ଯୋଡ଼ା ଡାକଘରେ ଇଣ୍ଟରନେଟ୍‌ ସେବା ଠପ୍‌

ଯୋଡ଼ା, ୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ଥିବା ମୁଖ୍ୟ ଡାକ ଘରେ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଏଥିପାଇଁ ଗ୍ରାହକ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଖବର ନେବାରୁ ଜଣା ପଡ଼ିଛି ଯେ, ଆଜକୁ ପାଞ୍ଚ ଦିନ ହେବ ଉକ୍ତ ଡାକ ଘରେ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି। ଯୋଡ଼ା ସହରର ମୁଖ୍ୟ ରାସ୍ତା ପାଶର୍‌ବରେ ଡାକ ଘରଟି ଥିବାରୁ ସ୍ଲରୀ ପାଇପ ଲାଇନ ପାଇଁ ଗାତ ଖୋଳା ହୋଇଥିଲା। ଏହି ଗାତ ଖୋଳିବା ସମୟ ରେ ଡାକ ଘରକୁ ଯାଇଥିବା ସର୍ଭର ତାର ଗୁଡ଼ିକ ନଷ୍ଟ ହୋଇଯାଇଛି। ଯାହାଫଳରେ ନେଟ୍‌ ସେବା ବିଚ୍ଛିନ୍ନ ହୋଇ ଯାଇଛି। ଏହାର ମରାମତି ନ ହେବାରୁ ଗ୍ରାହକମାନେ ଡାକ ଘରକୁ ଯାଇ ନିରାଶ ହୋଇ ଫେରଛନ୍ତି। ତେବେ ବିଭାଗୀୟ କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ବୁଧବାର ଭୁବନେଶ୍ୱରରୁ ଯନ୍ତ୍ରୀ ଆସି ମରାମତି କରୁଥିବା କହିଛନ୍ତି।