ଭୁବନେଶ୍ବର,୧୦।୬: ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି FIR ଦାଖଲ କରିଛନ୍ତି । ନାଇଡୁ କମିଶନ ରିପୋର୍ଟ ଫାଇଲ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର RDC ରିପୋର୍ଟ ଗାଏବ ନେଇ ଅଭିଯୋଗ ହୋଇଛି। ଦନ୍ତ କମିଶନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଦୁଇଟି ପ୍ରମୁଖ ରିପୋର୍ଟର ଫାଇଲ ମିଳୁନଥିବା ନେଇ ଥାନାରେ ମାମଲା ହୋଇଛି ।