Interim Budget 2024: ଆଶାକର୍ମୀ-ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ଖୁସି ଖବର, ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୃଷକ, ମହିଳାଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଏଥିସହ ବଜେଟରେ ଆଶାକର୍ମୀଙ୍କ, ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି।

ସୀତାରମଣ କହିଛନ୍ତି, ଅଙ୍ଗନଓ୍ବାଡି ସେଣ୍ଟରକୁ ଅପଗ୍ରେଡ କରାଯିବ। ଆଶାକର୍ମୀ, ଅଙ୍ଗନଓ୍ବାଡିକର୍ମୀ ଓ ସହକର୍ମୀଙ୍କୁ ଆୟୁଷ୍ମାନ ଯୋଜନାରେ ଲାଭ ମିଳିବ। ସେମାନଙ୍କୁ ଆୟୁଷ୍ମାନ ଭାରତରେ ସାମିଲ୍‌ କରାଯିବ। ସର୍ଭାଇକାଲ କ୍ୟାନସରକୁ ପ୍ରତିରୋଧ ପାଇଁ ଟୀକାକରଣ ବୃଦ୍ଧି କରାଯିବ। ସବୁ ଅଞ୍ଚଳରେ ନାନୋ ଡିଏପି ବ୍ୟବହାର କରାଯିବ।

Share