ଗ୍ରାହକ ସେବାରେ କଳାମନ୍ଦିର

କଳାମନ୍ଦିର ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭଲପାଇବାକୁ ସାଉଁଟି ଏକ ପାରିବାରିକ ବ୍ରାଣ୍ଡ୍‌ ପାଲଟିଯାଇଛି। ୧୯୭୭ରେ ପ୍ରଥମ ଷ୍ଟୋର୍‌ ଆରମ୍ଭ ହେବା ପରଠାରୁ ଏହି ବ୍ରାଣ୍ଡ୍‌ ସର୍ବୋତ୍ତମ ଗୁଣବତ୍ତା ଉପତ୍ାଦ ଓ ସେବା ଯୋଗାଇବାରେ କେବେ ବିଫଳ ହୋଇନାହିଁ। ପ୍ରତିଯୋଗିତା ଯେତେ ବଢ଼ିଚାଲିଲେ ମଧ୍ୟ ଉକ୍ତ ଫ୍ୟାଶନ୍‌ ଆଣ୍ଡ ଫ୍ୟାମିଲି ଶୋ’ରୁମ୍‌ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କୁହନ୍ତି କଳାମନ୍ଦିର ପରିଚାଳନା ସହଯୋଗୀ ରାଜିନ୍ଦର ସିଂ।

କିପରି ରାଜ୍ୟର ସର୍ବାଦୃତ ଫ୍ୟାଶନ୍‌ ସ୍ଥାନ ହୋଇପାରିଛି?
୪୦ ବର୍ଷ ତଳେ କଳାମନ୍ଦିର ଆରମ୍ଭ ହେବା ଦିନଠାରୁ ଏଯାବତ୍‌ ଅଧିକାଂଶ ପରିବାର ପାଇଁ ପସନ୍ଦର ଫ୍ୟାଶନ୍‌ ଡେଷ୍ଟିନେଶନ ପାଲଟିଛି। ସମଗ୍ର ଓଡ଼ିଶା ବିଶେଷକରି ଭୁବନେଶ୍ୱର ଗ୍ରାହକମାନଙ୍କଠାରୁ ଆମେ ପର୍ଯ୍ୟାପ୍ତ ସ୍ନେହ, ସମର୍ଥନ ଓ ବିଶ୍ୱାସ ହାସଲ କରିପାରିଛୁ। ଏତେ ଆଦୃତି ପାଇବାର କାରଣ ହେଲା, ଆମ ଗ୍ରାହକଙ୍କୁ ଆମେ ପୁରୁଷ, ମହିଳା, ପିଲାଙ୍କ ପାଇଁ ପୋଷାକ ସହିତ ଶାଢ଼ି ଓ ଲେହଙ୍ଗାର ସର୍ବୋତ୍ତମ ସଂଗ୍ରହ ଯୋଗାଇବାରେ ବିଶ୍ୱାସ କରୁ। ଆମର ସୁଲଭ ମୂଲ୍ୟ ନୀତି ହେଉଛି ସଫଳତାର ଅନ୍ୟତମ କାରଣ।

ମହାମାରୀ ବେଳେ ବ୍ୟବସାୟ କିପରି ଥିଲା?
ଲକ୍‌ଡାଉନ୍‌ ବେଳେ ଆମେ କଠିନ ପରିସ୍ଥିତି ଦେଇ ଗତି କରିଥିଲୁ। ବାସ୍ତବରେ ଶୋ’ରୁମ୍‌ ମାର୍ଚ୍ଚ ୧୫ରୁ ମେ’ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପରେ ଖୋଲିଥିଲେ ବି ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବିକ୍ରି ୨୫-୩୦% ହ୍ରାସ ପାଇଥିଲା। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଅକ୍ଟୋବର ମାସଠାରୁ ବିକ୍ରି ବୃଦ୍ଧି ଘଟିଛି। ଏବେ ଆମ ବିକ୍ରି ପରିମାଣ କୋଭିଡ୍‌ ପୂର୍ବ ବିକ୍ରି ସହ ପ୍ରାୟ ସମାନ ହୋଇଆସିଲାଣି।

ବଜେଟ ସଂକ୍ରାନ୍ତରେ ଆପଣଙ୍କର ମତ କ’ଣ?
ଖୁବ୍‌ କଠିନ ପରିସ୍ଥିତି ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏକ ଉନ୍ନତ, ସାହସିକ ଏବଂ ବିକାଶୋନ୍ମୁଖୀ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ବିଭିନ୍ନ କ୍ଷେତ୍ରର ବ୍ୟବସାୟ ପୁନରୁଦ୍ଧାରରେ ସହାୟକ ହେବ। ଏହା ସାଧାରଣ ଲୋକଙ୍କ ଆମତ୍ବିଶ୍ୱାସ ବଢ଼ାଇବ ଏବଂ ସେମାନେ ପୁଣି ଅଧିକ ଖର୍ଚ୍ଚ କରିବାକୁ ଆଗେଇ ଆସିବେ। ଏଥିଯୋଗୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକର ଅଭିବୃଦ୍ଧି ଘଟିବ ବୋଲି ମୋର ବିଶ୍ୱାସ।

ଆର୍ଥିକ ବର୍ଷର କାରବାର ପାଇଁ କ’ଣ ସବୁ ଯୋଜନା କରିଛନ୍ତି?
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ବ୍ୟବସାୟ ପ୍ରାୟ ୪୦% କମିଛି। ଚଳିତ ଆର୍ଥିକ ବର୍ଷରେ ଏହାକୁ ପୂରଣ କରିବା ସହ ଶୋ’ରୁମ୍‌ର ବିକାଶ ଏବଂ ଗ୍ରାହକଙ୍କ ପସନ୍ଦ ମୁତାବକ ସାମଗ୍ରୀ ଯୋଗାଇବା ଆମର ପ୍ରଥମ ଲକ୍ଷ୍ୟ। ଗ୍ରାହକଙ୍କର ଭରସା ଓ ଭଲ ପାଇବାକୁ ନେଇ ବ୍ୟବସାୟ କରିବା ହେଉଛି ଆମର ବଡ଼ ଯୋଜନା। ଆଗାମୀ ଦିନରେ ଗ୍ରାହକଙ୍କୁ ପୂର୍ବଭଳି ବିଭିନ୍ନ ଅଫର ଓ ରିହାତି ଯୋଗାଇ ଦେବାକୁ ଯୋଜନା କରାଯାଇଛି।

କେଉଁ ବ୍ରାଣ୍ଡ୍‌ର ପୋଷାକ ସବୁ ଉପଲବ୍ଧ ରହିଛି?
କଳାମନ୍ଦିର ହେଉଛି ଏକ ଫ୍ୟାଶନ ଆଣ୍ଡ୍‌ ଫ୍ୟାମିଲି ଶୋ’ରୁମ୍‌, ଯାହାକି ତା’ର ପ୍ରିୟ ଗ୍ରାହକଙ୍କ ସେବାରେ ସର୍ମିପିତ ଅଟେ। ଏଠାରେ ସବୁ ବର୍ଗର ଲୋକଙ୍କ ପାଇଁ ପୋଷାକ ରହିଛି। ପୁରୁଷ, ମହିଳା, ବରିଷ୍ଠ ନାଗରିକ ଓ ଛୋଟ ପିଲା ଏପରି କି ବିଭାଘର ଓ ପାର୍ବଣ ପାଇଁ ସ୍ବତନ୍ତ୍ର ପୋଷାକ, ଋତୁ ଅନୁସାରେ ମଧ୍ୟ ଡ୍ରେସ୍‌ ଗ୍ରାହକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ପୂରଣ କରିଥାଏ।

ସଫଳତାର ରହସ୍ୟ କଣ?
ଶୋ’ରୁମ୍‌ର ବ୍ରାଣ୍ଡ୍‌ ସବୁ ପ୍ରକାର ହେବା ଦରକାର। ଗ୍ରାହକ ସେବା, ବନ୍ଧୁତା, ବିଶ୍ୱାସ, ଚାହିଦା ପୂରଣ ଏବଂ ଆକର୍ଷଣୀୟ ଅଫର ସହ ଉପହାର ପ୍ରଦାନ ବ୍ୟବସାୟିକ ସଫଳତାର ମୂଳମନ୍ତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri