୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୪ା୯: ବର୍ତ୍ତମାନ ବିଶ୍ୱ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏପରିକି କିଛି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଯୋଗୁ ଅର୍ଥନୈତିକ ବଜାରରେ ମଧ୍ୟ ଅସ୍ଥିରତା ଦେଖାଦେଇଛି। ଫଳରେ ଭାରତୀୟ ଶେୟାର ବଜାରରେ ମଧ୍ୟ ତା’ର ପ୍ରଭାବ ଗତ କିଛିଦିନ ହେବ ଦେଖିବାକୁ ମିଳୁଛି। ବିଶେଷକରି ଦଲାଲ ଷ୍ଟିଟ୍‌ରେ ଏହାର ପ୍ରଭାବ ଯୋଗୁ କ୍ରମାଗତ ୩ଦିନ ଲାଗି ଶେୟାର ବଜାର ହ୍ରାସ ପାଇଚାଲିଛି। ବିଶେଷକରି ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ ରିଜର୍ଭ (ଫେଡ୍‌ ରିଜର୍ଭ ) ଦ୍ୱାରା ସୁଧ ହାର ବୃଦ୍ଧି କରାଯିବା ପରେ ଭାରତୀୟ ବଜାର ପୁଣି ଥରେ ନିବେଶକଙ୍କ ଭରସା ହରାଇଛି ବୋଲି ଆଶଙ୍କା କରାଯାଉଛି। ଶୁକ୍ରବାର ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଏହି କାରଣରୁ ନିବେଶକଙ୍କୁ ପ୍ରାୟ ୫ଲକ୍ଷ କୋଟି ଟଙ୍କା (୪,୯୦,୧୬୨.୫୫ କୋଟି) ର କ୍ଷତି ହୋଇଛି। ଅପରପକ୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୦୨୦.୮୦ ପଏଣ୍ଟ ବା ୧.୭୩% ହ୍ରାସ ସହ ୫୮,୦୯୮.୯୨ ଅଙ୍କରେ ବନ୍ଦ ହୋଇଛି। ବିଏସ୍‌ଇର କାରବାର ସମୟରେ ଶେୟାର ୧,୧୩୭୭.୭୭ ଅଙ୍କ ତଳକୁ ଖସି ଆସିଥିଲା। ଗୋଟିଏ ସମୟରେ ଏହା ୫୮ ହଜାର ଅଙ୍କରୁ ମଧ୍ୟ ତଳକୁ ଖସି ଆସିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି-୫୦ରେ ମଧ୍ୟ ୩୦୨.୪୫ ପଏଣ୍ଟ ବା ୧.୭୨% ହ୍ରାସ ଘଟି ୧୭,୩୨୭.୩୫ ଅଙ୍କରେ କାରବାର ବନ୍ଦ କରିଥିଲା।
ଉଲ୍ଲେଖଯୋଗ୍ୟ, ବିଏସ୍‌ଇ ମାର୍କେଟ କ୍ୟାପିଟାଲରେ ଶୁକ୍ରବାର ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଅପରପକ୍ଷରେ ବଜାର କାରବାର ଶେଷରେ ବଜାର ପୁଞ୍ଜି ୨,୭୬,୬୪,୫୬୬.୭୯ କୋଟି ଟଙ୍କା ରହିଥିଲା। ଗୋଟିଏ ଦିନ ପୂର୍ବେ ଏହା ୨,୮୧,୧୭,୬୫୭.୫୭ କୋଟି ଟଙ୍କା ରହିଥିଲା।
ଉଲ୍ଲେଖଯୋଗ୍ୟ, ଶେୟାର ବଜାର ହ୍ରାସ ପଛରେ ଅନେକ କାରଣ ରହିଛି। ତେବେ ସବୁଠୁ ବଡ କାରଣ ହେଉଛି ଆମେରିକା ଫେଡ୍‌ ରିଜର୍ଭ ବ୍ୟାଙ୍କର ସୁଧ ହାର ବୃଦ୍ଧି। ଏପରିକି ୟୁଏସ୍‌ ଫେଡ୍‌ ରିଜର୍ଭ ସୁଧ ହାରରେ ୭୫ ବେସିସ୍‌ ପଏଣ୍ଟର ବୃଦ୍ଧି କରିଥିଲା। ଏହି ବୃଦ୍ଧି ପରେ ୟୁଏସ୍‌ର ୧୦ବର୍ଷୀୟ ବଣ୍ଡ ୟିଲ୍ଡରେ ବୃଦ୍ଧି ହୋଇଛି। ସେହିପରି ଡଲାର ସୂଚକାଙ୍କ ମଜଭୁତ ହୋଇଛି। ଏହି କାରଣରୁ ବିଦେଶୀ ନିବେଶକ ଭାରତୀୟ ବଜାରରୁ ଟଙ୍କା ବାହାରକରି ଭଲ ଆୟ ଦେବାକୁ ଥିବା ବଜାରରେ ନିବେଶ କରିବାକୁ ବିଚାର କରୁଛନ୍ତି। ଅନ୍ୟପଟେ ସୁଧ ହାରରେ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ମନ୍ଦାବସ୍ଥାର ଭୟ ରହିଛି। ଏଭଳି କିଛି କାରଣରୁ ଅନେକ ଘରୋଇ ନିବେଶକ ନିଜ ଶେୟାର ଠିକ୍‌ ସମୟରେ ବିକ୍ରି କରୁଛନ୍ତି। ଏହା ପୂର୍ବରୁ ଆସନ୍ତା ସପ୍ତାହରେ ଆର୍‌ବିଆଇ ଦ୍ୱାରା ପୁଣି ଥରେ ସୁଧ ହାର ବଢ଼ାଇବା ନେଇ ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ନିବେଶକଙ୍କ ଚିନ୍ତା ଅଧିକ ବଢାଇଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri