ଇଣ୍ଟରଭେନ୍‌ଶନାଲ୍‌ ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏକ ଅମୂଲ୍ୟ ବରଦାନ ସଦୃଶ। ଚିକିତ୍ସା ବିଜ୍ଞାନରେ ରେଡିଓଲୋଜିର ସର୍ବପ୍ରଥମ ବ୍ୟବହାର ଆରମ୍ଭ ହୋଇଥିଲା ୧୮୯୫ ମସିହାରେ ଅର୍ଥାତ୍‌ ‘ଏକ୍ସ-ରେ’ର ଆବିଷ୍କାର ପରେ। ଏହାକୁ ଜର୍ମାନୀ ପଦାର୍ଥ ବିଜ୍ଞାନୀ ଉଇଲ୍‌ହେଲମ୍‌ କୋନ୍‌ରାଡ୍‌ ରଣ୍ଟଜେନ୍‌ ଆବିଷ୍କାର କରିଥିଲେ। ପୁଣି ତାଙ୍କର ଏହି ଆବିଷ୍କାର ଥିଲା ଆକସ୍ମିକ। ଉକ୍ତ ଆବିଷ୍କାର ପାଇଁ ତାଙ୍କୁ ୧୯୦୧ ମସିହାରେ ନୋବେଲ ପୁରସ୍କାର (ପଦାର୍ଥ ବିଜ୍ଞାନ) ପ୍ରଦାନ କରାଯାଇଥିଲା। ରଣ୍ଟଜେନ୍‌ ଏକ୍ସ-ରେ ଆବିଷ୍କାର କରିଥିଲେ ୧୮୯୫ ମସିହା ନଭେମ୍ବର ୮ ତାରିଖ ସନ୍ଧ୍ୟା ସମୟରେ। ତାଙ୍କ ପତ୍ନୀ ଆନ୍ନା ବର୍ଥା ଲୁଡ୍‌ଉଇଶଙ୍କ ବାମ ହାତର ଏକ୍ସ-ରେ ଫଟୋ ଥିଲା ପୃଥିବୀର ସର୍ବପ୍ରଥମ ଏକ୍ସ-ରେ ଫଟୋ। ୧୮୯୫ ମସିହା ଡିସେମ୍ବର ୨୨ ତାରିଖରେ ରଣ୍ଟଜେନ୍‌ ନିଜେ ସେହି ଏକ୍ସ-ରେ ଫଟୋ ଉଠାଇଥିଲେ।
ଆବିଷ୍କାର ଦିବସଟିକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ୨୦୧୨ ମସିହାଠାରୁ ‘ୟୁରୋପୀୟାନ୍‌ ସୋସାଇଟି ଅଫ୍‌ ରେଡିଓଲୋଜି’, ‘ରେଡିଓଲୋଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା’ ଏବଂ ‘ଆମେରିକାନ୍‌ କଲେଜ ଅଫ୍‌ ରେଡିଓଲୋଜି’ର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ନଭେମ୍ବର ୮ ତାରିଖକୁ ‘ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ’ ରୂପେ ପାଳନ କରାଯାଇଆସୁଛି। ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଡିଓଲୋଜିର ବିଭିନ୍ନ ପଦ୍ଧତି ଏବଂ ଆଧୁନିକ ଚିକିତ୍ସା କ୍ଷେତ୍ରରେ ଏହିସବୁ ପଦ୍ଧତିର ଉପଯୋଗିତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ସେମାନଙ୍କଠାରେ ସଚେତନତା ବୃଦ୍ଧି କରିବା। ଏହି ଦିବସରେ ରେଡିଓଲୋଜିର ସାଧାରଣ ବ୍ୟବହାର ସହ ବିଭିନ୍ନ ଅଙ୍ଗର ଛାୟାଚିତ୍ରଣ ବା ପ୍ରତିରୂପ (ଇମେଜିଂ) ସମ୍ପର୍କରେ ସ୍ବତନ୍ତ୍ର ଭାବରେ ଆଲୋଚନା କରାଯାଇଥାଏ। ଯେପରିକି ଡାଇଗ୍ନୋଷ୍ଟିକ୍‌ ରେଡିଓଲୋଜି,
ନ୍ୟୁରୋରେଡିଓଲୋଜି, ରେଡିଏସନ୍‌, ଅଙ୍କୋଲୋଜି, ନ୍ୟୁକ୍ଲିୟାର୍‌ ରେଡିଓଲୋଜି, ପେଡିଆଟ୍ରିକ୍‌ ରେଡିଓଲୋଜି, ଭାସ୍କୁଲାର ରେଡିଓଲୋଜି, କାର୍ଡିଓ ଭାସ୍କୁଲାର ରେଡିଓଲୋଜି, ସ୍ପୋର୍ଟସ ରେଡିଓଲୋଜି,
ଡିଜିଟାଲ୍‌ ମାମ୍ମୋଗ୍ରାଫି ଇତ୍ୟାଦି। ସ୍ଥଳ ବିଶେଷରେ ଟେଲିରେଡିଓଲୋଜି ପଦ୍ଧତିରେ ଏକ୍ସ-ରେ ଛାୟାଚିତ୍ରଣକୁ ଅନ୍‌ଲାଇନ୍‌ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରି ନିଆଯାଇଥାଏ ।
ଚଳିତ ବର୍ଷର ‘ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ’ର ପ୍ରସଙ୍ଗ ରହିଛି ‘ଇଣ୍ଟରଭେନ୍‌ଶନାଲ ରେଡିଓଲୋଜି-ରୋଗୀଙ୍କ ସମୁଚିତ ଯତ୍ନ’। ଇଣ୍ଟରଭେନ୍‌ଶନାଲ ରେଡିଓଲୋଜିକୁ ଆମେ ‘ଅନ୍ତଃକ୍ରିୟାତ୍ମକ ବିକିରଣ ବିଜ୍ଞାନ’ ବୋଲି କହିପାରିବା। ଏହା ରେଡିଓଲୋଜିର ଏକ ବିଶେଷ ଶାଖା।
ଆପଣମାନେ ଜାଣନ୍ତି ଯେ, ‘ଫ୍ଲୋରୋସ୍କୋପି’, ‘ସିଟିସ୍କାନ୍‌’, ‘ଏମ୍‌. ଆର.ଆଇ. ଏବଂ ଅଲଟ୍ରାସାଉଣ୍ଡ ପରୀକ୍ଷା ଆଦି କରାଇ ଓ ତା’ର ଛବି ଦେଖି ରୋଗ ଚିହ୍ନଟ କରି ଏବଂ ରୋଗର ଚିକିତ୍ସା କରି ଆରୋଗ୍ୟ କରାଯାଉଛି ରୋଗୀକୁ। ଏହି ପଦ୍ଧତିରେ କୌଣସି ବଡ଼ ଧରଣର ଅପେରଶନ୍‌ କରାଯାଏ ନାହିଁ। ସ୍ଥଳ ବିଶେଷରେ ଚର୍ମରେ କରାଯାଇଥାଏ ଏକ ମାମୁଲି ଛିଦ୍ରମାତ୍ର। ଏହି ପଦ୍ଧତିର ପ୍ରକାରକୁ ଚାହିଁ ଶରୀର ଭିତରକୁ ପ୍ରବେଶ କରେଇବାକୁ ପଡ଼େ ଛୁଞ୍ଚତ୍, କାଥେଟର୍‌ କି ତାର। ସ୍ବତନ୍ତ୍ର ଧରଣର ଏକ୍ସ-ରେ କ୍ୟାମେରା କିମ୍ବା ଫ୍ଲୋରୋସ୍କୋପ୍‌ ମାଧ୍ୟମରେ ଧମନୀ, ଶିରା, ଅଙ୍ଗ ଇତ୍ୟାଦିର ଛବିକୁ ଦେଖି ରୋଗ ନିର୍ଣ୍ଣୟପୂର୍ବକ କରାଯାଇଥାଏ ପ୍ରତିକାର ବ୍ୟବସ୍ଥା।
ରେଡିଓଲୋଜି ଦିବସ ପାଳନ ଅବସରରେ ଆୟୋଜିତ ହୋଇଥାଏ ସେମିନାର, ବକ୍ତୃତା, ପ୍ରଦର୍ଶନୀ ଓ କର୍ମଶାଳା ଇତ୍ୟାଦି। ଏସବୁରେ ଅଂଶଗ୍ରହଣ କରିଥାନ୍ତି ରେଡିଓଲୋଜିଷ୍ଟିକ୍‌, ରେଡିଓଲୋଜିର ସ୍ନାତକୋତ୍ତର ଛାତ୍ର ଏବଂ ରେଡିଓଗ୍ରାଫରମାନେ।
ଏକ୍ସ-ରେ ଆବିଷ୍କୃତ ହୋଇଥିଲା ୧୨୬ ବର୍ଷ ତଳେ। ମାତ୍ର ଏହା ଏପରି ଏକ ଯୁଗାନ୍ତକାରୀ ଆବିଷ୍କାର ଯେ, ଏକ୍ସ-ରେ ସମେତ ସିଟି ସ୍କାନ୍‌ ଏବଂ ଏମ୍‌.ଆର.ଆଇ. କ୍ଷେତ୍ରକୁ ମଧ୍ୟ ମିଳିଛି ନୋବେଲ ପୁରସ୍କାର। ଏ ଯାବତ୍‌ ପାଖାପାଖି ୨୫ଜଣ ବିଜ୍ଞାନୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରେଡିଓଲୋଜି ଆଧାରିତ କ୍ଷେତ୍ରରେ ଆବିଷ୍କାର କରି ନୋବେଲ ପୁ୍‌ରସ୍କାର ପାଇବାର ଗୌରବ ଅର୍ଜନ କରିପାରିଛନ୍ତି।
ରେଡିଓଲୋଜି ପଦ୍ଧତିରେ ବ୍ୟବହୃତ ହୋଇଥାଏ ତେଜସ୍କ୍ରିୟ ବିକିରଣ। ଏହି ତେଜସ୍କ୍ରିୟ ବିକିରଣ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଅନିଷ୍ଟକର, ଏପରିକି ଏହା ଜାତ କରିପାରେ କ୍ୟାନ୍‌ସର। ତେଣୁ ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଡାକ୍ତର, ନର୍ସ, ରେଡିଓଗ୍ରାଫର୍‌ ଇତ୍ୟାଦି ତେଜସ୍କ୍ରିୟତାରୁ ସୁରକ୍ଷିତ ରହିବା ପାଇଁ ଅନୁମୋଦିତ ସାବଧାନତା ଅବଲମ୍ବନ କରିଥାଆନ୍ତି।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ୍‌ ନଂ. ୧୧୩୧, ଅଭିନବ ବିଡ଼ାନାସୀ, କଟକ ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri