୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ…

ନୂଆଦିଲ୍ଲୀ ,୧।୧୨: କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରାଯାଇଛି।

ପୂର୍ବରୁ ନଭେମ୍ବର ୨୬ରେ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଏବେ ଏହାକୁ ବଦଳାଇ ଦିଆଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ୨୩ରୁ ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣକୁ କନ୍ଦ ରଖାଯାଇଥିଲା। ତେବେ ୨୦୨୦ ଜୁଲାଇରେ ଭାରତ ୨୮ ଦେଶ ସହିତ କରିଥିବା ଏୟାର ବବଲ ଚୁକ୍ତି ଅନ୍ତର୍ଗତ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରାଯାଇଥିଲା।

 

Share