ଗ୍ରାହକ ସେବାରେ କଳାମନ୍ଦିର

କଳାମନ୍ଦିର ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭଲପାଇବାକୁ ସାଉଁଟି ଏକ ପାରିବାରିକ ବ୍ରାଣ୍ଡ୍‌ ପାଲଟିଯାଇଛି। ୧୯୭୭ରେ ପ୍ରଥମ ଷ୍ଟୋର୍‌ ଆରମ୍ଭ ହେବା ପରଠାରୁ ଏହି ବ୍ରାଣ୍ଡ୍‌ ସର୍ବୋତ୍ତମ ଗୁଣବତ୍ତା ଉପତ୍ାଦ ଓ ସେବା ଯୋଗାଇବାରେ କେବେ ବିଫଳ ହୋଇନାହିଁ। ପ୍ରତିଯୋଗିତା ଯେତେ ବଢ଼ିଚାଲିଲେ ମଧ୍ୟ ଉକ୍ତ ଫ୍ୟାଶନ୍‌ ଆଣ୍ଡ ଫ୍ୟାମିଲି ଶୋ’ରୁମ୍‌ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କୁହନ୍ତି କଳାମନ୍ଦିର ପରିଚାଳନା ସହଯୋଗୀ ରାଜିନ୍ଦର ସିଂ।

କିପରି ରାଜ୍ୟର ସର୍ବାଦୃତ ଫ୍ୟାଶନ୍‌ ସ୍ଥାନ ହୋଇପାରିଛି?
୪୦ ବର୍ଷ ତଳେ କଳାମନ୍ଦିର ଆରମ୍ଭ ହେବା ଦିନଠାରୁ ଏଯାବତ୍‌ ଅଧିକାଂଶ ପରିବାର ପାଇଁ ପସନ୍ଦର ଫ୍ୟାଶନ୍‌ ଡେଷ୍ଟିନେଶନ ପାଲଟିଛି। ସମଗ୍ର ଓଡ଼ିଶା ବିଶେଷକରି ଭୁବନେଶ୍ୱର ଗ୍ରାହକମାନଙ୍କଠାରୁ ଆମେ ପର୍ଯ୍ୟାପ୍ତ ସ୍ନେହ, ସମର୍ଥନ ଓ ବିଶ୍ୱାସ ହାସଲ କରିପାରିଛୁ। ଏତେ ଆଦୃତି ପାଇବାର କାରଣ ହେଲା, ଆମ ଗ୍ରାହକଙ୍କୁ ଆମେ ପୁରୁଷ, ମହିଳା, ପିଲାଙ୍କ ପାଇଁ ପୋଷାକ ସହିତ ଶାଢ଼ି ଓ ଲେହଙ୍ଗାର ସର୍ବୋତ୍ତମ ସଂଗ୍ରହ ଯୋଗାଇବାରେ ବିଶ୍ୱାସ କରୁ। ଆମର ସୁଲଭ ମୂଲ୍ୟ ନୀତି ହେଉଛି ସଫଳତାର ଅନ୍ୟତମ କାରଣ।

ମହାମାରୀ ବେଳେ ବ୍ୟବସାୟ କିପରି ଥିଲା?
ଲକ୍‌ଡାଉନ୍‌ ବେଳେ ଆମେ କଠିନ ପରିସ୍ଥିତି ଦେଇ ଗତି କରିଥିଲୁ। ବାସ୍ତବରେ ଶୋ’ରୁମ୍‌ ମାର୍ଚ୍ଚ ୧୫ରୁ ମେ’ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପରେ ଖୋଲିଥିଲେ ବି ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବିକ୍ରି ୨୫-୩୦% ହ୍ରାସ ପାଇଥିଲା। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଅକ୍ଟୋବର ମାସଠାରୁ ବିକ୍ରି ବୃଦ୍ଧି ଘଟିଛି। ଏବେ ଆମ ବିକ୍ରି ପରିମାଣ କୋଭିଡ୍‌ ପୂର୍ବ ବିକ୍ରି ସହ ପ୍ରାୟ ସମାନ ହୋଇଆସିଲାଣି।

ବଜେଟ ସଂକ୍ରାନ୍ତରେ ଆପଣଙ୍କର ମତ କ’ଣ?
ଖୁବ୍‌ କଠିନ ପରିସ୍ଥିତି ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏକ ଉନ୍ନତ, ସାହସିକ ଏବଂ ବିକାଶୋନ୍ମୁଖୀ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ବିଭିନ୍ନ କ୍ଷେତ୍ରର ବ୍ୟବସାୟ ପୁନରୁଦ୍ଧାରରେ ସହାୟକ ହେବ। ଏହା ସାଧାରଣ ଲୋକଙ୍କ ଆମତ୍ବିଶ୍ୱାସ ବଢ଼ାଇବ ଏବଂ ସେମାନେ ପୁଣି ଅଧିକ ଖର୍ଚ୍ଚ କରିବାକୁ ଆଗେଇ ଆସିବେ। ଏଥିଯୋଗୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକର ଅଭିବୃଦ୍ଧି ଘଟିବ ବୋଲି ମୋର ବିଶ୍ୱାସ।

ଆର୍ଥିକ ବର୍ଷର କାରବାର ପାଇଁ କ’ଣ ସବୁ ଯୋଜନା କରିଛନ୍ତି?
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ବ୍ୟବସାୟ ପ୍ରାୟ ୪୦% କମିଛି। ଚଳିତ ଆର୍ଥିକ ବର୍ଷରେ ଏହାକୁ ପୂରଣ କରିବା ସହ ଶୋ’ରୁମ୍‌ର ବିକାଶ ଏବଂ ଗ୍ରାହକଙ୍କ ପସନ୍ଦ ମୁତାବକ ସାମଗ୍ରୀ ଯୋଗାଇବା ଆମର ପ୍ରଥମ ଲକ୍ଷ୍ୟ। ଗ୍ରାହକଙ୍କର ଭରସା ଓ ଭଲ ପାଇବାକୁ ନେଇ ବ୍ୟବସାୟ କରିବା ହେଉଛି ଆମର ବଡ଼ ଯୋଜନା। ଆଗାମୀ ଦିନରେ ଗ୍ରାହକଙ୍କୁ ପୂର୍ବଭଳି ବିଭିନ୍ନ ଅଫର ଓ ରିହାତି ଯୋଗାଇ ଦେବାକୁ ଯୋଜନା କରାଯାଇଛି।

କେଉଁ ବ୍ରାଣ୍ଡ୍‌ର ପୋଷାକ ସବୁ ଉପଲବ୍ଧ ରହିଛି?
କଳାମନ୍ଦିର ହେଉଛି ଏକ ଫ୍ୟାଶନ ଆଣ୍ଡ୍‌ ଫ୍ୟାମିଲି ଶୋ’ରୁମ୍‌, ଯାହାକି ତା’ର ପ୍ରିୟ ଗ୍ରାହକଙ୍କ ସେବାରେ ସର୍ମିପିତ ଅଟେ। ଏଠାରେ ସବୁ ବର୍ଗର ଲୋକଙ୍କ ପାଇଁ ପୋଷାକ ରହିଛି। ପୁରୁଷ, ମହିଳା, ବରିଷ୍ଠ ନାଗରିକ ଓ ଛୋଟ ପିଲା ଏପରି କି ବିଭାଘର ଓ ପାର୍ବଣ ପାଇଁ ସ୍ବତନ୍ତ୍ର ପୋଷାକ, ଋତୁ ଅନୁସାରେ ମଧ୍ୟ ଡ୍ରେସ୍‌ ଗ୍ରାହକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ପୂରଣ କରିଥାଏ।

ସଫଳତାର ରହସ୍ୟ କଣ?
ଶୋ’ରୁମ୍‌ର ବ୍ରାଣ୍ଡ୍‌ ସବୁ ପ୍ରକାର ହେବା ଦରକାର। ଗ୍ରାହକ ସେବା, ବନ୍ଧୁତା, ବିଶ୍ୱାସ, ଚାହିଦା ପୂରଣ ଏବଂ ଆକର୍ଷଣୀୟ ଅଫର ସହ ଉପହାର ପ୍ରଦାନ ବ୍ୟବସାୟିକ ସଫଳତାର ମୂଳମନ୍ତ୍ର।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri