ଅଦୃଶ୍ୟ ଠକ ଆତଙ୍କ

ଢେଙ୍କାନାଳ ଅଫିସ,୨୨।୫: ଢେଙ୍କାନାଳରେ ସାଇବର କ୍ରାଇମ୍‌ ବଢ଼ିବାରେ ଲାଗିଛି। ଜିଲାରେ ଗତ ଦେଢ଼ବର୍ଷ ମଧ୍ୟରେ ଏଭଳି ୭୦ଟି ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୮ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଠକମାନେ ଅତି ଚତୁରତାର ସହ ଆକାଉଣ୍ଟ ଖାଲି କରିଦେଉଥିବାବେଳେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଅର୍ଥ ଫେରିପାଇବା ପାଇଁ ଥାନାକୁ ଦୌଡୁଛନ୍ତି।
ଢେଙ୍କାନାଳ ଜିଲାରେ ୨୦୨୨ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ୪୮ଟି ସାଇବର ମାମଲା ଦାଏର ହୋଇଛି। ତନ୍ମଧ୍ୟରେ ଟାଉନ ଥାନାରେ ୨୨, ସଦର ଥାନାରେ ୫, ମୋଟଙ୍ଗା ଥାନାରେ ୧, ଗଁଦିଆ ଥାନାରେ ୩, ନିହଲପ୍ରସାଦ ଥାନାରେ ୨, କାମାକ୍ଷାନଗର ଥାନାରେ ୫, ପରଜଙ୍ଗ ଥାନାରେ ୪, ଭୁବନ ଥାନାରେ ୨, ତୁମୁସିଙ୍ଗା ଥାନାରେ ୧, ରାସୋଳ ଥାନାରେ ୧, ବାଲିମୀ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି। ସେହିପରି ୨୦୨୩ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ରୁଜୁ ହୋଇଛି ୨୨ ମାମଲା। ସେଥିମଧ୍ୟରୁ ଟାଉନ ଥାନାରେ ୧୩, ସଦର ଥାନାରେ ୨, ବାଲିମୀ ଥାନାରେ ୨ ଏବଂ ଗଁଦିଆ, କାମାକ୍ଷାନଗର, କଙ୍କଡ଼ାହାଡ଼, ଭୁବନ, ରାସୋଳ ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି। ଏହି ଦେଢ଼ବର୍ଷ ମଧ୍ୟରେ କେବଳ ଢେଙ୍କାନାଳ ଟାଉନ ଥାନାରେ ୩୫ଟି ସାଇବର ଅପରାଧଜନିତ ମାମଲା ରୁଜୁ ହୋଇଛି। ଏହାକୁ ଦେଖିଲେ ସହରାଞ୍ଚଳବାସୀ ଅଧିକ ଠକେଇର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏସବୁ ମାମଲାରେ ଟାଉନ ଥାନା ପୋଲିସ ମାତ୍ର ୨ଜଣଙ୍କୁ ବାନ୍ଧିଛି। ସେହିପରି ଗଁଦିଆ, ଭୁବନ, କାମାକ୍ଷାନଗର, ରାସୋଳ, ସଦର, ପରଜଙ୍ଗ ଥାନା ପୋଲିସ ଜଣେ ଲେଖାଏ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଠକମାନେ ଆକାଉଣ୍ଟ ଖାଲି କରିବାକୁ ବିଭିନ୍ନ ଫନ୍ଦିଫିକର କରୁଛନ୍ତି। ମିଛ ଅଧିକାରୀ ସାଜି କେତେବେଳେ ଆଧାରକାର୍ଡ ଅପ୍‌ଟେଡ୍‌ କରିବାକୁ କହୁଛନ୍ତି ତ ଆଉ କେବେ ନୂଆ ଏଟିଏମ୍‌ କାର୍ଡ ଆସିଥିବା କରୁଛନ୍ତି। ସେହିପରି ଏଟିଏମ୍‌ କାର୍ଡ ବ୍ଲକ ହୋଇଯାଇଥିବା ମଧ୍ୟ କହୁଛନ୍ତି। ଏପରି କି ବିଭିନ୍ନ ଲୋଭନୀୟ ଅଫର ମଧ୍ୟ ଦେଉଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଏବଂ ଏଟିଏମ୍‌ ପାସ୍‌ଓ୍ବାର୍ଡ ଦେଲେ ସମସ୍ୟା ସମାଧାନ କରିଦେବାକୁ କହି ଭରସା ଜିତୁଛନ୍ତି। ଥରେ ଓଟିପି ନମ୍ବର କିମ୍ବା ପାସ୍‌ଓ୍ବାର୍ଡ ହାତେଇ ନେବାପରେ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଠକେଇର ଶିକାର ବ୍ୟକ୍ତି ତୁରନ୍ତ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କଲେ ପୋଲିସ ସହାୟତାରେ ଆକାଉଣ୍ଟ ବ୍ଲକ କରିଦିଆଯାଇପାରୁଛି। କେତେକ କ୍ଷେତ୍ରରେ ଟଙ୍କା ମଧ୍ୟ ବାହୁଡ଼ି ଅଣାଯାଇପାରୁଛି। ହେଲେ ଜିଲା ପୋଲିସ ପକ୍ଷରୁ କୌଣସି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉ ନ ଥିବାରୁ ଲୋକେ ଏ ବିଷୟରେ ଜାଣିପାରୁନାହାନ୍ତି। ତେଣୁ ସାଇବର ଠକେଇ ବଢ଼ିବାରେ ଲାଗିଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ଜିଲାର ସମସ୍ତ ଥାନାରେ ସାଇବର ମାମଲାଗୁଡ଼ିକୁ ଅନୁଧ୍ୟାନ କରିବା ଲାଗି ତାଲିମପ୍ରାପ୍ତ ଅଧିକାରୀ ଅଛନ୍ତି, ସେମାନେ ଅଭିଯୋଗକୁ ପ୍ରଥମେ ଅନୁଧ୍ୟାନ କରିଥାଆନ୍ତି। ଏହାପରେ ମାମଲାକୁ ସାଇବର ସେଲ୍‌କୁ ପଠାଇ ଦିଆଯାଉଛି। କେତେକ ମାମଲାରେ ଠକେଇର ଶିକାର ଲୋକେ ଟଙ୍କା ଫେରିପାଇଛନ୍ତି। ଏହାକୁ ରୋକିବା ଲାଗି ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ। ପୋଲିସ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଉପରେ ନିର୍ଭର

ସାଇବର ଠକେଇ ରୋକିବା ଲାଗି ଢେଙ୍କାନାଳ ଜିଲାରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଏଥିଲାଗି ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଛି। ଏ ସମ୍ପର୍କିତ ଅଭିଯୋଗ ଆସିଲେ ପୋଲିସ ତଦନ୍ତ ପାଇଁ ଭୁବନେଶ୍ୱର ସାଇବର ସେଲ୍‌କୁ ପଠାଇ ଦେଉଛି। ମାମଲାର ଛାନ୍‌ଭିନ୍‌ ଆରମ୍ଭ ହେବା ବେଳକୁ ବିଳମ୍ବ ହେଉଛି। ଅଭିଯୁକ୍ତଙ୍କ ପାଖରେ ପହଞ୍ଚତ୍ବା କଷ୍ଟକର ହୋଇପଡୁଛି। ତେଣୁ ଢେଙ୍କାନାଳରେ ଏକ ସାଇବର ଥାନା ପ୍ରତିଷ୍ଠା ହେଲେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି  ଜିଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri