ବନ୍ଦ ହେଲା ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌, ୧୬ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର୍‌ (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇବା ପରେ ବୁଧବାର ମଧ୍ୟ ରାତ୍ରିରେ ଅବସର ନେଇଛି। ଏଣିକି ଡେସ୍କଟପ୍‌ରେ ଥିବା ଆଇଇ ଆଇକନ୍‌ କାମ କରିବ ନାହିଁ। ୟୁଜର୍ସ ଏହି ବ୍ରାଉଜର ବ୍ୟବହାର କରିବାକୁ ଚାହିଁଲେ ଆପେ ଆପେ ତାହା ମାଇକ୍ରୋସଫ୍ଟ ଏଜ୍‌କୁ ରିଡାଇରେକ୍ଟ ହୋଇଯିବ। ଅର୍ଥାତ ଆଇଇରୁ ଯେଉଁ ସେବା ମିଳୁଥିଲା ଏବେ ତାହା ମାଇକ୍ରୋସଫ୍ଟ ଏଜ୍‌ରୁ ୟୁଜର୍ସ ପାଇପାରିବେ।

୧୯୯୫ ଅଗଷ୍ଟ ୮ରେ ପ୍ରଥମେ ଇଣ୍ଟରନେଟ୍‌ ଏକ୍ସପ୍ଲୋରର ଆଡ୍‌-ଅନ୍‌ ପ୍ୟାକେଜ୍‌ରେ ଭାବେ ଓ୍ବିଣ୍ଡୋଜ୍‌ ୯୫ ପାଇଁ ରିଲିଜ ହୋଇଥିଲା। ପରେ କମ୍ପାନୀ ଏହି ବ୍ରାଉଜରକୁ ଉକ୍ତ ପ୍ୟାକେଜର ଅଂଶ ଭାବେ ମାଗଣା କରିଥିଲା। ୨୦୦୪ରେ ଇଣ୍ଟରନେଟ ଏକ୍ସପ୍ଲୋରରକୁ ସର୍ବାଧିକ ୯୫% ୟୁଜର୍ସ ବ୍ୟବହାର କରିଥିବା ରେକର୍ଡ ହୋଇଥିଲା। ହେଲେ ପରେ ଆଇଇ ନିଜ ପୂର୍ବ ସ୍ଥିତି ବଜାୟ ରଖିବାରେ ବିଫଳ ହେବାରୁ ଏହାର ୟୁଜର୍ସ କମିବାରେ ଲାଗିଲେ। ତେଣୁ କମ୍ପାନୀ ଗତ ବର୍ଷ ମେ’ରେ ଏହି ବ୍ରାଉଜରକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏବେ ଗୁଗଲ କ୍ରୋମ, ଆପଲର ସଫାରି, ମୋଜିଲା ଫାୟାରଫକ୍ସ ସର୍ବାଧିକ ବ୍ୟବହାର କରାଯାଉଥିବା ବ୍ରାଉଜର। ପ୍ରକାଶ ଯେ, ୨୦୨୧ରେ ଇଣ୍ଟରନେଟ ଏକ୍ସପ୍ଲୋରର ଏହାର ଶେଷ ଭର୍ସନ (ଆଇଇ-୧୧) ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri