Posted inଜାତୀୟ

ନିବେଶକ ହରାଇଲେ ୧୦.୭୩ ଲକ୍ଷ କୋଟି

ମୁମ୍ବାଇ,୨୮।୧: ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟରେ ହ୍ରାସ ଯୋଗୁ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁ ପୁଞ୍ଜିବଜାର ଲଗାତର ଦ୍ୱିତୀୟ ଦିନ ଧରି ନିମ୍ନଗାମୀ ହୋଇଛି। ଶୁକ୍ରବାର ସେନ୍‌ସେକ୍ସ ୮୭୪ ପଏଣ୍ଟ ହ୍ରାସ ପାଇ ୫୯,୩୩୧ରେ ରହିଛି। ସେହିପରି ନିଫ୍ଟି ୨୮୮ ପଏଣ୍ଟ ତଳକୁ ଖସି ୧୭,୬୦୪ରେ ସୀମିତ ରହିଛି। ବ୍ୟାଙ୍କ ନିଫ୍ଟିରେ ମଧ୍ୟ ୧୩୦୨ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟି ସର୍ବାଧିକ ଚାପଗ୍ରସ୍ତ ହୋଇ ୪୦,୩୪୫ରେ କାରବାର ବନ୍ଦ ହୋଇଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ରେ ୧୮.୫୨% ଅର୍ଥାତ୍‌ ୬୨୭.୫୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି। ଏହି କମ୍ପାନୀର ଶେୟାର ମୂଲ୍ୟ ବର୍ତ୍ତମାନ ୨୭୬୧ ଟଙ୍କା ରହିଛି। ଆଗକୁ ଏହି ଧାରା ବଜାୟ ରହିପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ଦଲାଲ ଷ୍ଟ୍ରିଟ୍‌ ଇନ୍‌ଭେଷ୍ଟରମାନେ ଶୁକ୍ରବାର ପ୍ରାୟ ୭ ଲକ୍ଷ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଯାଇଛନ୍ତି। ବୁଧବାର ଟ୍ରେଡିଂ ସେସନ୍‌କୁ ମିଶାଇଲେ ଏହି କ୍ଷତିର ପରିମାଣ ୧୦.୭୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ର ବହୁପ୍ରତୀକ୍ଷିତ (୨୦,୦୦୦ କୋଟି ଟଙ୍କାର) ଫଲୋ-ଅନ୍‌ ପବ୍ଲିକ ଅଫର୍‌ (ଏଫ୍‌ପିଓ)କୁ ମାତ୍ର ୧% ସବ୍‌ସ୍କ୍ରାଇବ୍‌ କରାଯାଇଛି।

ଲଗାମ କଷିଲା ସେବି

ଭାରତର ମାର୍କେଟ ରେଗୁଲେଟର ସେବି ଆଦାନୀ ଗ୍ରୁପ୍‌ର ଡିଲ୍ସ ଉପରେ ଲଗାମ କଷିବା ଆରମ୍ଭ କରିଛି। ସେବି ଅଦାନୀ ଗ୍ରୁପ୍‌ର ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟର୍ସଙ୍କୁ ନେଇ ଗତ ଜୁଲାଇରୁ ଚଳାଇଥିବା ତଦନ୍ତରେ ଆମେରିକୀୟ ଶର୍ଟ-ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଅଦାନୀ ସମୂହ କେଉଁ ସମୟରେ କାହା ସହ କିପରି ଡିଲ୍‌ କରିଛି ସେସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେବି ଅଣ୍ଟା ଭିଡ଼ିଥିବା ସୂତ୍ରରୁ ଜଣାପଡ଼ିଛି। ଏହା ପୂର୍ବରୁ ଆଦାନୀ ଗ୍ରୁପ୍‌ ଉକ୍ତ ରିପୋର୍ଟକୁ ଭିତ୍ତିହୀନ ଦର୍ଶାଇ ନ୍ୟୁୟର୍କଭିତ୍ତିକ ହିଣ୍ଡେନ୍‌ବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲା।

ନାଟେ ଆଣ୍ଡର୍ସନ

ଆମେରିକୀୟ ନାଟେ ଆଣ୍ଡର୍ସନଙ୍କ ଦ୍ୱାରା ପ୍ରତିଷ୍ଠିତ ହିଣ୍ଡେନ୍‌ବର୍ଗ ହେଉଛି ଏକ ଆକ୍ଟିଭିଷ୍ଟ ଫଣ୍ଡ୍‌। ୧୯୭୩ରେ ଏକ ହାଇଡ୍ରୋଜେନ୍‌ ଚାଳିତ ଜର୍ମାନ ବିମାନ ନ୍ୟୁଜର୍ସି ଅଭିମୁଖେ ଯାତ୍ରା କରୁଥିବାବେଳେ ସେଥିରେ ନିଅଁା ଲାଗିଯାଇଥିଲା। ଫଳରେ ଉକ୍ତ ଏୟାରଶିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ୩୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସେହି ବିମାନର ନାମ ଥିଲା ହିଣ୍ଡେନ୍‌ବର୍ଗ। ଏହାର ନାମାନୁସାରେ ଆଣ୍ଡର୍ସନ ନିଜ ସଂସ୍ଥାର ନାମକରଣ କରିଥିଲେ।

କ’ଣ କହୁଛି ହିଣ୍ଡେନ୍‌ବର୍ଗ

ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଶୁକ୍ରବାର ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଷ୍ଟକ୍ସ ମାନିପୁଲେଶନ୍‌ ଏବଂ ଆକାଉଣ୍ଟିଂ ଫ୍ରଡ୍‌ ସ୍କିମ୍‌ ସମ୍ପର୍କିତ ଅଭିଯୋଗଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏର ମଧ୍ୟ ଏହି କମ୍ପାନୀ ଉତ୍ତର ଦେଇନାହିଁ। ଓଲଟା ଆଦାନୀ ଗ୍ରୁପ୍‌ର ଲିଗାଲ ହେଡ୍‌ ଜତିନ୍‌ ଜାଲୁନ୍ଧଓ୍ବାଲା ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଆଇନଗତ ଲଢ଼େଇ ପାଇଁ ଆମ ପାଖରେ ଦସ୍ତାବିଜ ଆକାରରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ହିଣ୍ଡେନ୍‌ବର୍ଗ ଟୁଇଟ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri