ତଦନ୍ତ ଶିଥିଳ, ଜମାକାରୀ ଚିନ୍ତାରେ

ଖୋର୍ଦ୍ଧା ଅଫିସ,୧୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଅର୍ଥ ଆତ୍ମସାତ୍‌ ସମେତ ଦୁଇଟି ସାଂଘାତିକ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତଦନ୍ତରେ ଶିଥିଳତା ଯୋଗୁ ପ୍ରଶାସନର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଟଙ୍କା ଫେରି ପାଇବା ନେଇ ଜମାକାରୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଜମାକାରୀଙ୍କ ଟଙ୍କାକୁ ଆତ୍ମସାତ କରି କେତେଜଣ କର୍ମଚାରୀ ମଉଜ ମଜଲିସ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରେ ଜମାକାରୀଙ୍କ ସ୍ଥାୟୀ ଓ ସଞ୍ଚୟ ବାବଦକୁ ପ୍ରାୟ ୧କୋଟି ୫୦ଲକ୍ଷ ଟଙ୍କା ଆତ୍ମସାତ ନେଇ ଅଭିଯୋଗ ହୋଇଛି। ଜଣେ ଅବସରପ୍ରାପ୍ତ କର୍ମଚାରୀ ଉକ୍ତ ବ୍ୟାଙ୍କରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଆର୍ଥତ୍କ କାରବାର କରୁଥିଲେ। ସେ ଏହି ଅର୍ଥ ଆତ୍ମସାତ କରିଥିବା କୁହାଯାଉଛି। ତେବେ କିପରି ଶାଖା କର୍ମଚାରୀ ଏ ବିଷୟରେ ଜାଣିପାରିଲେ ନାହିଁ ତାହା ପ୍ରଶ୍ନ ହୋଇଛି। କରୋନା ମହାମାରୀ ସମୟରେ କଷ୍ଟ ଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଜମାଦେଇ ଭବିଷ୍ୟତ ପାଇଁ ସ୍ବପ୍ନ୍ନ ଦେଖିଥିବା ଜମାକାରୀ ଏବେ ଚିନ୍ତାରେ। ଟଙ୍କା ଆତ୍ମସାତ ପଛରେ କେଉଁମାନଙ୍କ ସଂପୃକ୍ତି ରହିଛି ସେନେଇ ଖୋଳତାଡ଼ କରାଯିବାକୁ ଜମାକାରୀ ଦାବି କରିଛନ୍ତି। ସେହିପରି ବ୍ୟାଙ୍କ କର୍ମଚାରୀଙ୍କୁ ଗୋଟିଏ ଜାଗାରୁ ଚାହୁଁଥିବା ସ୍ଥାନକୁ ବଦଳି ଲାଗି ଲାଞ୍ଚ କାରବାର ହେଉଥିବା ଚର୍ଚ୍ଚା ଚାଲିଛି। ଏନେଇ ଗ୍ରାମବାସୀ ତଥା ଜମାକାରୀ ଲିଖିତ ଅଭିଯୋଗ କରିବା ପରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖାକୁ ନୋଟିସ କରିିଥିଲେ। ମାତ୍ର ଏପର୍ଯ୍ୟନ୍ତ ତଦନ୍ତର ଅଗ୍ରଗତି ଓ ଜମାକାରୀ ଟଙ୍କା ଫେରିପାଇବା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ବିଧାୟକଙ୍କ ଅଭିଯୋଗ ସତ୍ତ୍ୱେ ତଦନ୍ତ ନାହିଁ

ଅନ୍ୟ ଏକ ବଡ଼ ଦୁର୍ନୀତି ସମ୍ପର୍କରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଭିଯୋଗ ଆଣିଛନ୍ତି। ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଗତବର୍ଷ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପଦବୀରେ ୨୬ଜଣଙ୍କୁ ଦିଆଯାଇଥିବା ନିଯୁକ୍ତିରେ ବ୍ୟାପକ ଅର୍ଥ ହେରଫେର କରାଯାଇଥିବା ନେଇ ସେ ଗତ ମାର୍ଚ୍ଚ ୨୭ରେ ସମବାୟ ଶାସନ ସଚିବ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଜିଲାପାଳ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ ପ୍ରଶାସକ। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବା ବ୍ୟାଙ୍କ ସିଇଓ ଅନନ୍ତ ସାମଲ କହିଛନ୍ତି। ପରୀକ୍ଷା ଓ ଇଣ୍ଟରଭ୍ୟୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ତଥା ଓଏସ୍‌ଇବି ଗାଇଡଲାଇନ ଅନୁସାରେ କରାଯାଇଥିଲା ବୋଲି ସାମଲ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଦୁଇ ସପ୍ତାହ ବିତିଲାଣି, ଅଥଚ ସମବାୟ ଶାସନ ସଚିବ କିମ୍ବା ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇନାହିଁ। ଏହି ଦୁର୍ନୀତିରେ ବହୁ ଅସାଧୁ କର୍ମଚାରୀ ସମ୍ପୃକ୍ତ ଥିବା ଚର୍ଚ୍ଚା ଚାଲିଛି। ତେଣୁ ତଦନ୍ତକୁ ସମସ୍ତଙ୍କ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri