ରକ୍ଷକ ହୋଇ ଭକ୍ଷକ ସାଜିଥିବା ପୂର୍ବତନ ବିଧାୟକ ଧର୍ମଶାଳାବାସୀଙ୍କୁ କ୍ଷମା ମାଗନ୍ତୁ, ଏପରି ଅଭିଯୋଗ ଆଣି…

ଧର୍ମଶାଳା,୧ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ପୂର୍ବ ସରକାର ସମୟରେ ଅନେକ ଦୁର୍ନୀତି ହୋଇଥିବା ବେଳେ ପୋଲିସ ପ୍ରଶାସନ, ଖଣି ଉପନିର୍ଦ୍ଦେଶକ ଏବଂ ତହସିଲ ପ୍ରଶାସନ ମିଳିତ ଭାବେ ନେତାଙ୍କ ଚାପରେ ତାଙ୍କ ଉପରେ କରିଥିବା ଅତ୍ୟାଚାର ଓ ବେଆଇନ କାର୍ଯ୍ୟ ବିରୋଧରେ ଧର୍ମଶାଳାର ବରିଷ୍ଠ ଭାଜପା ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଏକ ଖବରଦାତା ସମ୍ମିଳନୀ କରି ବର୍ଷିଛନ୍ତି। ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପନ୍ତୁରି ଠାରେ ବେଆଇନ ଭାବରେ ୧.୧୦ ଏକର ସରକାରୀ ଜମିକୁ ଜବରଦଖଲ କରିଥିଲେ। ଯାହାକୁ ପ୍ରଶାସନ ପକ୍ଷରୁ କିଛି ଦିନ ପୂର୍ବରୁ ଉଚ୍ଛେଦ କରାଯାଇଛି। ତେଣୁ ରକ୍ଷକ ହୋଇ ଭକ୍ଷକ ସାଜିଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସର୍ବେଶ୍ୱର କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, ଜନ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କୁ ଦଳରୁ ବିଦା କରୁଥିବା ବେଳେ ପୂର୍ବତନ ବିଧାୟକ ପ୍ରଣବ କରିଥିବା ଜନ ବିରୋଧୀ କାର୍ଯ୍ୟ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏହା ପ୍ରଶ୍ନ ଉଠାଇଛନ୍ତି। ଏହି ଜମି ଜବରଦଖଲ ଘଟଣା ଯଦି ବିଧାନସଭାରେ କେହି ଉଠାନ୍ତି ତେବେ ପ୍ରଣବଙ୍କ ଅବସ୍ଥା କ’ଣ ହେବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେହିପରି ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ପାହାଡ଼ରେ ତାଙ୍କ ଉପରେ ହୋଇଥିବା ୨୨୮ କୋଟି ଟଙ୍କା ଜରିମାନା ପ୍ରସଙ୍ଗ ଉପରେ ପ୍ରଣବ, ଖଣି ବିଭାଗ ଓ ପ୍ରଶାସନକୁ ସମାଲୋଚନା କରିଛନ୍ତି। ବିଜେଡି ସରକାର ସମୟରେ ତାଙ୍କୁ ଟାର୍ଗେଟ କରାଯାଉଥିଲା ଓ ପୂର୍ବତନ ବିଧାୟକଙ୍କୁ ଖୁସି କରିବାକୁ ଯାଇ ଉପ ଖଣି ନିର୍ଦ୍ଦେଶକ ଜୟପ୍ରକାଶ ନାୟକ
ତାଙ୍କ ଉପରେ ୨୨୮ କୋଟି ଟଙ୍କା ଜରିମାନା କରିଥିବା କହି ଦର୍ପଣ ତହସିଲଦାର ମାନସ ତ୍ରିପାଠୀଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri