ ରୋମାଞ୍ଚକ ଲଢେଇ ଦେଖିବାକୁ ମିଳିବ।
ରାଜସ୍ଥାନ ରୟାଲ୍ସ ଦଳ:
ସଞ୍ଜୁ ସାମ୍‌ସନ (ଅଧିନାୟକ/ ଉଇକେଟକିପର), ଜୋଶ ବଟଲର (ଉଇକେଟକିପର), ବେନ୍‌ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୁଜ ରାଓ୍ବତ, ରିୟାନ ପରାଗ, ଡେଭିଡ୍‌ ମିଲର, ରାହୁଲ ଟଓ୍ବୋଟିଆ, ମହିପାଲ ଲୋମରର, ଶ୍ରେୟାସ ଗୋପାଲ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଆଣ୍ଡ୍ୟୁ ଟାଏ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗୀ, ଶିବମ ଦୁବେ, କ୍ରିସ୍‌ ମୋରିସ, ମୁସ୍ତାଫିଜୁର ରହମାନ, ଚେତନ ସାକାରିୟା, କେଜି କାରିଆପ୍ପା, ଲିଆମ ଲିଭିଂଷ୍ଟୋନ୍‌, କୁଲଦୀପ ଯାଦବ ଓ ଆକାଶ ସିଂ।
ଦିଲ୍ଲୀ ଦଳ: ରିଷଭ ପନ୍ତ (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମ୍ୟାନ ମେରିଓ୍ବାଲା, ଏମ. ସିଦ୍ଧାର୍ଥ, ଟମ୍‌ କୁରନ ଓ ସାମ ବିଲିଙ୍ଗ୍ସ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଓ୍ବାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
ପ୍ରସାରଣ: ଷ୍ଟାର ସ୍ପୋଟ୍ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri