Posted inଜାତୀୟ

ଭୂମି ପୂଜନ ପାଇଁ ସୁନ୍ନି ଓ୍ବାକଫ ବୋର୍ଡକୁ ନିମନ୍ତ୍ରଣ

ଅଯୋଧ୍ୟା,୨।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏନେଇ ସୁନ୍ନି ଓ୍ବାକଫ ବୋର୍ଡକୁ ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବ ସୌହାର୍ଦର ଏକ ମଞ୍ଚ ସାଜିବ ବୋଲି କୁହାଯାଉଛି। ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁନ୍ନି ସେଣ୍ଟ୍ରାଲ୍‌ ବୋର୍ଡର ଅଧ୍ୟକ୍ଷ ଜଫର ଫାରୁଖି, ଅଯୋଧ୍ୟାର ସମାଜସେବୀ ପଦ୍ମଶ୍ରୀ ମହମ୍ମଦ ଶରିଫ୍‌, ବାବରୀ ମସଜିଦ୍‌ ସମର୍ଥକ ଇକବାଲ ଅନସାରୀ ଆଦିଙ୍କୁ ନିମନ୍ତ୍ରଣ କରାଯାଇଛି। ଇକବାଲ ଅନସାରୀଙ୍କ ପିତା ହାତିମ୍‌ ଅନସାରୀ ବାବରୀ ମସଜିଦ୍‌ର ପ୍ରମୁଖ ସମର୍ଥକ ଥିଲେ। ରାମମନ୍ଦିର ଆନ୍ଦୋଳନ ମୁଖ୍ୟ ରାମଚନ୍ଦ୍ର ପରମହଂସଙ୍କ ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା। ଦୁଇ ବନ୍ଧୁ ସାଥିହୋଇ କୋର୍ଟରେ ମକଦୋମା ଲଢ଼ିବାକୁ ଆସୁଥିଲେ। ଭୂମି ପୂଜନରେ ଯୋଗଦେବା ପାଇଁ ରାମଦେବ, ମା ଅମୃତାନନ୍ଦମୟୀ, ପ୍ରଣବ ପାଣ୍ଡ୍ୟାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ବାବରୀ ମସଜିଦ୍‌ ଧ୍ୱଂସ ସମୟରେ ମୃତ୍ୟୁ ଘଟିଥିବା କୋଠାରୀ ବନ୍ଧୁଙ୍କ ଭଉଣୀ ପୂର୍ଣ୍ଣିମା କୋଠାରୀଙ୍କୁ ନିମନ୍ତ୍ରଣ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନା ପ୍ରତ୍ୟାହାର ଚାହାନ୍ତି ଯୁବପିଢ଼ି

ଦୋହା,୧୬।୩: ଜମ୍ମୁ-କଶ୍ମୀରରୁ ଭାରତୀୟ ସେନା ହଟିଯାଉ ବୋଲି ସେଠାକାର ଯୁବପିଢ଼ି ଚାହାନ୍ତି। କଶ୍ମୀରର ୯୦%ରୁ ଊର୍ଦ୍ଧ୍ୱ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଉପତ୍ୟକାରୁ ସମ୍ପୂର୍ଣ୍ଣ ସେନା...

ନେପାଳ ପୋଲିସ ଗୁଳିରେ ଭାରତୀୟ ମୃତ

ନୂଆଦିଲ୍ଲୀ,୧୩ା୬(ପି.ଟି.): ବିହାରର ସୀତାମାଢ଼ି ଜିଲା ସୀମାନ୍ତରେ ନେପାଳ ପୋଲିସର ଆଖିବୁଜା ଗୁଳିମାଡ଼ରେ ଜଣେ ଭାରତୀୟଙ୍କ ମୃତ୍ୟୁ ହେବା ସହ ୪ ଆହତ ହୋଇଛନ୍ତି। ସୋନେବର୍ଷା ଥାନା...

ଦିଲ୍ଲୀ ନିର୍ବାଚନ: କେଜରିଓ୍ବାଲଙ୍କ ଟକ୍କର ଦେଉଥିବା ସ୍ବାମିଜୀଙ୍କ ପାଖରେ ଅଛି ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ହଟାଇବା ପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଯୋଜନା କରୁଛନ୍ତି।...

‘ସବୁ ଏକ୍‌ଜିଟ୍‌ ପୋଲ୍‌ ମିଛ ନୁହେଁ’

ଶ୍ରୀନଗର,୨୦।୫: ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସବୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କେବେହେଲେ...

ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍‌ ଡ୍ରେସ୍‌ ରିହର୍ସାଲ

ନୂଆଦିଲ୍ଲୀ,୨୩।୧:ରାଜଧାନୀ ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗୁରୁବାର ଏଠାରେ ଫୁଲ୍‌ ଡ୍ରେସ୍‌ ରିହର୍ସାଲ କରାଯାଇଛି। ଏଥିପାଇଁ ଦିଲ୍ଲୀର କେତେଗୁଡିଏ ରାସ୍ତାକୁ...

ଶ୍ରମ ଆଇନରେ ପରିବର୍ତ୍ତନ : ଘଣ୍ଟାକୁ ଶହେ ବର୍ଷ ପଛକୁ ଘୁଞ୍ଚାଇଦେବ

ନୂଆଦିଲ୍ଲୀ,୨୧ା୫: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ବେଚ୍ଛାଚାରୀ ପଦକ୍ଷେପ ଏବଂ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନର ପ୍ରତିବାଦରେ ୧୦...

‘ନ୍ୟାୟ କିଣାଯାଇପାରିବନି’

ନୂଆଦିଲ୍ଲୀ,୧୨ା୯(ପି.ଟି.): ନ୍ୟାୟକୁ ଏଭଳି ଢଙ୍ଗରେ କିଣାଯାଇପାରିବ ନାହିଁ ବୋଲି ବୁଧବାର ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାର ଶୁଣାଣି ବେଳେ ଉତ୍ତେଜିତ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି। କଳାଧନ...

ରାଜ୍ୟପାଳଙ୍କୁ ଭେଟିଲେ ଗେହଲଟ

ଜୟପୁର,୧୯ା୭: ରାଜସ୍ଥାନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଆଞ୍ଚଳିକ ଦଳର ୨ ବିଧାୟକ ପୁଣିଥରେ ସମର୍ଥନ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *