ଭୁବନେଶ୍ୱର,୮ା୪(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଛି। କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବା ବେଳେ ତୈଳ ଦର ବୋଝ ଉପରେ ନଳିତାବିଡ଼ା ହୋଇଛି। ତୈଳ ଦର ବୃଦ୍ଧି ଯୋଗୁ ଲୋକମାନେ ଇ-ଯାନ କ୍ରୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ସହରାଞ୍ଚଳ ପ୍ରଦୂଷଣ ହ୍ରାସ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଇ- ଯାନକୁ ପ୍ରୋତ୍ସାହନ ଦେବା ସକାଶେ ଇଲେକ୍ଟ୍ରିିକ ଭେହିକଲ ପଲିସ-୨୦୨୧ କାର୍ଯ୍ୟକାରୀ କରିଛନ୍ତି। ଏହା ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଇ-ଯାନ କ୍ରୟ କଲେ ସରକାର ସବ୍ସିଡି(ରିହାତି) ଯୋଗାଇବାକୁ ବ୍ୟବସ୍ଥା କରିଛନ୍ତି। ତେବେ ସରକାରୀ କର୍ମଚାରୀମାନଙ୍କ ପାଇଁ ଇ-ଯାନ କ୍ରୟ ସକାଶେ ସରକାର ସୁଧବିହୀନ ଆଡ୍ଭାନ୍ସ ଯୋଗାଇ ଦେବାକୁ ନିଷ୍ପତ୍ତି କରିଛନ୍ତି। ଯେଉଁ ସରକାରୀ କର୍ମଚାରୀ ଇ-ଭେହିକଲ କିଣିବେ ତାଙ୍କୁ ବିନା ସୁଧରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି। ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଆଡ୍ଭାନ୍ସ ଆକାରରେ ଅର୍ଥ ଯୋଗାଇ ଦିଆଯିବ। ଏହି ସମୟ ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ଗାଇଡ୍ଲାଇନରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାରଙ୍କ ଗ୍ରୁପ୍-ଏ ଓ ଗ୍ରୁପ୍-ବି କର୍ମଚାରୀଙ୍କୁ ଇଲେକ୍ଟ୍ରିକ ଅପରେଟେଡ ମୋଟର କାର ପାଇଁ ଆଡ୍ଭାନ୍ସ ମିଳିବ। ତେବେ ଏହି ଆଡ୍ଭାନ୍ସ ଇ-ଯାନ ମୂଲ୍ୟର ୭୫% ଅଥବା ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ସେହିପରି ଇଲେକ୍ଟ୍ରିକ ମୋଟରସାଇକେଲ, ସ୍କୁଟର, ସ୍କୁଟି ଇତ୍ୟାଦି ପାଇଁ ରାଜ୍ୟ ସରକାରଙ୍କ ଗ୍ରୁପ୍-ସି ଓ ଡି କର୍ମଚାରୀଙ୍କୁ ସୁଧବିହୀନ ଆଡ୍ଭାନ୍ସ ଯୋଗାଇ ଦିଆଯିବ। ଉକ୍ତ ଯାନ କ୍ରୟ ପାଇଁ ମୂଲ୍ୟର ୭୫ ପ୍ରତିଶତ ଅଥବା ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡ୍ଭାନ୍ସ ମିଳିବ। ତେବେ କର୍ମଚାରୀମାନଙ୍କୁ ଦିଆଯାଇଥିବା ଆଡ୍ଭାନ୍ସକୁ ୧୦୦ଟି କିସ୍ତି(ଇନ୍ଷ୍ଟାଲମେଣ୍ଟ)ରେ ପରିଶୋଧ କରାଯିବ। ଯଦି କୌଣସି କର୍ମଚାରୀ ଆଡ୍ଭାନ୍ସ ଶୁଝିବା ପୂର୍ବରୁ ଅବସର ନେଇଥିବେ କିମ୍ବା ମୃତ୍ୟୁ ହୋଇଥିବ ବକେୟା ପରିଶୋଧ ତାଙ୍କ ବକେୟା ଦରମା ବିଲ୍, ଲିଭ ସାଲାରି ବିଲ୍, ପେନ୍ସନ କିମ୍ବା ଗ୍ରାଚ୍ୟୁଇଟି ଆଦିରୁ କାଟି ରଖାଯିବ। ଯଦି କୌଣସି କର୍ମଚାରୀ ସରକାରୀ ଚାକିରିରୁ ଆଗୁଆ ଅବସର ନିଅନ୍ତି ତେବେ ଓପିଡିଆର ଆକ୍ଟ ଅନୁଯାୟୀ ତାଙ୍କଠାରୁ ଋଣ ବକେୟା ଆଦାୟ କରାଯିବ। ଯଦି କୌଣସି କର୍ମଚାରୀ ଆଗତୁରା କିସ୍ତି ଦେବାକୁ ଚାହିଁବେ ଦେଇପାରିବେ। ଏହାଛଡ଼ା ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲ୍(ଭଲ୍ୟୁମ-୧) ଅନୁଯାୟୀ ଅନ୍ୟାନ୍ୟ ସର୍ତ୍ତ ରହିଛି। ଏ ନେଇ ସମସ୍ତ ବିଭାଗକୁ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍ଲାଇନ ପଠାଇ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଇ-ଭେହିକଲକୁ ପ୍ରୋତ୍ସାହନ ଦେବା ସକାଶେ ଇଲେକ୍ଟ୍ରିିକ୍ ଭେହିକଲ ପଲିସିରେ ସବ୍ସିଡି ବ୍ୟବସ୍ଥା ରହିଛି। ୨ ଚକିଆ ପାଇଁ ଯାନ ମୂଲ୍ୟର ୧୫ ପ୍ରତିଶତ ଅର୍ଥାତ୍ ୫ ହଜାର ଟଙ୍କା ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ୩ ଚକିଆ ଯାନ ପାଇଁ ୧୫ ପ୍ରତିଶତ ଓ ସର୍ବାଧିକ ୧୦ ହଜାର ଟଙ୍କା ଏବଂ ୪ ଚକିଆ ଯାନ ପାଇଁ ୫୦ ହଜାର ଟଙ୍କା ରିହାତି ଦେବେ । ୨୦୨୫ ମଧ୍ୟରେ ଯେଉଁମାନେ ଇଲେକ୍ଟ୍ରିକ୍ ଯାନ କିଣିବେ ସେମାନଙ୍କୁ ଉକ୍ତ ରିହାତି ପ୍ରଦାନ କରାଯିବ। ଯେଉଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଯାନ ପଞ୍ଜୀକୃତ ହୋଇଥିବ ସେହି ଅଞ୍ଚଳର କ୍ରେତାଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଉକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ୨୦୨୧ ସେପ୍ଟେମ୍ବର ପହିଲା ପରେ କିଣିଥିଲେ ଉକ୍ତ ସବ୍ସିଡି ରାଶି ମିଳିବ ।
Posted inHome, Home Middle, ମେଟ୍ରୋ, ରାଜ୍ୟ View All
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…
ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…
ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….
ନୂଆଦିଲ୍ଲୀ,୧।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…
ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ
ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…
Archives

