Posted inଜାତୀୟ

ନିବେଶକ ହରାଇଲେ ୧୦.୭୩ ଲକ୍ଷ କୋଟି

ମୁମ୍ବାଇ,୨୮।୧: ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟରେ ହ୍ରାସ ଯୋଗୁ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁ ପୁଞ୍ଜିବଜାର ଲଗାତର ଦ୍ୱିତୀୟ ଦିନ ଧରି ନିମ୍ନଗାମୀ ହୋଇଛି। ଶୁକ୍ରବାର ସେନ୍‌ସେକ୍ସ ୮୭୪ ପଏଣ୍ଟ ହ୍ରାସ ପାଇ ୫୯,୩୩୧ରେ ରହିଛି। ସେହିପରି ନିଫ୍ଟି ୨୮୮ ପଏଣ୍ଟ ତଳକୁ ଖସି ୧୭,୬୦୪ରେ ସୀମିତ ରହିଛି। ବ୍ୟାଙ୍କ ନିଫ୍ଟିରେ ମଧ୍ୟ ୧୩୦୨ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟି ସର୍ବାଧିକ ଚାପଗ୍ରସ୍ତ ହୋଇ ୪୦,୩୪୫ରେ କାରବାର ବନ୍ଦ ହୋଇଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ରେ ୧୮.୫୨% ଅର୍ଥାତ୍‌ ୬୨୭.୫୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି। ଏହି କମ୍ପାନୀର ଶେୟାର ମୂଲ୍ୟ ବର୍ତ୍ତମାନ ୨୭୬୧ ଟଙ୍କା ରହିଛି। ଆଗକୁ ଏହି ଧାରା ବଜାୟ ରହିପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ଦଲାଲ ଷ୍ଟ୍ରିଟ୍‌ ଇନ୍‌ଭେଷ୍ଟରମାନେ ଶୁକ୍ରବାର ପ୍ରାୟ ୭ ଲକ୍ଷ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଯାଇଛନ୍ତି। ବୁଧବାର ଟ୍ରେଡିଂ ସେସନ୍‌କୁ ମିଶାଇଲେ ଏହି କ୍ଷତିର ପରିମାଣ ୧୦.୭୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ର ବହୁପ୍ରତୀକ୍ଷିତ (୨୦,୦୦୦ କୋଟି ଟଙ୍କାର) ଫଲୋ-ଅନ୍‌ ପବ୍ଲିକ ଅଫର୍‌ (ଏଫ୍‌ପିଓ)କୁ ମାତ୍ର ୧% ସବ୍‌ସ୍କ୍ରାଇବ୍‌ କରାଯାଇଛି।

ଲଗାମ କଷିଲା ସେବି

ଭାରତର ମାର୍କେଟ ରେଗୁଲେଟର ସେବି ଆଦାନୀ ଗ୍ରୁପ୍‌ର ଡିଲ୍ସ ଉପରେ ଲଗାମ କଷିବା ଆରମ୍ଭ କରିଛି। ସେବି ଅଦାନୀ ଗ୍ରୁପ୍‌ର ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟର୍ସଙ୍କୁ ନେଇ ଗତ ଜୁଲାଇରୁ ଚଳାଇଥିବା ତଦନ୍ତରେ ଆମେରିକୀୟ ଶର୍ଟ-ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଅଦାନୀ ସମୂହ କେଉଁ ସମୟରେ କାହା ସହ କିପରି ଡିଲ୍‌ କରିଛି ସେସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେବି ଅଣ୍ଟା ଭିଡ଼ିଥିବା ସୂତ୍ରରୁ ଜଣାପଡ଼ିଛି। ଏହା ପୂର୍ବରୁ ଆଦାନୀ ଗ୍ରୁପ୍‌ ଉକ୍ତ ରିପୋର୍ଟକୁ ଭିତ୍ତିହୀନ ଦର୍ଶାଇ ନ୍ୟୁୟର୍କଭିତ୍ତିକ ହିଣ୍ଡେନ୍‌ବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲା।

ନାଟେ ଆଣ୍ଡର୍ସନ

ଆମେରିକୀୟ ନାଟେ ଆଣ୍ଡର୍ସନଙ୍କ ଦ୍ୱାରା ପ୍ରତିଷ୍ଠିତ ହିଣ୍ଡେନ୍‌ବର୍ଗ ହେଉଛି ଏକ ଆକ୍ଟିଭିଷ୍ଟ ଫଣ୍ଡ୍‌। ୧୯୭୩ରେ ଏକ ହାଇଡ୍ରୋଜେନ୍‌ ଚାଳିତ ଜର୍ମାନ ବିମାନ ନ୍ୟୁଜର୍ସି ଅଭିମୁଖେ ଯାତ୍ରା କରୁଥିବାବେଳେ ସେଥିରେ ନିଅଁା ଲାଗିଯାଇଥିଲା। ଫଳରେ ଉକ୍ତ ଏୟାରଶିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ୩୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସେହି ବିମାନର ନାମ ଥିଲା ହିଣ୍ଡେନ୍‌ବର୍ଗ। ଏହାର ନାମାନୁସାରେ ଆଣ୍ଡର୍ସନ ନିଜ ସଂସ୍ଥାର ନାମକରଣ କରିଥିଲେ।

କ’ଣ କହୁଛି ହିଣ୍ଡେନ୍‌ବର୍ଗ

ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଶୁକ୍ରବାର ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଷ୍ଟକ୍ସ ମାନିପୁଲେଶନ୍‌ ଏବଂ ଆକାଉଣ୍ଟିଂ ଫ୍ରଡ୍‌ ସ୍କିମ୍‌ ସମ୍ପର୍କିତ ଅଭିଯୋଗଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏର ମଧ୍ୟ ଏହି କମ୍ପାନୀ ଉତ୍ତର ଦେଇନାହିଁ। ଓଲଟା ଆଦାନୀ ଗ୍ରୁପ୍‌ର ଲିଗାଲ ହେଡ୍‌ ଜତିନ୍‌ ଜାଲୁନ୍ଧଓ୍ବାଲା ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଆଇନଗତ ଲଢ଼େଇ ପାଇଁ ଆମ ପାଖରେ ଦସ୍ତାବିଜ ଆକାରରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ହିଣ୍ଡେନ୍‌ବର୍ଗ ଟୁଇଟ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri