ନିବେଶକଙ୍କ କ୍ଷତି ୨.୨୨ ଲକ୍ଷ କୋଟି

ମୁମ୍ବାଇ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ବଢ଼ି ଚାଲିଥିଲା। ବୁଧବାର ଏଥିରେ ଝଟକା ଲାଗିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) କାରବାର ଖସିଥିବା ନଜରକୁ ଆସିଛି। ଫଳରେ ନିବେଶକ ୨.୨୨ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୬୯୫ ପଏଣ୍ଟ (୧.୫୬%) ଖସିଛି। ବ୍ୟାଙ୍କିଙ୍ଗ୍‌, ରିୟଲିଟି, ଫାର୍ମା ଏବଂ ଆଇଟି କ୍ଷେତ୍ରର ଷ୍ଟକ୍‌ କାରବାର ବୁଧବାର ପ୍ରଭାବିତ ହୋଇଥିବା ଜଣାପଡିଛି। ସେନ୍‌ସେକ୍ସ ୧.୫୬% ଖସିବା ଯୋଗୁ ଏହା ୪୩,୮୨୮ ପଏଣ୍ଟ ସ୍ତରକୁ ଖସିଆସିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟି କାରବାର ୧୯୭ ପଏଣ୍ଟ (୧.୫୧%) ନିମ୍ନରେ ରହି ୧୨,୮୫୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
କେବଳ ଓଏନ୍‌ଜିସି ଏବଂ ପାଓ୍ବାର ଗ୍ରୀଡ୍‌ ଭଲ କାରବାର ହାସଲ କରିଛନ୍ତି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ରିୟଲିଟି ଫାର୍ମା ଏବଂ ଘରୋଇ ବ୍ୟାଙ୍କ ଏବଂ ବ୍ୟାଙ୍କ ଶେୟାର କାରବାର ପ୍ରାୟ ୨.୨୫% ହ୍ରାସ ହୋଇଛି। ବଜାର ବିଶେଷଜ୍ଞଙ୍କ ମୁତାବକ, କରୋନା ଭାକ୍ସିନ ଆଶା ଏବଂ ବିଦେଶୀ ନିବେଶକଙ୍କ ମଧ୍ୟରେ ଉତ୍ସାହ ଯୋଗୁ ଭାରତୀୟ ଶେୟାର ବଜାର କାରବାର ବେଶ୍‌ ଉନ୍ନତ ହେଉଥିଲା। ମାତ୍ର ଦିନର ଦ୍ୱିତୀୟ ଭାଗରେ ନିବେଶକ ପ୍ରଫିଟ ବୁକିଂ କରିବା ଯୋଗୁ ବଜାରରେ ଅଚାନକ ହ୍ରାସ ପରିଲକ୍ଷିତ ହୋଇଛି। ସ୍ବଳ୍ପ ମିଆଦୀ ଭିତ୍ତିରେ ପ୍ରଫିଟ ବୁକିଂ ଘଟଣା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଶେଷଜ୍ଞ କହିଛନ୍ତି।
ଅପରପକ୍ଷରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ବାଇଡେନ୍‌ଙ୍କ ଟ୍ରାଞ୍ଜିଶନ ଖବର ଆସିବା ପରେ ଆମେରିକାର ଶେୟାର ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାଇଡେନ୍‌ଙ୍କୁ ଶୀଘ୍ର କ୍ଷମତା ହସ୍ତାନ୍ତର କରିବେ ବୋଲି ଜଣାପଡିଛି। ଏହି ଖବର ଆସିବା ପରେ ଓ୍ବାଲ୍‌ଷ୍ଟ୍ରିଟ୍‌ର ପ୍ରମୁଖ ସୂଚକାଙ୍କରେ କାରବାର ବେଶ୍‌ ଉନ୍ନତ ରହିଛି। ବ୍ଲୁ ଚିପ୍‌ ଡାଉ ରେକର୍ଡ ଉଚ୍ଚ ସ୍ତରରେ ରହିଛି। ସେହିଭଳି ଏସ୍‌ଆଣ୍ଡପିର ସମସ୍ତ ୧୧ ସୂଚକାଙ୍କ ଊର୍ଦ୍ଧ୍ୱଗାମୀ ରହିଛି। ଏହି ସମୟରେ ଟେସ୍‌ଲା କମ୍ପାନୀର ଶେୟାର କାରବାର ୩.୩% ବୃଦ୍ଧି ହୋଇଥିବା ନଜରକୁ ଆସିଛି। ୟୁଏସ୍‌ ଶେୟାର ବଜାରରେ ବ୍ୟାଙ୍କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ର ଶେୟାର କାରବାର ଉନ୍ନତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ନା ନେତାନ୍ୟାହୁ, କାହାପାଇଁ ହେଲା ଯୁଦ୍ଧ, ଜାଣନ୍ତୁ କ’ଣ କହୁଛନ୍ତି ଆମେରିକା-ଇସ୍ରାଏଲ

ଓ୍ବାଶିଂଟନ,୩।୩: ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ମଙ୍ଗଳବାର ଆକ୍ରମଣର ଚତୁର୍ଥ ଦିନ। ଇସ୍ରାଏଲ ଏବଂ ଇରାନ ଶନିବାର ମିଳିତ ଭାବରେ ଇରାନ…

ସେଦିନ କଳା ରାତିରେ କ’ଣ ଘଟିଥିଲା, ସାମ୍ନାକୁ ଆସି ଚାଞ୍ଚଲ୍ୟକର ବୟାନ ଦେଲେ ରାହୁଲଙ୍କ ସାଙ୍ଗ ଶିବା

ଭୁବନେଶ୍ୱର,୩।୩: ଜିଜିପି କଲୋନୀ ରାହୁଲ ମହାରଣାଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲେ ସାଙ୍ଗ ଶିବା। କଳା ରାତିର କଳା କାହାଣୀ କହିଲା ବେଳେ ପୁଣି ତଦନ୍ତକୁ ନେଇ…

ଭାଜପାର ମିଶ୍ରଣ ପର୍ବ କଂଗ୍ରେସ, ବିଜେଡିର ୩ ଶହରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ:) କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ…

ବିବାହ ପରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ କଲେ ବଡ଼ ଘୋଷଣା

ମୁମ୍ବାଇ,୩।୩: ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବର୍ତ୍ତମାନ ସେମାନଙ୍କ ବିବାହ ପାଇଁ ଖବରରେ ଅଛନ୍ତି। ସେମାନଙ୍କ ବିବାହ ଉତ୍ସବ ମଧ୍ୟରେ, ଏହି ଦମ୍ପତି…

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ସୁରକ୍ଷିତ ଘରକୁ ଫେରିଛନ୍ତି ପିଭି ସିନ୍ଧୁ, ଏକ ଭାବପ୍ରବଣ ପୋଷ୍ଟରେ ଦେଲେ ସୂଚନା

ବେଙ୍ଗାଲୁରୁ,୩।୩: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବିଦେଶରେ ଥିବା ବ୍ୟାଟମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନେଇ ଆସିଛି ଏକ ଖୁସି ଖବର। ଦୁବଇରେ ଫସି ରହିଥିବା ଏହି ସଟଲର…

ଶୋଇଥିଲେ ସ୍ବାମୀ-ସ୍ତ୍ରୀ: ଘରେ ପଶିଲେ ୫ ମୁଖା ପିନ୍ଧା ଯୁବକ, ଆଉ ତା’ପରେ…

ଲଇକେରା,୩।୩(ରଞ୍ଜନ କୁମାର ମେହେର): ଲଇକେରା ଥାନା ତାଳମୁଣ୍ଡାଠାରେ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କର ଗୋଡ ହାତ ବାନ୍ଧି ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ୧୫ ଭରି…

ଶକ୍ତିଶାଳୀ ଭୂକମ୍ପ: ଲୋକେ ଆତଙ୍କିତ

ଜାକର୍ତ୍ତା,୩।୩: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୧ ଥିଲା। ଏହାର କେନ୍ଦ୍ରସ୍ଥଳ ସୁମାତ୍ରାର…

ସଭିଙ୍କ ଦୃଷ୍ଟି ଆକର୍ଷଣ କଲା ମୋଦିଙ୍କ YouTube ଉପସ୍ଥିତି: ସବସ୍କ୍ରାଇବର ସଂଖ୍ୟା ୩୦ ନିୟୁତ, ଟ୍ରମ୍ପଙ୍କ ଅପେକ୍ଷା ସାତ ଗୁଣ ଅଧିକ ଫଲୋଅର୍ସ

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଉ ଏକ ସଫଳତା ହାସଲ କରିଛନ୍ତି। ସେ YouTube ରେ ୩୦ ନିୟୁତ ସବସ୍କ୍ରାଇବର ସଂଖ୍ୟା ଅତିକ୍ରମ କରି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri