ମୋରାଟୋରିୟମ: ସୁଧ ଉପରେ ଲାଗିବନି ସୁଧ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ଋଣ କିସ୍ତି ପଇଠ ଲାଗି ସରକାର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ସୁଧ ଉପରେ ସୁଧ ଲାଗୁ କରିବା ଘଟଣା ସାମ୍ନାକୁ ଆସିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରୁଛନ୍ତି। ଶନିବାର ଶୁଣାଣି ବେଳେ ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଏ ପ୍ରସଙ୍ଗରେ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି। ଋଣ ନେଇଥିବା ବ୍ୟକ୍ତିବିଶେଷ ଏବଂ ଏମ୍‌ଏସ୍‌ଏମ୍‌ଇକୁ କେନ୍ଦ୍ର ସରକାର ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୋରାଟୋରିୟମ ବେଳେ ସୁଧ ଉପରେ ସୁଧ ଲାଗିବ ନାହିଁ ବୋଲି ଜଣାପଡିଛି। ମୋରାଟୋରିୟମ ଅବଧିର ୬ ମାସରେ ସୁଧ ଉପରେ ସୁଧ ଛାଡ କରିବା ଲାଗି ପ୍ରସ୍ତୁତ ଥିବା ସରକାର କହିଛନ୍ତି। ୨ କୋଟି ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତି ବିଶେଷ ଏବଂ ସଂସ୍ଥା ଏହାର ଲାଭ ଉଠାଇପାରିବେ। ଏମ୍‌ଏସ୍‌ଏମ୍‌ଇ ଋଣ, ଶିକ୍ଷା ଋଣ, ବାସଗୃହ ଋଣ, କଞ୍ଜ୍ୟୁମର ଡ୍ୟୁରେବଲ ଋଣ, କ୍ରେଡିଟ କାର୍ଡ ଦେୟ, ଗାଡି ଋଣ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ଋଣ ଭଳି ଋଣ କ୍ଷେତ୍ରରେ ଏଭଳି ଆଶ୍ୱସ୍ତି ସୁବିଧା ମିଳିପାରିବ।
୨ କୋଟି କିମ୍ବା ଏହା ଠାରୁ କମ୍‌ ମୂଲ୍ୟର ଋଣ ରାଶିରେ ଲୋକମାନେ ସୁବିଧା ପାଇପାରିବେ। ୨ କୋଟିରୁ ଅଧିକ ଋଣ ରହିଥିଲେ ଏହି ସୁବିଧାର ଲାଭ ମିଳିବ ନାହିଁ। ମାର୍ଚ୍ଚଠାରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ରାଶି ପଇଠ କରିଥିବା ଲୋକମାନେ ମଧ୍ୟ ଏହାର ଲାଭ ପାଇବେ। କର୍ପୋରେଟକୁ ଏହି ସୁବିଧାଠାରୁ ଦୂରରେ ରଖାଯାଇଛି। ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଦେଇଥିବା ସତ୍ୟପାଠରେ କହିଛନ୍ତି, କ୍ଷୁଦ୍ର ଋଣଗ୍ରହୀତାଙ୍କ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୁଧ ଉପରେ ସୁଧ ବା ଚକ୍ରବୃଦ୍ଧି ସୁଧ ଛାଡ ଯୋଗୁ ବ୍ୟାଙ୍କଗୁଡିକ ଉପରେ ପଡିବାକୁ ଥିବା ବୋଝକୁ ସରକାର ବହନ କରିବେ। ଏଥିପାଇଁ ପାର୍ଲାମେଣ୍ଟର ମଞ୍ଜୁରୀ ମଧ୍ୟ ସରକାର ନେବେ। ଏହି ମାମଲାରେ ଆବେଦନକାରୀ କହିଥିଲେ ଯେ, ୬ ମାସର ସମ୍ପୂର୍ଣ୍ଣ ସୁଧ ଛାଡ, ମୋରାଟୋରିୟମ ମାମଲାରେ ସୁଧ ଉପରେ ଲାଗୁ ହେଉଥିବା ସୁଧ ଛାଡ ଏବଂ ଲୋକମାନେ ବୃହତ୍‌ ସଂଖ୍ୟାରେ ଚାକିରି ହରାଇଥିବାରୁ ଋଣ କିସ୍ତି ପଇଠ କ୍ଷେତ୍ରରେ ଅଧିକ ଆଶ୍ୱସ୍ତି ପ୍ରଦାନ କରାଯାଉ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମୋରାଟୋରିୟମ ଅବଧିର ସବୁ ବର୍ଗର ଋଣ ଉପରେ ଲାଗୁ ହେଉଥିବା ସୁଧ ଯଦି ଛାଡ ହୁଏ ତେବେ ବ୍ୟାଙ୍କଗୁଡିକ ଉପରେ ୬ ଲକ୍ଷ କୋଟି ଟଙ୍କାର ବୋଝ ପଡିବ। ଫଳରେ ବ୍ୟାଙ୍କଗୁଡିକର ମୋଟ ସମ୍ପତ୍ତି ଉପରେ ଏହାର ପ୍ରଭାବ ପଡିବା ସହ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଦୋହଲିଯିବ। ଏହାକୁ ଧ୍ୟାନରେ ରଖି କେବଳ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କିଙ୍ଗ୍‌ ଶିଳ୍ପର ସୂଚନା ମୁତାବକ, କେନ୍ଦ୍ରର ଏହି ଯୋଜନା ମୁତାବକ, ସୁଧ ଉପରେ ସୁଧ ଛାଡ ହେଲେ ୫ରୁ ୬ ହଜାର କୋଟି ଟଙ୍କାର ବୋଝ ପଡିବ। ସେହିଭଳି ବିଭିନ୍ନ ବର୍ଗର ଋଣଗ୍ରହୀତାଙ୍କ ସୁଧ ଉପରେ ସୁଧ ଛାଡ ହେଲେ ପ୍ରାୟ ୧୫ ହଜାର କୋଟି ଟଙ୍କାର ବୋଝ ପଡିବ। କେନ୍ଦ୍ର ସରକାର ଏହାକୁ ସାମାଜିକ ଜନମଙ୍ଗଳ ଉପାୟରେ ଭରଣା କରିପାରିବେ ବୋଲି ବ୍ୟାଙ୍କର୍ସ ମତ ରଖିଛନ୍ତି। ସୁଧ ଉପରେ ଲାଗୁ ହେଉଥିବା ସୁଧ ପ୍ରସଙ୍ଗରେ ବିଚାର କରିବା ଲାଗି କେନ୍ଦ୍ର ସରକାର ପୂର୍ବତନ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରାଜୀବ ମେହର୍ଷିଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri