ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ, ମୁଖ୍ୟ ଚୟନକର୍ତ୍ତା ପଦବୀରୁ ଇସ୍ତଫା ଦେଲେ ଇଞ୍ଜାମାମ

ନୂଆଦିଲ୍ଲୀ,୩୦।୧୦: ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଖେଳାଳି ଇଞ୍ଜାମାମ୍-ଉଲ୍-ହକ୍। ବିଶ୍ୱକପରେ ଦଳ ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହେବା ପରେ ଅନେକ ଦିଗରୁ ସମାଲୋଚନାର ଶିକାର ହେବାକୁ ପଡୁଛି।

ଇଞ୍ଜାମାମ୍ ତାଙ୍କର ଇସ୍ତଫା ପତ୍ର ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଜାକା ଅଶ୍ରରଫଙ୍କୁ ପଠାଇଛନ୍ତି। ବିଶ୍ୱକପରେ ପାକିସ୍ତାନ ବର୍ତ୍ତମାନ ସୁଦ୍ଧା ୬ ମ୍ୟାଚ୍ରୁ ପ୍ରଥମ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଶେଷ ୪ ମୁକାବିଲାରେ ପରାଜୟ ବରଣ କରିଛି। ଯେଉଁ କାରଣରୁ ଟୁର୍ଣ୍ଣାଟମେଣ୍ଟ ମଝିରୁ ଇଞ୍ଜାମାମ୍ ତାଙ୍କର ପଦ ଛାଡିଛନ୍ତି।

https://twitter.com/sawerapasha/status/1718977033269870630

ଏହାବାଦ ଇଞ୍ଜାମାମ୍ ଙ୍କ ଉପରେ ଦୋୖତସ୍ୱାର୍ଥ ଅଭିଯୋଗ ମଧ୍ୟ ଲାଗିଛି। ଏହାର ତଦନ୍ତ ପାଇଁ ପିସିବି ଏକ ୫ ଜଣିଆ କମିଟି ଗଠନ କରିଛି। ଇସ୍ତଫା ପରେ ଇଞ୍ଜାମାମ୍ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ରଖଛନ୍ତି। ସେ କହିଛନ୍ତି ‘ଲୋକମାନେ ବିନା କୌଣସି କାରଣରେ ମୋ ଉପରେ ପ୍ରଶ୍ନ ଉଠାଇଛନ୍ତି, ଯେଉଁଥିପାଇଁ ମୁଁ ଇସ୍ତଫା ଦେବାକୁ ନିଷ୍ପତି ନେଇଛି।’

ତେବେ ମୁଖ୍ୟ ଚୟନକର୍ତ୍ତା ଭାବରେ ଇନଜାମାମଙ୍କ ଚୁକ୍ତିନାମା ସମାପ୍ତ ହେବା ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବୋଝ ସୃଷ୍ଟି କରିପାରେ। ପାକିସ୍ତାନର ଗଣମାଧ୍ୟମରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି ଯେ ବୋର୍ଡ ଇନଜାମାମଙ୍କୁ ପ୍ରାୟ ୧୫ ମିଲିୟନ୍ ଟଙ୍କା ଦେବାକୁ ବାଧ୍ୟ ହୋଇପାରେ। ମାସିକ ୨.୫ ମିଲିୟନ୍ ଟଙ୍କା ହିସାବରେ ଛଅ ମାସ ପାଇଁ ତାଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri