୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୪ା୯: ବର୍ତ୍ତମାନ ବିଶ୍ୱ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏପରିକି କିଛି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଯୋଗୁ ଅର୍ଥନୈତିକ ବଜାରରେ ମଧ୍ୟ ଅସ୍ଥିରତା ଦେଖାଦେଇଛି। ଫଳରେ ଭାରତୀୟ ଶେୟାର ବଜାରରେ ମଧ୍ୟ ତା’ର ପ୍ରଭାବ ଗତ କିଛିଦିନ ହେବ ଦେଖିବାକୁ ମିଳୁଛି। ବିଶେଷକରି ଦଲାଲ ଷ୍ଟିଟ୍‌ରେ ଏହାର ପ୍ରଭାବ ଯୋଗୁ କ୍ରମାଗତ ୩ଦିନ ଲାଗି ଶେୟାର ବଜାର ହ୍ରାସ ପାଇଚାଲିଛି। ବିଶେଷକରି ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ ରିଜର୍ଭ (ଫେଡ୍‌ ରିଜର୍ଭ ) ଦ୍ୱାରା ସୁଧ ହାର ବୃଦ୍ଧି କରାଯିବା ପରେ ଭାରତୀୟ ବଜାର ପୁଣି ଥରେ ନିବେଶକଙ୍କ ଭରସା ହରାଇଛି ବୋଲି ଆଶଙ୍କା କରାଯାଉଛି। ଶୁକ୍ରବାର ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଏହି କାରଣରୁ ନିବେଶକଙ୍କୁ ପ୍ରାୟ ୫ଲକ୍ଷ କୋଟି ଟଙ୍କା (୪,୯୦,୧୬୨.୫୫ କୋଟି) ର କ୍ଷତି ହୋଇଛି। ଅପରପକ୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୦୨୦.୮୦ ପଏଣ୍ଟ ବା ୧.୭୩% ହ୍ରାସ ସହ ୫୮,୦୯୮.୯୨ ଅଙ୍କରେ ବନ୍ଦ ହୋଇଛି। ବିଏସ୍‌ଇର କାରବାର ସମୟରେ ଶେୟାର ୧,୧୩୭୭.୭୭ ଅଙ୍କ ତଳକୁ ଖସି ଆସିଥିଲା। ଗୋଟିଏ ସମୟରେ ଏହା ୫୮ ହଜାର ଅଙ୍କରୁ ମଧ୍ୟ ତଳକୁ ଖସି ଆସିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି-୫୦ରେ ମଧ୍ୟ ୩୦୨.୪୫ ପଏଣ୍ଟ ବା ୧.୭୨% ହ୍ରାସ ଘଟି ୧୭,୩୨୭.୩୫ ଅଙ୍କରେ କାରବାର ବନ୍ଦ କରିଥିଲା।
ଉଲ୍ଲେଖଯୋଗ୍ୟ, ବିଏସ୍‌ଇ ମାର୍କେଟ କ୍ୟାପିଟାଲରେ ଶୁକ୍ରବାର ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଅପରପକ୍ଷରେ ବଜାର କାରବାର ଶେଷରେ ବଜାର ପୁଞ୍ଜି ୨,୭୬,୬୪,୫୬୬.୭୯ କୋଟି ଟଙ୍କା ରହିଥିଲା। ଗୋଟିଏ ଦିନ ପୂର୍ବେ ଏହା ୨,୮୧,୧୭,୬୫୭.୫୭ କୋଟି ଟଙ୍କା ରହିଥିଲା।
ଉଲ୍ଲେଖଯୋଗ୍ୟ, ଶେୟାର ବଜାର ହ୍ରାସ ପଛରେ ଅନେକ କାରଣ ରହିଛି। ତେବେ ସବୁଠୁ ବଡ କାରଣ ହେଉଛି ଆମେରିକା ଫେଡ୍‌ ରିଜର୍ଭ ବ୍ୟାଙ୍କର ସୁଧ ହାର ବୃଦ୍ଧି। ଏପରିକି ୟୁଏସ୍‌ ଫେଡ୍‌ ରିଜର୍ଭ ସୁଧ ହାରରେ ୭୫ ବେସିସ୍‌ ପଏଣ୍ଟର ବୃଦ୍ଧି କରିଥିଲା। ଏହି ବୃଦ୍ଧି ପରେ ୟୁଏସ୍‌ର ୧୦ବର୍ଷୀୟ ବଣ୍ଡ ୟିଲ୍ଡରେ ବୃଦ୍ଧି ହୋଇଛି। ସେହିପରି ଡଲାର ସୂଚକାଙ୍କ ମଜଭୁତ ହୋଇଛି। ଏହି କାରଣରୁ ବିଦେଶୀ ନିବେଶକ ଭାରତୀୟ ବଜାରରୁ ଟଙ୍କା ବାହାରକରି ଭଲ ଆୟ ଦେବାକୁ ଥିବା ବଜାରରେ ନିବେଶ କରିବାକୁ ବିଚାର କରୁଛନ୍ତି। ଅନ୍ୟପଟେ ସୁଧ ହାରରେ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ମନ୍ଦାବସ୍ଥାର ଭୟ ରହିଛି। ଏଭଳି କିଛି କାରଣରୁ ଅନେକ ଘରୋଇ ନିବେଶକ ନିଜ ଶେୟାର ଠିକ୍‌ ସମୟରେ ବିକ୍ରି କରୁଛନ୍ତି। ଏହା ପୂର୍ବରୁ ଆସନ୍ତା ସପ୍ତାହରେ ଆର୍‌ବିଆଇ ଦ୍ୱାରା ପୁଣି ଥରେ ସୁଧ ହାର ବଢ଼ାଇବା ନେଇ ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ନିବେଶକଙ୍କ ଚିନ୍ତା ଅଧିକ ବଢାଇଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri