ଦିନକରେ ନିବେଶକ ଯୋଡ଼ିଲେ ୧୬ଲକ୍ଷ କୋଟି

ମୁମ୍ବାଇ,୧୩।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ଷ୍ଟକ୍‌ ମାକେର୍ଟର କାରବାର ଏକ ବଡ଼ଧରଣର ବୃଦ୍ଧି ହାସଲ କରିଛି। ଗୋଟିଏପଟେ ଭାରତ-ପାକ୍‌ ଯୁଦ୍ଧର ବିରତି ଘୋଷଣା ଏବଂ ଅନ୍ୟପଟରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ ନିବେଶ କରୁଥିବାବେଳେ ସୋମବାର ପୁଞ୍ଜି ବଜାରର ଫଳାଫଳ ଉଭୟ ଷ୍ଟକ୍‌ ବଜାର ଓ ନିବେଶକମାନଙ୍କୁ ଖୁସି କରିଦେଇଛି। ଏପରିକି ଦିନକ ମଧ୍ୟରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କାର ନିବେଶ ପୁଞ୍ଜି ବଜାରରେ ଯୋଗ କରିଛନ୍ତି। ପୂର୍ବ ଦିବସର କାରବାର ଶେଷ ଫଳାଫଳ ସୁଦ୍ଧା ବଜାର ପୁଞ୍ଜି ୪୧୬.୪୦ ଲକ୍ଷ କୋଟି ଥିଲାବେଳେ ସୋମବାର କାର୍ଯ୍ୟ ଦିବସର ଫଳାଫଳ ଶେଷ ସୁଦ୍ଧା ନିବେଶକ ପୁଞ୍ଜି ବଜାରରେ ପ୍ରାୟ ୧୬ ଲକ୍ଷ କୋଟି ଯୋଡ଼ିବାରୁ ବଜାର ପୁଞ୍ଜି ୪୩୨.୫୫ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଭାରତୀୟ ପୁଞ୍ଜି ବଜାରରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର କାରବାର ଉତ୍ସାହଜନକ ରହିଥିଲାବେଳେ ସେନ୍‌ସେକ୍ସର କାରବାର ପ୍ରାୟ ୩୦୦୦ ପଏଣ୍ଟ ନିକଟବର୍ତ୍ତୀ ବୃଦ୍ଧି କରିଥିଲା। ସେହିଭଳି ନିଫ୍ଟ ୯୦୦ ପଏଣ୍ଟରୁ ଅଧିକ ବଢ଼ି ୨୪,୯୨୪.୭୦ ଅଙ୍କରେ କାରବାର ଶେଷ କରିଥିଲା। ଏପରିକି ନିଫ୍ଟ ମିଡ୍‌କ୍ୟାପ୍‌ରେ ୪.୧୨% ବୃଦ୍ଧି ଘଟି ୫୫,୪୧୬.୦୫ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ସ୍ମଲ୍‌କ୍ୟାପ୍‌ର କାରବାର ୪.୪୫% ବୃଦ୍ଧି ଘଟି ୮୦୮୦.୭୫ ଅଙ୍କରେ କାରବାର ଶେଷ କରିଥିଲା। ଅପରପକ୍ଷରେ ନିଫ୍ଟ ବ୍ୟାଙ୍କର କାରବାର ୩.୩୪% ବଢି ୫୫,୩୮୨.୮୫ ଅଙ୍କରେ ଏବଂ ନିଫ୍ଟ ଆଇଟି ୬.୭୦% ବୃଦ୍ଧି ଘଟି ୩୮,୨୮୨.୫୫ ଅଙ୍କରେ କାରବାର ବନ୍ଦ କରିଥିଲା। ସେହିପରି ୩୦ ଶେୟାରବିଶିଷ୍ଟ ବିଏସ୍‌ଇ ସେନ୍‌ସେକ୍ସର ମିଡ୍‌କ୍ୟାପ କାରବାରରେ ୩.୮% ଏବଂ ସ୍ମଲକ୍ୟାପ କାରବାରରେ ୪% ବୃଦ୍ଧି ଘଟିଥିଲା। ଏପରିକି ସେକ୍ଟରାଲ କ୍ଷେତ୍ରରେ ମଧ୍ୟ ମେଟାଲ, ଆଇଟି, ଆଇରନ, ପାଓ୍ବାର, ଶକ୍ତି ଭଳି ପ୍ରମୁଖ ନିବେଶକମାନେ ପ୍ରାୟ ୫%ର ନିବେଶ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri