ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଏକ୍ସକ୍ଲୁସିଭ ଆଉଟଲେଟ୍‌

ଭୁବନେଶ୍ୱର,୧୩।୫: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ଝାରସୁଗୁଡ଼ାର ବେହେରାମାଲ ରୋଡ୍‌ ରାଧାମାଧବ ମନ୍ଦିର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଡାଇରେକ୍ଟର ରାଜେଶ କୁମାର ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଗୁପ୍ତା ପରିବାର ସଦସ୍ୟଙ୍କ ସମେତ ଶୋ’ରୁମ୍‌ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ଏହି ଉଦଘାଟନୀ ଅବସରରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ମେଗା ସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଏ ସମ୍ପର୍କରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଡାଇରେକ୍ଟର ରାଜେଶ ଗୁପ୍ତା କହିଛନ୍ତି, ଝାରସୁଗୁଡାରେ ଏହି ମେଗା ଶୋରୁମ୍‌କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏହି ଅଞ୍ଚଳରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଉପସ୍ଥିତି ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ ହେବ। ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରଗୁଡିକୁ ଆଗ୍ରହର ସହିତ ଗ୍ରହଣ କରିବେ, କାରଣ ଆଜିର ଡିଜିଟାଲ ଯୁଗରେ ଗ୍ରାହକ ସର୍ବଦା ଚାହେଁ କମ୍‌ ଦାମ ଏବଂ ସର୍ବନିମ୍ନ ମୂଲ୍ୟଯୁକ୍ତ ସହଜ କିସ୍ତିରେ ନିଜର ପ୍ରଡକ୍ଟ କିଣିବା, ଯାହାକୁ ବଜାଜ ଫାଇନାନ୍ସ, ଆଇଡିଏଫସି, ଏଚଡିଏଫସି ଏବଂ ଏଚଡିବି ଭଳି ଫାଇନାନ୍ସର ମାନେ ସହଜ କର ଦେଇିଛନ୍ତି। ସହଜରେ ରଣ କରାଇବା ସହିତ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ଆଦି ଗ୍ରାହକମାନଙ୍କ ପାଇଁ ବର୍ତ୍ତମାନ ବିଶେଷ ସୁଯୋଗ ଆଣିଦେଇଛି, ବିନା ସୁଧରେ ସହଜ ଏବଂ କମ୍‌ ମୂଲ୍ୟର କିସ୍ତି ସହିତ ୨ଟା କିସ୍ତି ପର୍ଯ୍ୟନ୍ତ ଫ୍ରି ଅଫର ପ୍ରଦାନ କରାଯାଉଛି। ଏତଦ୍‌ ବ୍ୟତୀତ ସର୍ବନିମ୍ନ ମୂଲ୍ୟରେ ୫ବର୍ଷର ଅତିରିକ୍ତ ଓା୍ବରେଣ୍ଟି ଆମ ନିଜସ୍ବ କମ୍ପାନୀ ପକ୍ଷରୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପହଞ୍ଚି ଭାରତ ବିରୋଧରେ ବିଷ ଓଗାଳିଲେ ମୁନୀର: କହିଲେ, ଆମେ ପ୍ରତିଶୋଧ ନେବୁ

ଓ୍ବାଶିଂଟନ୍‌,୧୮।୬: ପାକିସ୍ତାନର ସେନା ମୁଖ୍ୟ ଏବଂ ସଦ୍ୟ ନିଯୁକ୍ତ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ...

ଗୋପାଳପୁର ଗଣବଳାତ୍କାର: ରିପୋର୍ଟ ମାଗିଲେ ଏନ୍‌ସିଡବ୍ଲ୍ୟୁ

ଭୁବନେଶ୍ୱର,୧୮ା୬(ସତ୍ୟଜିତ୍‌ ରାଉତ/ସୁନିତ୍‌ ମିଶ୍ର): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ସୋମବାର ସନ୍ଧ୍ୟାରେ ଜଣେ ୨୦ବର୍ଷୀୟା କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ...

ଆଉ ଏକ ଅଘଟଣ, ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ଫେରିଆସିଲା ବାଲି ଯାଉଥିବା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୧୮।୬: ବୁଧବାର ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ବାଲିକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ସମେତ ଅନେକ ଅନ୍ତର୍ଜାତୀୟ ବିମାନକୁ...

ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ତୁର୍କୀର ପଡ଼ୋଶୀ ଦେଶ ସାଇପ୍ରସରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ...

ମୋରଡ଼ା ଅଞ୍ଚଳରେ ବଢ଼ି ଚାଲିଛି ହାତୀ ଉପଦ୍ରବ: ଶୋଇଥିବାବେଳେ ଜଣଙ୍କୁ ଘରୁ ଘୋଷାଡ଼ି ଆଣି ଦଳି ଦେଲେ

ମୋରଡ଼ା,୧୮ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ରବ ବଢ଼ି ଚାଲିଥିବାରୁ ଜନ ଅସନ୍ତୋଷ ବଢ଼ି ଚାଲିଛି। ସୂଚନାନୁଯାୟୀ, ଉକ୍ତ ନିର୍ବାଚନମଣ୍ଡଳୀର ରାସଗୋବିନ୍ଦପୁର ରେଞ୍ଜ...

ସମସ୍ୟା ସୃଷ୍ଟି କରୁଛି ୧୯୭୧ ମସିହା ବିଦ୍ୟୁତ୍‌ ଖୁଣ୍ଟ, ତାର, ଶଙ୍ଖ

ମହାକାଳପଡ଼ା, ୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ଅବିଭକ୍ତ କଟକ ଜିଲାର ମହାକାଳପଡ଼ା ଅଞ୍ଚଳରେ ୧୯୭୧ରେ ପ୍ରଥମ ଥର ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ଯୋଗାଣ ବ୍ୟବସ୍ଥା...

ମୁନୀରଙ୍କ ସହ ଲଞ୍ଚ୍‌ କରିଥାନ୍ତେ ଟ୍ରମ୍ପ: ଏହା ପୂର୍ବରୁ ମୁହେଁ ମୁହେଁ ଏମିତି କଥା ଶୁଣାଇଦେଲେ ମୋଦି

ନୂଆଦିଲ୍ଲୀ,ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନରେ ଆଲୋଚନା ହୋଇଛି। ଟ୍ରମ୍ପଙ୍କ ଅନୁରୋଧରେ, ଉଭୟ ନେତା ଫୋନରେ କଥା ହୋଇଥିଲେ। ଏହି ଆଲୋଚନା...

ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri