ବନ୍ଦ ହେଲା ଇଣ୍ଟରନେଟ୍‌ ଏକ୍ସପ୍ଲୋରର

ଓ୍ବାଶିଂଟନ୍‌, ୧୬ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର୍‌ (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇବା ପରେ ବୁଧବାର ମଧ୍ୟ ରାତ୍ରିରେ ଅବସର ନେଇଛି। ଏଣିକି ଡେସ୍କଟପ୍‌ରେ ଥିବା ଆଇଇ ଆଇକନ୍‌ କାମ କରିବ ନାହିଁ। ୟୁଜର୍ସ ଏହି ବ୍ରାଉଜର ବ୍ୟବହାର କରିବାକୁ ଚାହିଁଲେ ଆପେ ଆପେ ତାହା ମାଇକ୍ରୋସଫ୍ଟ ଏଜ୍‌କୁ ରିଡାଇରେକ୍ଟ ହୋଇଯିବ। ଅର୍ଥାତ ଆଇଇରୁ ଯେଉଁ ସେବା ମିଳୁଥିଲା ଏବେ ତାହା ମାଇକ୍ରୋସଫ୍ଟ ଏଜ୍‌ରୁ ୟୁଜର୍ସ ପାଇପାରିବେ।

୧୯୯୫ ଅଗଷ୍ଟ ୮ରେ ପ୍ରଥମେ ଇଣ୍ଟରନେଟ୍‌ ଏକ୍ସପ୍ଲୋରର ଆଡ୍‌-ଅନ୍‌ ପ୍ୟାକେଜ୍‌ରେ ଭାବେ ଓ୍ବିଣ୍ଡୋଜ୍‌ ୯୫ ପାଇଁ ରିଲିଜ ହୋଇଥିଲା। ପରେ କମ୍ପାନୀ ଏହି ବ୍ରାଉଜରକୁ ଉକ୍ତ ପ୍ୟାକେଜର ଅଂଶ ଭାବେ ମାଗଣା କରିଥିଲା। ୨୦୦୪ରେ ଇଣ୍ଟରନେଟ ଏକ୍ସପ୍ଲୋରରକୁ ସର୍ବାଧିକ ୯୫% ୟୁଜର୍ସ ବ୍ୟବହାର କରିଥିବା ରେକର୍ଡ ହୋଇଥିଲା। ହେଲେ ପରେ ଆଇଇ ନିଜ ପୂର୍ବ ସ୍ଥିତି ବଜାୟ ରଖିବାରେ ବିଫଳ ହେବାରୁ ଏହାର ୟୁଜର୍ସ କମିବାରେ ଲାଗିଲେ। ତେଣୁ କମ୍ପାନୀ ଗତ ବର୍ଷ ମେ’ରେ ଏହି ବ୍ରାଉଜରକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏବେ ଗୁଗଲ କ୍ରୋମ, ଆପଲର ସଫାରି, ମୋଜିଲା ଫାୟାରଫକ୍ସ ସର୍ବାଧିକ ବ୍ୟବହାର କରାଯାଉଥିବା ବ୍ରାଉଜର। ପ୍ରକାଶ ଯେ, ୨୦୨୧ରେ ଇଣ୍ଟରନେଟ ଏକ୍ସପ୍ଲୋରର ଏହାର ଶେଷ ଭର୍ସନ (ଆଇଇ-୧୧) ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri