ଜୈବ ବିଘଟନଯୋଗ୍ୟ ପ୍ଲାଷ୍ଟିକ୍‌ର ଉଦ୍ଭାବନ, ୨ ମାସରେ ପ୍ରକୃତିରେ ମିଶି ଖତ ହୋଇଯିବ

କୋପେନହାଗନ, ୨୩।୬: ସମ୍ପ୍ରତି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସ୍ଥାୟିତ୍ୱ ଏବଂ ସ୍ବଳ୍ପ ମୂଲ୍ୟରେ ମିଳୁଥିବା ହେତୁ ପ୍ଲାଷ୍ଟିକକୁ ବିଭିନ୍ନ କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର କରାଯାଉଛି। ସେହିପରି ବିଶ୍ୱସ୍ତରରେ କେବଳ ୯% ପ୍ଲାଷ୍ଟିକକୁ ପୁନଃ ବ୍ୟବହାର କରାଯାଇପାରୁଥିବାରୁ ଏହାର ବିପରୀତ ପ୍ରଭାବ ଜଳବାୟୁ ଉପରେ ପଡ଼ୁଛି। ଅଧିକ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ଫଳରେ ବେଶି ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଡେନ୍‌ମାର୍କର କୋପେନହାଗନ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ଓ ପରିବେଶ ବିଜ୍ଞାନ ବିଭାଗର ବୈଜ୍ଞାନିକମାନେ ଏକ ନୂତନ ପ୍ରକାରର ଜୈବ ବିଘଟନ ଯୋଗ୍ୟ ପ୍ଲାଷ୍ଟିକର ଉଦ୍ଭାବନ କରିଛନ୍ତି। ବାର୍ଲି ଜାତୀୟ ଶସ୍ୟ ଓ ଚିନି ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ସେମାନେ ଏହି ନୂତନ ପ୍ରକାରର ବାୟୋ ପ୍ଲାଷ୍ଟିକକୁ ବିକଶିତ କରିଛନ୍ତି। ପରିବେଶ ପାଇଁ ଏହି ବାୟୋ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ରୂପେ ଅନୁକୂଳ ରହିଛି। ଏହି ବାୟୋ ପ୍ଲାଷ୍ଟିକ ପ୍ରକୃତିରେ ସମ୍ପୂର୍ଣ୍ଣ ମିଶିଯାଇ ଖତରେ ପରିଣତ ହୋଇଥାଏ ତେଣୁ ଏହାର ବ୍ୟବହାରରେ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ ବୋଲି କୋପେନହାଗନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଦାବି କରିଛନ୍ତି। କେବଳ ୨ ମାସ ମଧ୍ୟରେ ଏହି ବାୟୋ ପ୍ଲାଷ୍ଟିକ ପ୍ରକୃତିରେ ସମ୍ପୂର୍ଣ୍ଣ ଭାବେ କ୍ଷୟ ହୋଇପାରିବ ବୋଲି ଏହି ଗବେଷଣାର ମୁଖ୍ୟ ବୈଜ୍ଞାନିକ ଆଣ୍ଟ୍ରିଆସ ବ୍ଲେନୋ କହିଛନ୍ତି। ପ୍ରାକୃତିକ ଉଦ୍ଭିଦ ସାମଗ୍ରୀରେ ନିର୍ମିତ ଏହି ଜୈବ ବିଘଟନଯୋଗ୍ୟ ପ୍ଲାଷ୍ଟିକ, ଖାଦ୍ୟ ପ୍ୟାକେଜିଂ ସହ ଅନେକ ପ୍ରକାର ପ୍ରୟୋଗ ପାଇଁ ବ୍ୟବହୃତ ହୋଇପାରିବ ବୋଲି ସେ କହିଛନ୍ତି। ସେହିପରି ବର୍ତ୍ତମାନ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକଠାରୁ ଏହି ନୂତନ ବାୟୋ ପ୍ଲାଷ୍ଟିକ ଅଧିକ ଶକ୍ତିଶାଳୀ ଓ ଅଧିକ ଜଳ ପ୍ରତିରୋଧକ ହୋଇଥିବା ଆଣ୍ଟ୍ରିଆସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଡିଜିଟାଲ ପ୍ଲାଟ୍‌ଫର୍ମ ରୋଗୀଙ୍କ ଯାତାୟାତ ସମସ୍ୟା ଦୂରକରୁଛି

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଭାବରେ ଡା. ଆଲୋକ ଶ୍ରୀବାସ୍ତବ ନେତୃତ୍ୱ ନେଉଛନ୍ତି। ଡା. ଶ୍ରୀବାସ୍ତବ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରୁ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଟ୍ରମ୍ପଙ୍କୁ କେମିତି ଅସ୍ତ୍ରବିରତି ବୃଦ୍ଧି କରିବାକୁ ବାଧ୍ୟ କରିଥିଲେ ଶେହବାଜ-ମୁନିର, ମନା କରିବା ସତ୍ତ୍ୱେ କିପରି ବଦଳିଲା ମନୋଭାବ, ଜାଣନ୍ତୁ…

ଓ୍ବାଶିଂଟନ୍‌, ୨୨।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଅବଧି ଶେଷ ହେବା ପୂର୍ବରୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଉନ୍ନୟନ କାମ ଅଭିଯୋଗ

ଲୋଇସିଂହା,୨୨।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହର ପୁନରୁଦ୍ଧାର ଓ ପାଚେରି କାମ ଗତ କିଛି ଦିନ…

ଯୁଦ୍ଧବିରତି ବୃଦ୍ଧି ଘୋଷଣା କଲେ ଟ୍ରମ୍ପ, ମୁନିର-ଶେହବାଜଙ୍କ ଅନୁରୋଧ ପରେ ନେଲେ ଏହି ନିଷ୍ପତ୍ତି

ଓ୍ବାଶିଂଟନ୍‌,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନର ଯୁଦ୍ଧବିରତି ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନର ଅନୁରୋଧରେ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟ ମନ୍ତ୍ରିମଣ୍ଡଳର ୩୯ତମ ବୈଠକ ତଥା ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri