ମୋରାଟୋରିୟମ: ସୁଧ ଉପରେ ଲାଗିବନି ସୁଧ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ଋଣ କିସ୍ତି ପଇଠ ଲାଗି ସରକାର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ସୁଧ ଉପରେ ସୁଧ ଲାଗୁ କରିବା ଘଟଣା ସାମ୍ନାକୁ ଆସିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରୁଛନ୍ତି। ଶନିବାର ଶୁଣାଣି ବେଳେ ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଏ ପ୍ରସଙ୍ଗରେ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି। ଋଣ ନେଇଥିବା ବ୍ୟକ୍ତିବିଶେଷ ଏବଂ ଏମ୍‌ଏସ୍‌ଏମ୍‌ଇକୁ କେନ୍ଦ୍ର ସରକାର ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୋରାଟୋରିୟମ ବେଳେ ସୁଧ ଉପରେ ସୁଧ ଲାଗିବ ନାହିଁ ବୋଲି ଜଣାପଡିଛି। ମୋରାଟୋରିୟମ ଅବଧିର ୬ ମାସରେ ସୁଧ ଉପରେ ସୁଧ ଛାଡ କରିବା ଲାଗି ପ୍ରସ୍ତୁତ ଥିବା ସରକାର କହିଛନ୍ତି। ୨ କୋଟି ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତି ବିଶେଷ ଏବଂ ସଂସ୍ଥା ଏହାର ଲାଭ ଉଠାଇପାରିବେ। ଏମ୍‌ଏସ୍‌ଏମ୍‌ଇ ଋଣ, ଶିକ୍ଷା ଋଣ, ବାସଗୃହ ଋଣ, କଞ୍ଜ୍ୟୁମର ଡ୍ୟୁରେବଲ ଋଣ, କ୍ରେଡିଟ କାର୍ଡ ଦେୟ, ଗାଡି ଋଣ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ଋଣ ଭଳି ଋଣ କ୍ଷେତ୍ରରେ ଏଭଳି ଆଶ୍ୱସ୍ତି ସୁବିଧା ମିଳିପାରିବ।
୨ କୋଟି କିମ୍ବା ଏହା ଠାରୁ କମ୍‌ ମୂଲ୍ୟର ଋଣ ରାଶିରେ ଲୋକମାନେ ସୁବିଧା ପାଇପାରିବେ। ୨ କୋଟିରୁ ଅଧିକ ଋଣ ରହିଥିଲେ ଏହି ସୁବିଧାର ଲାଭ ମିଳିବ ନାହିଁ। ମାର୍ଚ୍ଚଠାରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ରାଶି ପଇଠ କରିଥିବା ଲୋକମାନେ ମଧ୍ୟ ଏହାର ଲାଭ ପାଇବେ। କର୍ପୋରେଟକୁ ଏହି ସୁବିଧାଠାରୁ ଦୂରରେ ରଖାଯାଇଛି। ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଦେଇଥିବା ସତ୍ୟପାଠରେ କହିଛନ୍ତି, କ୍ଷୁଦ୍ର ଋଣଗ୍ରହୀତାଙ୍କ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୁଧ ଉପରେ ସୁଧ ବା ଚକ୍ରବୃଦ୍ଧି ସୁଧ ଛାଡ ଯୋଗୁ ବ୍ୟାଙ୍କଗୁଡିକ ଉପରେ ପଡିବାକୁ ଥିବା ବୋଝକୁ ସରକାର ବହନ କରିବେ। ଏଥିପାଇଁ ପାର୍ଲାମେଣ୍ଟର ମଞ୍ଜୁରୀ ମଧ୍ୟ ସରକାର ନେବେ। ଏହି ମାମଲାରେ ଆବେଦନକାରୀ କହିଥିଲେ ଯେ, ୬ ମାସର ସମ୍ପୂର୍ଣ୍ଣ ସୁଧ ଛାଡ, ମୋରାଟୋରିୟମ ମାମଲାରେ ସୁଧ ଉପରେ ଲାଗୁ ହେଉଥିବା ସୁଧ ଛାଡ ଏବଂ ଲୋକମାନେ ବୃହତ୍‌ ସଂଖ୍ୟାରେ ଚାକିରି ହରାଇଥିବାରୁ ଋଣ କିସ୍ତି ପଇଠ କ୍ଷେତ୍ରରେ ଅଧିକ ଆଶ୍ୱସ୍ତି ପ୍ରଦାନ କରାଯାଉ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମୋରାଟୋରିୟମ ଅବଧିର ସବୁ ବର୍ଗର ଋଣ ଉପରେ ଲାଗୁ ହେଉଥିବା ସୁଧ ଯଦି ଛାଡ ହୁଏ ତେବେ ବ୍ୟାଙ୍କଗୁଡିକ ଉପରେ ୬ ଲକ୍ଷ କୋଟି ଟଙ୍କାର ବୋଝ ପଡିବ। ଫଳରେ ବ୍ୟାଙ୍କଗୁଡିକର ମୋଟ ସମ୍ପତ୍ତି ଉପରେ ଏହାର ପ୍ରଭାବ ପଡିବା ସହ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଦୋହଲିଯିବ। ଏହାକୁ ଧ୍ୟାନରେ ରଖି କେବଳ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କିଙ୍ଗ୍‌ ଶିଳ୍ପର ସୂଚନା ମୁତାବକ, କେନ୍ଦ୍ରର ଏହି ଯୋଜନା ମୁତାବକ, ସୁଧ ଉପରେ ସୁଧ ଛାଡ ହେଲେ ୫ରୁ ୬ ହଜାର କୋଟି ଟଙ୍କାର ବୋଝ ପଡିବ। ସେହିଭଳି ବିଭିନ୍ନ ବର୍ଗର ଋଣଗ୍ରହୀତାଙ୍କ ସୁଧ ଉପରେ ସୁଧ ଛାଡ ହେଲେ ପ୍ରାୟ ୧୫ ହଜାର କୋଟି ଟଙ୍କାର ବୋଝ ପଡିବ। କେନ୍ଦ୍ର ସରକାର ଏହାକୁ ସାମାଜିକ ଜନମଙ୍ଗଳ ଉପାୟରେ ଭରଣା କରିପାରିବେ ବୋଲି ବ୍ୟାଙ୍କର୍ସ ମତ ରଖିଛନ୍ତି। ସୁଧ ଉପରେ ଲାଗୁ ହେଉଥିବା ସୁଧ ପ୍ରସଙ୍ଗରେ ବିଚାର କରିବା ଲାଗି କେନ୍ଦ୍ର ସରକାର ପୂର୍ବତନ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରାଜୀବ ମେହର୍ଷିଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍‌ ଆଗରେ: ପଡିଛି କର୍ମଚାରୀ ମୃତଦେହ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା 

ମୁନିଗୁଡା,୧।୩(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି। ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍‌ ଆଗରେ ବ୍ଲକର ଜଣେ ଯୁବ କର୍ମଚାରୀଙ୍କ ମୃତଦେହ…

ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ

ନାଗପୁର,୧।୩: ମହାରାଷ୍ଟ୍ରର ନାଗପୁର ଜିଲାରେ ରବିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନାଗପୁର ଜିଲାର କାଟୋଲ ତହସିଲରେ ଏକ ବିସ୍ଫୋରକ କାରଖାନାରେ ବିସ୍ଫୋରଣ ଘଟି ଅତି କମରେ…

ମୃତ୍ୟୁ ପୂର୍ବରୁ ଶେଷ ଭାଷଣ ଦେଇଥିଲେ ଖାମେନେଇ, ଜାଣନ୍ତୁ ଟ୍ରମ୍ପଙ୍କୁ ନେଇ କ’ଣ କହିଥିଲେ

ତେହେରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଆମେରିକା-ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଛି। ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଇରାନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ…

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ଚାଲିଗଲା ରୋଗୀଙ୍କ ଜୀବନ, ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ମଧ୍ୟାହ୍ନରେ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ନେଇ ନେଇ…

ନିଜେ ନିଜେ କାହିଁକି କୋର୍ଟ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ? ୭ ବର୍ଷ ପୁରୁଣା ମାମଲା ସହିତ ରହିଛି ସମ୍ପର୍କ

ହାଇଦ୍ରାବାଦ,୧।୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ହାଇଦ୍ରାବାଦର ନାମପାଲିରେ ଥିବା ସ୍ବତନ୍ତ୍ର ଲୋକ ପ୍ରତିନିଧି କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ଏହି ହାଜର ୨୦୧୯…

ରକ୍ଷକ ହୋଇ ଭକ୍ଷକ ସାଜିଥିବା ପୂର୍ବତନ ବିଧାୟକ ଧର୍ମଶାଳାବାସୀଙ୍କୁ କ୍ଷମା ମାଗନ୍ତୁ, ଏପରି ଅଭିଯୋଗ ଆଣି…

ଧର୍ମଶାଳା,୧ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ପୂର୍ବ ସରକାର ସମୟରେ ଅନେକ ଦୁର୍ନୀତି ହୋଇଥିବା ବେଳେ ପୋଲିସ ପ୍ରଶାସନ, ଖଣି ଉପନିର୍ଦ୍ଦେଶକ ଏବଂ ତହସିଲ ପ୍ରଶାସନ ମିଳିତ…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ଇରାନ ଉପରେ ବଡ଼ ଆକ୍ରମଣ…

ଇସଲାମବାଦ,୧।୩: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲେ, ଯାହା ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାତାବରଣ ଖେଳିଯାଇଛି। ଶନିବାର ସକାଳେ ଆମେରିକା…

ଧାନଜମିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢକୁ ମାରିଦେଲେ ଚାଷୀ, ତାତିଲା ବଜରଙ୍ଗ ଦଳ, ପ୍ରତିବାଦରେ…

ବାଲିଆପାଳ,୧ା୩(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଲୋକେ ଷଣ୍ଢଗୁଡ଼ିକୁ ଇଲେକ୍ଟ୍ରି କରେଣ୍ଟ ଦେଇ ମାରି ଦେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri