୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ସମ୍ପୃକ୍ତି

ବଲାଙ୍ଗୀର ଅଫିସ, ୧୦ା୪: ଜାଲ୍‌ ସାର୍ଟିଫିକେଟ୍‌ ମାମଲାର କ୍ରାଇମ୍‌ବ୍ରାଞ୍ଚସ୍ତରୀୟ ତଦନ୍ତ ନବମ ଦିନରେ ପହଞ୍ଚିଛି। ଏହି ମାମଲାର ୪ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତିନିଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତରେ ଲାଗିଥିବା କହିଥିଲା। ଶନିବାର ଅପରାହ୍ଣରେ ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର କରି ଜେଲକୁ ପଠାଯାଇଥିଲ। ରବିବାର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଟାଉନ୍‌ ଥାନାରୁ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ନେଇଥିବା ଜଣାପଡିଛି। ଏହାସହିତ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ତିନିଜଣଙ୍କୁ ପଚରାଉଚରା କରିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇ ନ ଥିଲେ ମଧ୍ୟ ରିମାଣ୍ଡରେ ଆସିଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ରଞ୍ଜନ ଉଦ୍‌ଗାତା, ଦୁଇ ଜାଲ୍‌ ସାର୍ଟିଫିକେଟ୍‌ ବ୍ୟବହାରକାରୀ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କ ସୂଚନା ଆଧାରରେ ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ସମ୍ପୃକ୍ତ କେବଳ ବଲାଙ୍ଗୀର ଜିଲାର ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ୨ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଭିତରେ କେତେଜଣ ଜାଲ୍‌ ସାର୍ଟିଫିକେଟ୍‌ ଦଲାଲ, କିଛି ଜାଲ୍‌ ସାର୍ଟିଫିକେଟ୍‌ ବ୍ୟବହାର କରିଥିବା ଚାକିରିଆ ଏବଂ ଠକେଇର ଶିକାର ହୋଇଥିବା ପୀଡିତଙ୍କ ତାଲିକା ପ୍ରସ୍ତୁତ କରିଛି। ଏତେ ସଂଖ୍ୟକ ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପାଇଁ ପୋଲିସ ସହାୟତା ମଗାଯାଇଛି। ଡିଏସ୍‌ପିଙ୍କ ଏଭଳି ସୂଚନା ପରେ ଏହି ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିବା ଜଣାପଡିଛି। ରାଜ୍ୟ ବାହାରକୁ ଏହାର ଚେର ଲମ୍ବି ଥିବାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ରାଜ୍ୟ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଜିଲା ଭିତରେ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ବଲାଙ୍ଗୀର ଜେଲ ଭିତରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବଲାଙ୍ଗୀର ଜିଲା କାରାଗାରରେ ୩୯୨ ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ରହିଛି। ଏବେ ଏଠାରେ ୪୦୮ ଜଣ କଏଦୀ ରହୁଥିବା ଜେଲ ଅଧିକ୍ଷକ ସର୍ବେଶ୍ୱର ସାହୁ କହିଛନ୍ତି। ଗିରଫଦାରୀ ବଢ଼ିଲେ ସେମାନଙ୍କୁ କେଉଁଠି ରଖାଯିବ ଏହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହି କାରଣରୁ କ୍ରାଇମ୍‌ବାଞ୍ଚ ଗିରଫଦାରୀ ଦିଗକୁ ଅଧିକ ଗୁରୁତ୍ୱ ନଦେଇ ଆର୍ଥିକ କାରବାର ଦିଗକୁ ଅଧିକ ଗୁରୁତ୍ୱ ଦେଉଥିବା ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ପୋଲିସ ଜାଲ୍‌ ସାର୍ଟିଫିକେଟ ମାମଲାରେ ୧୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏହି ମାମଲାର ତଦନ୍ତ ଗତ ୯ ଦିନ ଧରି ଚାଲିଥିଲେ ମଧ୍ୟ ଏଯାବତ୍‌ ଜଣେ ବି ଲୋକଙ୍କୁ ଏନେଇ ଗିରଫ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri