ଦିନକରେ ୩ ଲକ୍ଷ କୋଟିର ନିବେଶ ହରାଇଲେ ନିବେଶକ

ନୂଆଦିଲ୍ଲୀ,୧୬।୧୨:ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାରରେ ୦.୫୦% ବୃଦ୍ଧି କରିବା ଯୋଗୁ ଗୁରୁବାର ଭାରତୀୟ ଷ୍ଟକ୍‌ ବଜାରରେ ଏକ ବଡ଼ ଧରଣର କ୍ଷତି ଘଟିଛି। ଏପରିକି ଦିନକରେ ପ୍ରାୟ ୩ ଲକ୍ଷ କୋଟିର ନିବେଶ ଶେୟାର ବଜାରର ନିବେଶକ ହରାଇଛନ୍ତି। ଆଗକୁ ମଧ୍ୟ ସୁଧହାର ବୃଦ୍ଧି ନେଇ ଫେଡେରାଲଙ୍କ ସୂଚନା ଭାରତୀୟ ବଜାରକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ଆମେରିକା ବଜାରରେ ସୁଧହାର ୧୫ବର୍ଷର ଶୀର୍ଷତମ ସ୍ତରରେ ପହଞ୍ଚତ୍ଛି। ଫଳରେ ଷ୍ଟକ୍‌ ବଜାରର ନିବେଶକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସେହିଭଳି ଫେଡେରାଲ ରିଜର୍ଭଙ୍କ ସୁଧହାର ବୃଦ୍ଧି ଘୋଷଣା ପରେ ଶେୟାର ବଜାରରେ ଅଂଶଧନ ବିକ୍ରି ଆରମ୍ଭ ହୋଇଯାଇଛି। ଏପରିକି ସେନ୍‌ସେକ୍ସରେ ସାମିଲ ୩୦ ମୁଖ୍ୟ ଶେୟାର ମଧ୍ୟରୁ ଏନ୍‌ଟିପିସି ଓ ସନ୍‌ଫାର୍ମାକୁ ଛାଡ଼ି ଦେଲେ ବାକି ୨୮ ଶେୟାରର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୪ ଷ୍ଟକ୍‌ ବଜାର ବନ୍ଦ ବେଳକୁ ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୯୧ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଗୁରୁବାର କାରବାର ଆରମ୍ଭ ହେବା ପରେ ଏହାର ପରିମାଣ ହ୍ରାସ ହୋଇ ୨.୮୮ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଫଳରେ ଦିନକରେ ବଜାରରେ ନିବେଶକ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ସେହିପରି ଆଇଟି ଶେୟାରରେ ହ୍ରାସ ଓ ବଜାରରେ ଦୁର୍ବଳ ପରିସ୍ଥିତି ଯୋଗୁ ୩୦ ଶେୟାରର ବିଏସ୍‌ଇ ସୂଚକାଙ୍କ ପୂର୍ବାହ୍ନରେ ୧୮୬.୭୪ ପଏଣ୍ଟ ହ୍ରାସ ହୋଇ ୬୨,୪୯୧.୧୭ ଅଙ୍କରେ ଖୋଲିଥିଲା। ସେହିପରି ନିଫ୍ଟି ୫୧.୯୫ ପଏଣ୍ଟ ହ୍ରାସ ହୋଇ ୧୮,୬୦୮.୩୫ ଅଙ୍କରେ ଖୋଲିଥିଲା। ତେବେ ବଜାର ବର୍ତ୍ତମାନ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ(ବିଓଇ) ଏବଂ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ(ଇସିବି)ର ନିଷ୍ପତ୍ତିକୁ ଅପେକ୍ଷା କରିଛି। ଉଭୟ ବ୍ୟାଙ୍କ ସେମାନଙ୍କ ନୀତିଗତ ହାର ଅଧା ପ୍ରତିଶତ ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri