ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ

ମୟୂରଭଞ୍ଜ ଜିଲାର ଏକ ଛୋଟ ଗଁା ଧଙ୍ଗୁଡ଼ିଶୋଳରେ ଜନ୍ମିତ ଡ. ଲୋକନାଥ ଦାଶ ବର୍ତ୍ତମାନ କେୟାର ହସ୍ପିଟାଲର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି। ରାଜାଲୋକ ହାଇସ୍କୁଲ, ବାରିପଦାର ଏମ୍‌ପିସି କଲେଜରେ ପାଠପଢ଼ା ପରେ ଫାର୍ମାସିରେ ଡିପ୍ଲୋମା ଓ ପରେ ପରେ ହସ୍ପିଟାଲ ଆଣ୍ଡ୍‌ ହେଲ୍‌ଥ କେୟାର ମ୍ୟାନେଜମେଣ୍ଟରେ ପିଜି ଓ ପିଏଚ୍‌.ଡି. କରିିଛନ୍ତି। ସ୍ବାସ୍ଥ୍ୟସେବା ପ୍ରତି ଡ. ଦାଶଙ୍କ ରୁଚି ରହୁଥିବାରୁ ବିଭିନ୍ନ ଅଗ୍ରଣୀ ହସ୍ପିଟାଲରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ତାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ବାର୍ତ୍ତାଳାପ….

ପ୍ର- ସ୍ବାସ୍ଥ୍ୟକ୍ଷେତ୍ରରେ ଆପଣଙ୍କ ଯାତ୍ରା କିପରି ରହିଛି?
ଉ- ସ୍ବାସ୍ଥ୍ୟସେବା ପ୍ରତି ଆଗ୍ରହ, ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ ଓ ବିଶେଷ ଭାବରେ ଗ୍ରାମାଞ୍ଚଳରେ ମୁଁ ଯେଉଁ ସବୁ ଆହ୍ବାନ ଦେଖିଥିଲି ତାହା ମୋତେ ଏହି କ୍ଷେତ୍ରରେ ପାଦ ରଖିବାକୁ ବାଧ୍ୟ କରିଥିଲା। ରାଜ୍ୟର ଅନେକ ଅଗ୍ରଣୀ ହସ୍ପିଟାଲରେ କାର୍ଯ୍ୟକାଳ ମଧ୍ୟରେ ସ୍ବାସ୍ଥ୍ୟସେବା ସୁବିଧା, ରୋଗୀସେବା ଏବଂ ଉନ୍ନତ ଚିକିତ୍ସା ପ୍ରଣାଳୀ ଆଣିବା ଦିଗରେ ପ୍ରୟାସ କରିଛି। ସ୍ବାସ୍ଥ୍ୟଶିଳ୍ପରେ ନୂଆ ନୂଆ ଜ୍ଞାନକୌଶଳ ପ୍ରୟୋଗକରି ଏହାକୁ ନୂତନ ରୂପ ଦେବାକୁ ସବୁବେଳେ ପ୍ରୟାସ କରୁଛି।
ପ୍ର- କେୟାର ହସ୍ପିଟାଲ କିପରି ରୋଗୀଙ୍କ ବିଶ୍ୱାସଭାଜନ ହୋଇପାରିଛି?
ଉ- କେୟାର ହସ୍ପିଟାଲରେ ସର୍ବଦା ରୋଗୀସେବାକୁ ପ୍ରାଧାନ୍ୟ ଦେଉଥିବାବେଳେ ଅତ୍ୟାଧୁନିକ ମେଡିକାଲ ଟେକ୍ନୋଲୋଜି ପ୍ରୟୋଗ କରାଯାଉଛି। ଦକ୍ଷ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା ପ୍ରଦାନ କରାଯାଉଛି। ସର୍ଜିକାଲ ଇନୋଭେଶନ ଏବଂ ମେଡିକାଲ ଟ୍ରେନିଂର ଭବିଷ୍ୟତକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ଏଆଇ ଏବଂ ଅଗ୍‌ମେଣ୍ଟେଡ୍‌ ରିଅଲିଟି ସହିତ ଇଣ୍ଟିଗ୍ରେଟେଡ୍‌ ରୋବୋଟିକ ଆଣ୍ଠୁ ପ୍ରତିରୋପଣ ହେଉକି ଲାପାରୋସ୍କୋପିକ ପ୍ରଣାଳୀ, ସବୁଥିରେ ଆମେ ଆଗୁଆ ଅଛୁ। ଅଙ୍ଗପ୍ରତିରୋପଣ ହେଉ କି ହୃଦବିଜ୍ଞାନ, ସବୁଥିରେ ଆମେ ଉନ୍ନତ ସେବା ପ୍ରଦାନ କରିଆସୁଛୁ। ଉନ୍ନତ ସେବା ହିଁ ଆମକୁ ରୋଗୀଙ୍କ ବିଶ୍ୱାସଭାଜନ କରାଇଛି।
ପ୍ର- ସ୍ବାସ୍ଥ୍ୟଶିଳ୍ପରେ କେଉଁ ସବୁ ସମସ୍ୟା ରହିଛି, ଏହାର କିପରି ସମାଧାନ କରାଯାଇପାରିବ?
ଉ- ରାଜ୍ୟରେ ସ୍ବାସ୍ଥ୍ୟଶିଳ୍ପ ଅଗ୍ରଗତି କରୁଥିଲେ ମଧ୍ୟ ଅନେକ ସମସ୍ୟା ରହିଛି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାର ଭିତ୍ତିଭୂମିର ଅଭାବ ରହୁଛି। ଏବେ ମଧ୍ୟ ରୋଗୀଙ୍କ ସଂଖ୍ୟା ଅନୁପାତରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବହୁତ କମ୍‌ ରହିଛି। ଅନେକ ସରକାରୀ ଯୋଜନା ସତ୍ତ୍ୱେ ବହୁ ସମୟରେ ଚିକିତ୍ସା ପାଇଁ ଅର୍ଥ ବାଧକ ହେଉଛି। ସେହିପରି ମଧୁମେହ, ହୃଦ୍‌ରୋଗ, କର୍କଟ ଆଦି ଅଣସଂକ୍ରାମକ ରୋଗ ବଢ଼ିବାରେ ଲାଗିଛି। ଛୋଟ ସହରରେ ଏବେ ମଧ୍ୟ ମେଡିକାଲ ଟେକ୍ନୋଲୋଜିର ଦୃଷ୍ଟାନ୍ତମୂଳକ ବ୍ୟବହାର କରାଯାଇପାରୁନାହିଁ। ଏସବୁର ସମାଧାନ ପାଇଁ ସରକାର ଓ ଘରୋଇ ହସ୍ପିଟାଲ ମଧ୍ୟରେ ସମନ୍ବୟ ରକ୍ଷା କରାଯିବା ଦରକାର। ସ୍ବାସ୍ଥ୍ୟବୀମା ପରିସରକୁ ବୃଦ୍ଧି କରାଯିବା ଦରକାର। ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ। ଏଆଇ ପରିଚାଳିତ ରୋଗୀପରୀକ୍ଷାକୁ ମଧ୍ୟ ଆପଣେଇବା ଉଚିତ। ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଚିତ।
ପ୍ର- ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଉତ୍ତମ ସ୍ବାସ୍ଥ୍ୟରକ୍ଷା ଦିଗରେ ଆପଣଙ୍କର କ’ଣ ପରାମର୍ଶ ରହିବ?
ଉ- ବାସ୍ତବରେ ବଦଳୁଥିବା ଜୀବନଶୈଳୀ ଦିନକୁ ଦିନ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି। ଊତ୍ତମ ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ପ୍ରତିଷେଧମୂଳକ ଚିକିତ୍ସା ଦ୍ୱାରା ମଧୁମେହ, ହୃଦ୍‌ରୋଗ ଭଳି ସ୍ବାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ। ଛୋଟଛୋଟ ଅଭ୍ୟାସ ଅନେକ ବଡ଼ ପରିବର୍ତ୍ତନ ଆଣିପାରେ।
ପ୍ର- ଆପଣଙ୍କ ଏପର୍ଯ୍ୟନ୍ତ ଯାତ୍ରା ଅନୁଭୂତିରୁ ଅନ୍ୟମାନଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଏ ପର୍ଯ୍ୟନ୍ତର ଯାତ୍ରା ମଧ୍ୟରେ ମୁଁ ଅନେକ ଆହ୍ବାନ ଦେଇ ଗତିକରିଛି, ସେଥିରୁ ଶିଖିଛି ଏବଂ ଆଗକୁ ବଢ଼ିଛି। ଅନ୍ୟମାନଙ୍କୁ ମୋର ପରାମର୍ଶ ଯେ, ସମସ୍ତେ ଅଧ୍ୟୟନ ଜାରି ରଖନ୍ତୁ, ନୂଆ ନୂଆ ଜ୍ଞାନକୌଶଳକୁ ଆପଣେଇବା ସହ ରୋଗୀଙ୍କ ସେବାକୁ ପ୍ରାଥମିକତା ଦିଅନ୍ତୁ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri