ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷୀୟା ରିଷିତା

ଖୋର୍ଦ୍ଧା ଅଫିସ,୮ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଓଳାସ ଗ୍ରାମର ରିଷିତା ରାଜୀବ ବରାଳ(୩ ବର୍ଷ ୩ ମାସ) ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସ (ଆଇବିଓଆର)ରେ ଯୋଗ୍ୟତା ହାସଲ କରିଛନ୍ତି। ଆଇବିଓଆର ପକ୍ଷରୁ ରିଷିତାଙ୍କୁ ସୁପର ଟ୍ୟାଲେଣ୍ଟେଡ୍‌ କିଡ୍‌ ଭାବେ ସାର୍ଟିଫିକେଟ ଓ ପଦକ ପ୍ରଦାନ କରାଯାଇଛି। ରିଷିତା ଭୁବନେଶ୍ୱରସ୍ଥିତ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲରେ ନର୍ସରୀରେ ପଢୁଥିବା ବେଳେ ପୋଷ୍ଟାଲ ମାଧ୍ୟମରେ ଏହି ସାର୍ଟିଫିକେଟ ଓ ପଦକ ପହଞ୍ଚିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପୂର୍ବରୁ ୨୦୨୨ ମାର୍ଚ୍ଚରେ ରିଷିତା ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିଲେ। ଏନେଇ ରିଷିତାଙ୍କ ବାପା ରାଜୀବ ବରାଳ କୁହନ୍ତି, ରିଷିତା ଯେତେବେଳେ କହିବା ଆରମ୍ଭ କରିଥିଲା, ଯାହା କହିଲେ ବି ଥରକେ ମନେ ରଖିପାରୁଥିଲା। ବିଭିନ୍ନ ପଶୁପକ୍ଷୀ, ଦେବଦେବୀ, ଫୁଲ, ଫଳ, ତିଥି, ବାର, ରାଶି, ନକ୍ଷତ୍ର, ବାରମାସ ବିଷୟରେ ଚିତ୍ର ଦେଖାଇ କହିବା ପରେ ତାହାକୁ ସେ ମନେରଖି କହିବା ଆରମ୍ଭ କରିଥିଲା। ବୟସ ବଢିବା ସହିତ ପ୍ରତିଭା ବିକଶିତ ହୋଇଥିଲା। ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଥିଲୁ। ସେଥିରେ ସ୍ଥାନ ପାଇବା ପାଇଁ ରହିଥିବା ମାପଦଣ୍ଡରେ ରିଷିତା ଯୋଗ୍ୟତା ହାସଲ କରିଥିଲା। ପରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ରିଷିତା ଅଂଶଗ୍ରହଣ କରି ୨୮ଟି ରାଜ୍ୟର ନାମ, ୧୦୦ଟି ଦେଶର ରାଜଧାନୀ, ଗ୍ରହ ନକ୍ଷତ୍ର, ସାତ ବାର, ବାର ମାସ ସମେତ ଅନ୍ୟାନ୍ୟ ସମ୍ପର୍ର୍କିତ ଜ୍ଞାନବିଜ୍ଞାନ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ଆଇବିଓଆରରେ ମଧ୍ୟ ସ୍ଥାନ ବଜାୟ ରଖିପାରଛନ୍ତି। ଆଗକୁ ଗିନିଜ୍‌ ବୁକ୍‌ ଅଫ ରେକଡର୍‌ସରେ କିପରି ସ୍ଥାନ ପାଇବ, ସେଥିଲାଗି ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri