ଜର୍ମାନୀରେ ଘନେଇଲା ରାଜନୈତିକ ସଙ୍କଟ: ଭାଙ୍ଗିଲା ଓଲାଫ୍‌ଙ୍କ ମେଣ୍ଟ ସରକାର

ବର୍ଲିନ,୮ା୧୧: ଜର୍ମାନୀ ମେଣ୍ଟ ସରକାରରେ ଦୀର୍ଘ ସମୟ ଧରି ଅନ୍ତର୍କଳହ ଲାଗି ରହିଥିଲା। ବୁଧବାର ଚାନ୍ସେଲର ଓଲାଫ୍‌ ସ୍କୋଲ୍‌ଜ ନିଜ ମନ୍ତ୍ରିମଣ୍ଡଳରୁ ଅର୍ଥମନ୍ତ୍ରୀଙ୍କୁ ବହିଷ୍କାର କରିବା ପରେ ମେଣ୍ଟ ସରକାର ଭାଙ୍ଗିଯାଇଛି। ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିରୋଧୀ କଞ୍ଜରଭେଟିଭ୍ସ ଚାନ୍ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କୁ ତୁରନ୍ତ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଛି। ଏଥିସହ ଜାନୁଆରୀରେ ନିର୍ବାଚନ କରାଇବା ପାଇଁ ଅନୁରୋଧ କରିଛି। ସେଣ୍ଟର-ଲେଫ୍ଟ ସୋସିଆଲ ଡେମୋକ୍ରାଟ୍ସ (ଏସ୍‌ପିଡି) ସ୍କୋଲ୍‌ଜ କହିଛନ୍ତି, ବିତ୍ତୀୟ ସଂରକ୍ଷଣବାଦୀ ଫ୍ରି ଡେମୋକ୍ରାଟ୍ସ (ଏଫ୍‌ଡିପି) ନେତା ଖ୍ରିଷ୍ଟିଆନ୍‌ ଲିଣ୍ଡ୍‌ନେରଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇଦେଇଛନ୍ତି। ୟୁକ୍ରେନ୍‌ ଓ ନିଜ ଦେଶର ଅର୍ଥନୀତି ପାଇଁ ଅଧିକ ପାଣ୍ଠି ଯୋଗାଡ଼ ସକାଶେ ଚାଲିଥିବା ଯୋଜନାକୁ ଲିଣ୍ଡ୍‌ନେର ବିରୋଧ କରିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଚାନ୍ସେଲର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ଏହି ଘଟଣାକ୍ରମ ପରେ ଏଫ୍‌ପଡିି ମେଣ୍ଟ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଛି। ଫଳରେ ସରକାରରେ ବର୍ତ୍ତମାନ ସ୍କୋଲ୍‌ଜଙ୍କ ଏସ୍‌ପିଡି ଏବଂ ଗ୍ରୀନ୍ସ ରହିଛନ୍ତି। ଚାନ୍ସେଲର କହିଛନ୍ତି, ସେ ୨୦୨୫ ଜାନୁଆରୀରେ ଆସ୍ଥାଭୋଟର ସମ୍ମୁଖୀନ ହେବେ, ଯହିଁରେ ସେ ପରାଜିତ ହୋଇପାରନ୍ତି। ଜର୍ମାନୀରେ ୨୦୨୫ ସେପ୍ଟେମ୍ବରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏପରି ହେଲେ ନିର୍ଦ୍ଧାରିତ ଅବଧିର ୬ ମାସ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ଶେଷ ସୁଦ୍ଧା ଭୋଟ କରାଇବାକୁ ପଡ଼ିବ। ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି, ସ୍କୋଲ୍‌ଜଙ୍କ ଏସ୍‌ପିଡିର ବରିଷ୍ଠ ସହଯୋଗୀ ଜୋଏର୍ଜ କୁକିଜ୍‌ ଦେଶର ନୂଆ ଅର୍ଥମନ୍ତ୍ରୀ ହେବେ। ନ୍ୟାଶନାଲ ପୋଲ୍‌ଗୁଡ଼ିକରେ ଆଗୁଆ ଥିବା ବିରୋଧୀ କଞ୍ଜରଭେଟିଭ୍ସ ନେତା ଫ୍ରିଏଡ୍ରିଚ୍‌ ମେର୍ଜ ଆସନ୍ତା ସପ୍ତାହ ସୁଦ୍ଧା ଆସ୍ଥାଭୋଟ କରାଯାଉ ବୋଲି ଦାବି କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ଦ୍ୱିତୀୟାର୍ଦ୍ଧରେ ନିର୍ବାଚନ ହୋଇପାରେ ବୋଲି ସେ କହିଛନ୍ତି। ତାଙ୍କ ମନ୍ତବ୍ୟକୁ ଅନ୍ୟ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିଛନ୍ତି। ଜର୍ମାନୀରେ ସଂଖ୍ୟାଗରିଷ୍ଠତା ନ ଥିବା ଏକ ସରକାରକୁ ଆମେ ଅନେକ ମାସ ଧରି ବରଦାସ୍ତ କରିପାରିବୁ ନାହିଁ ବୋଲି ଏକ ଖବରଦାତା ସମ୍ମିଳନୀରେ ସେ ସ୍ପଷ୍ଟ କରିଛନ୍ତି। ମୁଦ୍ରାସ୍ଫୀତି ସାଙ୍ଗକୁ ଏସୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ କଡ଼ା ଟକ୍କର ଯୋଗୁ ବ୍ୟୟ ବୃଦ୍ଧିକୁ ସାମ୍ନା କରୁଥିବା ଜର୍ମାନୀ ଶିଳ୍ପ ଯେତେ ଶୀଘ୍ର ସମ୍ଭବ ଦେଶରେ ନିର୍ବାଚନ କରାଇବାକୁ ଦାବି କରିଛି। ସେହିପରି ଅର୍ଥନୀତିଜ୍ଞ କାଷ୍ଟେନ୍‌ ବରଜେସ୍କି କହିଛନ୍ତି, ଦେଶରେ ଆର୍ଥିକ ସଙ୍କଟ ଲାଗିରହିଥିବାବେଳେ ମେଣ୍ଟ ସରକାରର ପତନ ପ୍ରକାରାନ୍ତେ ଆଶୀର୍ବାଦ ହୋଇପାରେ। କାରଣ ନିର୍ବାଚନ ହେଲେ ନୂଆ ସରକାର ଆସିବା ଯଥେଷ୍ଟ ସମ୍ଭାବନା ରହିଛି। ନୂଆ ସରକାର ନୂଆ ନୀତି ଆଣି ଜର୍ମାନୀକୁ ଆର୍ଥିକ ଅନିଶ୍ଚିତତାରୁ ବାହାର କରିବାରେ ସକ୍ଷମ ହୋଇପାରେ।

ଦେଶବ୍ୟାପୀ କରାଯାଇଥିବା ସର୍ଭେରେ ବର୍ତ୍ତମାନ ଏସ୍‌ପିଡି ତୁଳନାରେ ବିରୋଧୀ କଞ୍ଜରଭେଟିଭ୍ସ ପ୍ରତି ଜର୍ମାନୀ ଭୋଟରଙ୍କ ୨ ଗୁଣା ସମର୍ଥନ ରହିଛି। ଫୋର୍ସା ପକ୍ଷରୁ ମଙ୍ଗଳବାର ପ୍ରକାଶିତ ପୋଲ୍‌ରେ କଞ୍ଜରଭେଟିଭ୍ସକୁ ୩୩% ଭୋଟର ସମର୍ଥନ କରୁଥିବାବେଳେ ଏସ୍‌ପିଡି ଏବଂ ଫାର୍‌-ରାଇଟ୍‌ ଅଲ୍ଟରନେଟିଭ୍‌ ଫର୍‌ ଜର୍ମାନୀ (ଏଏଫ୍‌ଡି) ପ୍ରତି ୧୬% ସମର୍ଥନ ରହିଛି। ଗ୍ରୀନ୍ସ ୧୦%, ନ୍ୟୁ ପପୁଲିଷ୍ଟ ଲେଫ୍ଟିଷ୍ଟ ବିଏସ୍‌ଡବ୍ଲ୍ୟୁ ୬% ସମର୍ଥନ ପାଇବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?