ନାଗଫାଶ’ରୁ ‘ଅଜାତି’ ଯାଏ ଅପରାଜେୟ ବିଜୟ

ବିଜୟ ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ପିଲାଠୁ ବୟସ୍କଙ୍କ ଯାଏ ତାଙ୍କୁ ଟେଲିଭିଜନ୍‌ରୁ ବଡ଼ ପରଦା ଯେଉଁଥିରେ ଦେଖିଲେ ଚିହିଁକି ଉଠିଥାଆନ୍ତି ଓ କହିଥାଆନ୍ତି ବିଜୟ ମହାନ୍ତି ଆସିଗଲେ। ଓଡ଼ିଆ ସିନେମାର ଅସ୍ମିତା କଥା ଯେତେବେଳେ ଯାଏ ଉଠୁଥିବ, ବିଜୟଙ୍କ ଅଭିନୟ ସ୍ମରଣୀୟ ରହିଥିବ। ଅଭିନେତା ହେବା ପାଇଁ ପିଲାଟି ଦିନୁ ଆଗ୍ରହ ତାଙ୍କୁ ନାୟକ, ଖଳନାୟକ ଓ ଚରିତ୍ର ପ୍ରତିଟି ପ୍ରଦର୍ଶନରେ ଶିଖରକୁ ଛୁଆଇଁ ଦେଇଛି। ଚରିତ୍ର ଛୋଟ କି ବଡ଼ କ’ଣ ମିଳିଛି ତାହା ତାଙ୍କ ପାଇଁ କିଛି ମାନେ ରଖେି ନାହିଁ। ସେଥିପାଇଁ ସେ ସବୁ ଚରିତ୍ରକୁ ପ୍ରସ୍ଫୁଟିତ କରିବା ପାଇଁ ସର୍ବଦା ପରୀକ୍ଷାନିରୀକ୍ଷା କରିଥାଆନ୍ତି। ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରୁ ଅଭିନୟରେ ପ୍ରଶିକ୍ଷିତ ବିଜୟ ଓଡ଼ିଶାର ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ଛାତ୍ରଙ୍କୁ କଳାର ପୂଜାରୀ ହେବାକୁ ଶିକ୍ଷା ଦେଉଥିଲେ। ତାଙ୍କଠାରୁ ଅଭିନୟ କୌଶଳ ଆହରଣ କରିଥିବା ପ୍ରତିଟି ଛାତ୍ର ତାଙ୍କ ଅବର୍ତ୍ତମାନରେ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଏତକ ମନ ପକାଉଥିବେ। ମଞ୍ଚ, ଟେଲିଭିଜନ, ବଡ଼ ପର୍ଦ୍ଦାରେ ଅଭିନୟ ଯୋଗୁ ପାଇଥିବା ଚଳଚ୍ଚିତ୍ର ସମ୍ମାନରେ ତାଙ୍କ ଯାତ୍ରା ସୀମିତ ରହି ନାହିଁ, ସାହିତ୍ୟ ରଚନାରେ ସୃଜନାତ୍ମକତା ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ଭୂଷିତ କରିଛି। ପୁସ୍ତକ ‘ଅଜାତି’ ପାଇଁ ବିଜୟଙ୍କୁ ଏହି ସମ୍ମାନ ମିଳିଛି। ଦର୍ଶକଙ୍କ କରତାଳି ତାଙ୍କୁ ଦେଇଛି ଅଜସ୍ର ଖ୍ୟାତି। ତାଙ୍କ ଜୀବନର ପ୍ରତିଟି ଅବଦାନକୁ ଓଡ଼ିଆ ଜାତି ଯୁଗଯୁଗ ପାଇଁ ଝୁରୁଥିବ…

 

ଅଭିନୟ ନିଶାକୁ ପେସା କରିଥିଲେ

ବିଜୟଙ୍କ ପିତା ବାରିପଦାରେ ଚାକିରି କରୁଥିବାରୁ ସେଠାରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା। ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢିବା ସମୟରେ ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମଥର ପାଇଁ ଅଭିନୟ କରିଥିଲେ। ସେବେଠାରୁ ସେ ଅଭିନୟ ନିଶାରେ ପଡିଯାଇଥିଲେ। ମାଟ୍ରିକ ପାସ ପରେ ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ। ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ। ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ଏହାପରଠାରୁ କ୍ରମାଗତ ଭାବେ ବିଭିନ୍ନ ନାଟକରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସାଙ୍ଗମାନଙ୍କୁ ନେଇ ‘ଯୁଗେଚ୍ଛା ନାଟ୍ୟ ସଂସ୍ଥା’ ନାମକ ଅନୁଷ୍ଠାନ ଗଢି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ। ଅଭିନୟ ନିଶାକୁ ପେସାରେ ପରିଣତ କରିବାକୁ ସେ ଓଡ଼ିଶା ଓ ଚାକିରି ଛାଡ଼ି ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ରେ ଯୋଗଦେଇଥିଲେ। ସେଠାରେ ସେ ଜାତୀୟ ମେଧା ବୃତ୍ତି ମଧ୍ୟ ଲାଭ କରିଥିଲେ। ଏନ୍‌ଏସ୍‌ଡିରେ ପଢିବାବେଳେ ବଲିଉଡ୍‌ର ବିଶିଷ୍ଟ ଅଭିନେତା ନାସିରୁଦ୍ଦିନ ଶାହା, ରାଜ୍‌ ବବ୍ବର, ଓମ୍‌ପୁରୀ ତାଙ୍କ ସହପାଠୀ ଥିଲେ।

 

‘ନାଗଫାଶ’ର ଖଳନାୟକ
ଏନ୍‌ଏସ୍‌ଡିରେ ପଢୁଥିବା ସମୟରେ କାହାଣୀକାର ବସନ୍ତ ମହାପାତ୍ରଙ୍କ ଡାକରାରେ ‘ସଂକଳ୍ପ’ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି କଟକ ଚାଲି ଆସିଥିଲେ। ମାତ୍ର ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ଏହାପରେ ୧୯୭୭ ଜାନୁୟାରୀ ୧୪ରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ସେହିବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ‘ଚିଲିକା ତୀରେ’ରେ ସେ ଅଭିନୟ କରିଥିଲେ। ‘ଚିଲିକା ତୀରେ’ ପ୍ରଥମ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ ତାଙ୍କ ଅଭିନୀତ ‘ନାଗଫାଶ’ ପ୍ରଥମେ ମୁକ୍ତିଲାଭ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ଚିଲିକା ତୀରେ’ ଜାତୀୟ ପୁରସ୍କାର ପାଇଥିଲା। ତେବେ ‘ନାଗଫାଶ’ର ଖଳନାୟକ ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା ଓ ଏହାପରେ ତାଙ୍କୁ ଅଧିକ ଫିଲ୍ମ ମିଳିଥିଲା।
ବହୁମୁଖୀ ପ୍ରତିଭାଧାରୀ
ପ୍ରଥମେ ଖଳନାୟକ ଓ ତା’ପରେ ନାୟକ। ହାସ୍ୟ ଅଭିନେତା ଭାବେ ମଧ୍ୟ ବିଜୟ ମହାନ୍ତି ବେଶ୍‌ ଲୋକପ୍ରିୟ ହୋଇଥିଲେ। ୧୯୮୩ର କାବେରୀ ଚଳଚ୍ଚିତ୍ରରେ ବିଜୟଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାପରେ ବହୁ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ଆସି ବହୁମୁଖୀ ଅଭିନୟ ଦକ୍ଷତାର ପରିଚୟ ଦେଇଥିଲେ। ଫିଲ୍ମକୁ ଆସିବାପରେ ମଞ୍ଚକୁ କିନ୍ତୁ ସେ ଭୁଲି ନ ଥିଲେ। ସମାନ୍ତରାଳଭାବେ ନାଟ୍ୟ ଜଗତରେ ନିଜ ଉପସ୍ଥିତି ଜାହିର କରିଥିଲେ। ବହୁ ନାଟକରେ ଅଭିନୟ କରିବାସହ ନିର୍ଦ୍ଦେଶନା ଦେଇଥିଲେ। ଦୂରଦର୍ଶନରେ ଅନେକ ନାଟକ ଓ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ। ତେବେ ୧୯୮୭ରେ ‘ଭୁଲି ହୁଏନା’ ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ। ଏହା ସେତେଟା ସଫଳ ନ ହେବାରୁ ଗୋଟିଏ ଫିଲ୍ମ ପରେ ସେ ଆଉ ନିର୍ଦ୍ଦେଶନା ଦେଇ ନ ଥିଲେ। କେବଳ ସେତିକି ନୁହେଁ, ଏହାସହ ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ। ୨୦୦୯ରେ ‘ଅଜାତି’ ପୁସ୍ତକ ପାଇଁ ବିଜୟ ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ।

ଶେଷ ଫିଲ୍ମ ଥିଲା ‘ଫ୍ରମ୍‌ ମି ଟୁ ୟୁ’
‘ଚିଲିକା ତୀରେ’ରୁ ଆରମ୍ଭ ହୋଇଥିବା ବିଜୟଙ୍କ ଚଳଚ୍ଚିତ୍ର ଅଭିନୟ ଯାତ୍ରା ‘ଫ୍ରମ୍‌ ମି ଟୁ ୟୁ’ରେ ଶେଷ ହୋଇଥିଲା। ହେମନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହାପୂର୍ବରୁ ୨୦୧୯ରେ ତାଙ୍କ ଅଭିନୀତ ‘ସେଲ୍‌ଫିସ୍‌ ଦିଲ୍‌’ ଓ ‘ଗୋଲ୍‌ ମାଲ୍‌ ଲଭ୍‌’ ପରଦାକୁ ଆସିଥିଲା। ଜୀବନର ଶେଷ ଆଡ଼କୁ ସେ ରାଜନୀତିରେ ପାଦ ଦେଇଥିଲେ। ୨୦୧୪ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସେହିବର୍ଷ ଲୋକସଭା ନିର୍ବାଚନରେ ସେ ଭୁବନେଶ୍ୱରରୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଏହାର କିଛିବର୍ଷ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ।

 

ପିଲାଦିନରୁ ତାଙ୍କ ସହ ବଢିଛି
ବିଜୟ ମହାନ୍ତିଙ୍କ ଦେହ ବହୁତ ଖରାପ ଥିବା ସନ୍ଧ୍ୟାରେ ଖବର ପାଇଲି। ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିଲି। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ମୃତ୍ୟୁ ଖବର ପାଇ ମୁଁ ମର୍ମାହତ। ପିଲା ଦିନରୁ ତାଙ୍କ ସହିତ ବଢିଛି। ସେ କେବଳ ଜଣେ କଳାକାର ନ ଥିଲେ, ନିର୍ଦ୍ଦେଶକ ଓ ନାଟ୍ୟକାର ବି ଥିଲେ। ଓଡ଼ିଶାରେ ଆଉ ତାଙ୍କ ଭଳି ଜଣେ କଳାକାର ଜନ୍ମ ହେବା କଷ୍ଟକର। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି। – ଉତ୍ତମ ମହାନ୍ତି, ଅଭିନେତା
ନୂଆ ପିଢ଼ି କଳାକାର ତାଙ୍କଠୁ ଅନେକ ଶିଖିଛି
ବିଜୟ ମହାନ୍ତିଙ୍କ ବଳିଷ୍ଠ ଅଭିନୟ ଆଗରେ ବୟସ ମଧ୍ୟ ହାର ମାନିଥିଲା। ସେ ଜଣେ ଅଭିନେତା ନ ଥିଲେ, ଏକ ଅନୁଷ୍ଠାନ ଥିଲେ। ତାଙ୍କ ଦ୍ୱାରା ଅନେକ କଳାକାର ସୃଷ୍ଟି ହୋଇଛନ୍ତି। ଚଳଚ୍ଚିତ୍ର ଜଗତକୁ ଆସିବା ଦିନଠାରୁ ତାଙ୍କୁ ଗୁରୁଭାବେ ଗ୍ରହଣ କରିଥିଲି। ଆଜି ଓଡ଼ିଶା ଜଣେ କଳାକାରଙ୍କୁ ହରାଇନି, ଜଣେ ଭଲ ମଣିଷଙ୍କୁ ହରାଇଛି। ଶୁଟିଂ ସେଟ୍‌ରେ ସେ ସମସ୍ତଙ୍କୁ ସହଯୋଗ କରୁଥିଲେ। ନୂଆପିଢ଼ିର କଳାକାରଙ୍କୁ ସେ ଅନେକ କିଛି ଶିଖାଉଥିଲେ। ତାଙ୍କର ଦେହାନ୍ତ ଖବରକୁ ମୁଁ ଏବେ ବି ବିଶ୍ୱାସ କରିପାରୁନି। – ସିଦ୍ଧାନ୍ତ ମହାପାତ୍ର, ଅଭିନେତା
ଗର୍ବ, ଅହଙ୍କାରଠୁ ଥିଲେ ବହୁ ଦୂରରେ
ବିଜୟ ମହାନ୍ତିଙ୍କ ଭଳି ଜଣେ ଦକ୍ଷ ଅଭିନେତାଙ୍କ ଦେହାନ୍ତ ପରେ ଏକ ଯୁଗର ଅବସାନ ଘଟିଛି। ଜଣେ ବଳିଷ୍ଠ ଅଭିନେତା ଏତେଶୀଘ୍ର ସମସ୍ତଙ୍କୁ ଛାଡ଼ି ଚାଲିଯିବେ ବୋଲି କେହି ଭାବି ନ ଥିଲେ। ୪ ଦିନ ତଳେ ତାଙ୍କୁ ଜ୍ୱର ହେବାରୁ ମୁଁ ତାଙ୍କ ଘରକୁ ଯାଇଥିଲି। ଶୀଘ୍ର ଭଲ ହୋଇ ପୁଣି ଥରେ ଅଭିନୟ ଦୁନିଆକୁ ଫେରିବେ ବୋଲି ଆଶା ଥିଲା। ହେଲେ ସେ ଆଶା ଆଜି ଅଧାରେ ରହିଯାଇଛି। ଏତେବଡ଼ କଳାକାର ହୋଇ ମଧ୍ୟ ଗର୍ବ, ଅହଂକାରଠାରୁ ସେ ବହୁ ଦୂରରେ ଥିଲେ। ତାଙ୍କ ଭଳି ଅଭିନେତା ଓଡ଼ିଶା ଚଳଚ୍ଚିତ୍ର ଜଗତରେ ନାହାନ୍ତି। – ଶ୍ରୀତମ୍‌ ଦାସ, ସଭାପତି, ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏଶନ୍‌
ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ
ବିଜୟ ମହାନ୍ତିଙ୍କ ଭଳି ଅଭିନେତାଙ୍କ ଅକାଳ ବିୟୋଗ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ସାରା ଓଡ଼ିଶାବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ସେ ମୋତେ ନିଜ ପୁଅ ଭଳି ଭଲପାଆନ୍ତି। ଆଜି ତାଙ୍କ ବିୟୋଗକୁ ଗ୍ରହଣ କରିପାରୁନି। ତାଙ୍କ ସ୍ଥାନ କେହି ବି ନେଇପାରିବେ ନାହିଁ। ସେ ପ୍ରତି କଳାକାରଙ୍କ ହୃଦୟରେ ସର୍ବଦା ରହିଥିବେ ଓ ଗଢିଯାଇଥିବା ଛାତ୍ରୀଛାତ୍ର ସର୍ବଦା ତାଙ୍କୁ ଗୁରୁ କରି ରଖିବେ। ଓଡ଼ିଶା ମାଟି ତାଙ୍କୁ ସବୁବେଳେ ଝୁରିବ। – ଆକାଶ ଦାସ ନାୟକ, ଅଭିନେତା
ସେ ଥିଲେ ଏକ ବ୍ରାଣ୍ଡ୍‌
ବିଜୟ ମହାନ୍ତି ଆଉ ନାହାନ୍ତି ସତ, ହେଲେ ତାଙ୍କ ବଳିଷ୍ଠ ଅଭିନୟର ଛାପ ସେ ଛାଡ଼ିଯାଇଛନ୍ତି। ପ୍ରତ୍ୟେକ ଚରିତ୍ରରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଥିଲେ। ବିଜୟ ଭାଇଭାବେ ସେ ଇଣ୍ଡଷ୍ଟ୍ରିରେ ପରିଚିତ ଥିଲେ। ୩ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ରାଜ୍‌ କରିଥିଲେ। କେବଳ ଜଣେ କଳାକାର ନୁହେଁ, ସେ ଏକ ବ୍ରାଣ୍ଡ୍‌ ଥିଲେ। ସବୁ ଚରିତ୍ରରେ ଅଭିନୟ ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କର ସେ ପ୍ରଥମ ପସନ୍ଦ ଥିଲେ। – ଦିଲ୍ଲୀପ ହାଲି, ସିନେ ସମୀକ୍ଷକ

 

ବିଭିନ୍ନ ଭୂମିକାରେ

 


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri