Posted inଖେଳ

ଆଇପିଏଲ୍‌-୧୪: ବାଙ୍ଗାଲୋର- ଚେନ୍ନାଇ ହାଇଭୋଲ୍‌ଟେଜ ଲଢ଼େଇ

ମୁମ୍ବାଇ,୨୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏକ ହାଇଭୋଲ୍‌ଟେଜ ଲଢେଇ ହେବାକୁ ଯାଉଛି। ରବିବାର ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପରସ୍ପରକୁ ଭେଟିବେ। ପଏଣ୍ଟ ତାଲିକାରେ ଦୁଇ ଦଳ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ବାଙ୍ଗାଲୋର ତା’ର ପ୍ରଥମ ୪ଟି ମ୍ୟାଚ୍‌ ଜିତି ୮ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ଅନ୍ୟପଟେ ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ପ୍ରତ୍ୟାବର୍ତ୍ତନ କରି ୩ଟି ମ୍ୟାଚ୍‌ ଜିତି ୬ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ମ୍ୟାଚ୍‌ରେ ବାଙ୍ଗାଲୋର ୧୦ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଆତ୍ମବିଶ୍ୱାସକୁ ଆହୁରି ଦୃଢ଼କରିଛି। ଏବେ ବାଙ୍ଗାଲୋର ତା’ର ବିଜୟ ଧାରାକୁ ବଜାୟ ରଖିବାକୁ ଚାହିଁବ। ରାଜସ୍ଥାନ ବିପକ୍ଷରେ କୋହଲି ଓ ଦେବଦତ୍ତ ପଡିକାଲ ପ୍ରଥମ ଉଇକେଟରେ ୧୮୧ ରନ କରି ବିନା କ୍ଷତିରେ ଦଳକୁ ବିଜୟୀ କରାଇଥିଲେ ଓ ଏହା ଦଳର ବ୍ୟାଟିଂ ବିଭାଗର ଗଭୀରତାକୁ ସୂଚାଉଛି। ଓ୍ବାଙ୍ଖଡେରେ ଚେନ୍ନାଇର ବୋଲିଂକୁ ବାଙ୍ଗାଲୋର ସଫଳତା ସହ ମୁକାବିଲା କରିବ ବୋଲି ଆଶା କରାଯାଉଛ।
ବାଙ୍ଗାଲୋରକୁ ପୂର୍ବରୁ ଅଣ୍ଡର ପରଫର୍ମ ଦଳ ବୋଲି କୁହାଯାଇଥିଲା। ଅର୍ଥାତ୍‌ ଦଳ ଦକ୍ଷତା ଅନୁସାରେ ପୂର୍ବର ସଂସ୍କରଣଗୁଡିକରେ ପ୍ରଦର୍ଶନ କରିପାରି ନ ଥିଲା। ଏଥର ବାଙ୍ଗାଲୋର କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛି। ଦୀର୍ଘ ଦିନ ଧରି ଏହି ଲିଗ୍‌ ଚାଲିବ। ତେଣୁ ଏହି ମୁମେଣ୍ଟମ ତଥା ବିଜୟଧାରାକୁ ବଜାୟ ରଖିବା ଏକ ଚ୍ୟାଲେଞ୍ଜ ହୋଇଥିଲେ ମଧ୍ୟ କୋହଲି ଏ ନେଇ ପ୍ରୟାସ ଜାରି ରଖିବେ। କୋହଲି, ଅଭିଜ୍ଞ ଏ.ବି. ଡିଭିଲର୍ସ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଉପରେ ଦଳର ବ୍ୟାଟିଂ ନିର୍ଭରଶୀଳ। ଏବେ ପଡିକାଲ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ତେବେ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ଆଉଟ କରୁଥିବା ଦୀପକ ଚହରଙ୍କୁ ଦଳ କିଭଳି ସମ୍ମୁଖୀନ ହେଉଛି ତାହା ଦେଖିବାକୁ ବାକି ରହିଲା। ଶୀଘ୍ର ଉଇକେଟର ପତନ ହୋଇଥିଲେ ମଧ୍ୟ ବାଙ୍ଗାଲୋର ଏଥର ପ୍ରତ୍ୟାବର୍ତ୍ତନ କରିବାର ଉଦାହରଣ ସୃଷ୍ଟି କରିଛି। ବାଙ୍ଗାଲୋରର ବୋଲିଂ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଦ୍ରୁତ ବୋଲର ମହମ୍ମଦ ସିରାଜ ଭଲ ପ୍ରଦର୍ଶନ କରିଛନ୍ତି। ଚେନ୍ନାଇ ଏକ ଦୃଢ ଦଳ ହୋଇଥିବାରୁ ବାଙ୍ଗାଲୋର ବୋଲିଂ ବିଭାଗ ପରୀକ୍ଷାର ସମ୍ମୁଖୀନ ହେବ।
ଅପରପକ୍ଷରେ ଚେନ୍ନାଇ ଯୁବ ଓପନର ଋତୁରାଜ ଗାଏକ୍ୱାଡ଼ ପ୍ରଥମ ୩ଥର ବିଫଳ ହେବା ପରେ କୋଲକାତା ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରି ଫାଫ୍‌ ଡୁପ୍ଲେସିଙ୍କ ସହ ଇନିଂସ ପାଇଁ ଭଲ ଓପନିଂ କରିଛନ୍ତି। ଏକ ଭଲ ଆରମ୍ଭ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଇନ୍‌ଫର୍ମ ମୋଇନ ଅଲୀ ୩ ଓ ସୁରେଶ ରାଇନା ୪ ନମ୍ବରରେ ବିସ୍ଫୋରକ ବ୍ୟାଟିଂ କରିବାର କ୍ଷମତା ରଖୁଛନ୍ତି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏ ପର୍ଯ୍ୟନ୍ତ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିନାହାନ୍ତି। ତେବେ ସେ ସମୟକ୍ରମେ ଆହୁରି ଭଲ ଖେଳିବେ ବୋଲି କୋଚ୍‌ ଷ୍ଟିଫାନ ଫ୍ଲେମିଂ ଆଶାପ୍ରକାଶ କରିଛନ୍ତି। ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଶାର୍ଦ୍ଦୁଳ ଠାକୁର କେତୋଟି ମ୍ୟାଚ୍‌ରେ ଚେନ୍ନାଇ ବୋଲିଂ ବିଭାଗ ପାଇଁ ଅପରିହାର୍ଯ୍ୟ ହୋଇପଡିଛନ୍ତି। ଓ୍ବାଙ୍ଖଡେରେ ପ୍ରାୟ ସବୁ ମ୍ୟାଚ୍‌ ହାଇ ସ୍କୋରିଂ ହେଉଥିବା ଲକ୍ଷ୍ୟ କରାଯାଇଛି। ତେଣୁ ରବିବାର ଆଉ ଏକ ହାଇ ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଆରସିବି ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡିଭିଲର୍ସ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍‌ ରିଚାର୍ଡସନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ ଆଲେନ, ଶାହାବାଜ ଅହମଦ, ନବଦୀପ ସଇନି, ଆଡାମ ଜାମ୍ପା, କାଏଲ ଜେମିଶନ, ଗ୍ଲେନ ମ୍ୟାକ୍ସଓ୍ବେଲ, ରଜଦ ପଟିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, କେ.ଏସ. ଭାରତ, ସୂୟାଶ ପ୍ରଭୁଦେଶାଇ, ଡାନିଏଲ ସାମ୍ସ ଓ ହର୍ଶାଲ ପଟେଲ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତ୍ତି ରାୟୁଡୁ, କେ.ଏମ. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫା ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର, ସାଇ କିଶୋର, ମୋଇନ ଅଲୀ, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି. ହାରି ନିଶାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri