ଦିନକରେ ୩ ଲକ୍ଷ କୋଟିର ନିବେଶ ହରାଇଲେ ନିବେଶକ

ନୂଆଦିଲ୍ଲୀ,୧୬।୧୨:ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାରରେ ୦.୫୦% ବୃଦ୍ଧି କରିବା ଯୋଗୁ ଗୁରୁବାର ଭାରତୀୟ ଷ୍ଟକ୍‌ ବଜାରରେ ଏକ ବଡ଼ ଧରଣର କ୍ଷତି ଘଟିଛି। ଏପରିକି ଦିନକରେ ପ୍ରାୟ ୩ ଲକ୍ଷ କୋଟିର ନିବେଶ ଶେୟାର ବଜାରର ନିବେଶକ ହରାଇଛନ୍ତି। ଆଗକୁ ମଧ୍ୟ ସୁଧହାର ବୃଦ୍ଧି ନେଇ ଫେଡେରାଲଙ୍କ ସୂଚନା ଭାରତୀୟ ବଜାରକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ଆମେରିକା ବଜାରରେ ସୁଧହାର ୧୫ବର୍ଷର ଶୀର୍ଷତମ ସ୍ତରରେ ପହଞ୍ଚତ୍ଛି। ଫଳରେ ଷ୍ଟକ୍‌ ବଜାରର ନିବେଶକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସେହିଭଳି ଫେଡେରାଲ ରିଜର୍ଭଙ୍କ ସୁଧହାର ବୃଦ୍ଧି ଘୋଷଣା ପରେ ଶେୟାର ବଜାରରେ ଅଂଶଧନ ବିକ୍ରି ଆରମ୍ଭ ହୋଇଯାଇଛି। ଏପରିକି ସେନ୍‌ସେକ୍ସରେ ସାମିଲ ୩୦ ମୁଖ୍ୟ ଶେୟାର ମଧ୍ୟରୁ ଏନ୍‌ଟିପିସି ଓ ସନ୍‌ଫାର୍ମାକୁ ଛାଡ଼ି ଦେଲେ ବାକି ୨୮ ଶେୟାରର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୪ ଷ୍ଟକ୍‌ ବଜାର ବନ୍ଦ ବେଳକୁ ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୯୧ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଗୁରୁବାର କାରବାର ଆରମ୍ଭ ହେବା ପରେ ଏହାର ପରିମାଣ ହ୍ରାସ ହୋଇ ୨.୮୮ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଫଳରେ ଦିନକରେ ବଜାରରେ ନିବେଶକ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ସେହିପରି ଆଇଟି ଶେୟାରରେ ହ୍ରାସ ଓ ବଜାରରେ ଦୁର୍ବଳ ପରିସ୍ଥିତି ଯୋଗୁ ୩୦ ଶେୟାରର ବିଏସ୍‌ଇ ସୂଚକାଙ୍କ ପୂର୍ବାହ୍ନରେ ୧୮୬.୭୪ ପଏଣ୍ଟ ହ୍ରାସ ହୋଇ ୬୨,୪୯୧.୧୭ ଅଙ୍କରେ ଖୋଲିଥିଲା। ସେହିପରି ନିଫ୍ଟି ୫୧.୯୫ ପଏଣ୍ଟ ହ୍ରାସ ହୋଇ ୧୮,୬୦୮.୩୫ ଅଙ୍କରେ ଖୋଲିଥିଲା। ତେବେ ବଜାର ବର୍ତ୍ତମାନ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ(ବିଓଇ) ଏବଂ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ(ଇସିବି)ର ନିଷ୍ପତ୍ତିକୁ ଅପେକ୍ଷା କରିଛି। ଉଭୟ ବ୍ୟାଙ୍କ ସେମାନଙ୍କ ନୀତିଗତ ହାର ଅଧା ପ୍ରତିଶତ ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri