ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ, ୫ ହଜାର ୫୦୦ କି.ମି. ଦୂରରେ କରିବ ଲକ୍ଷ୍ୟଭେଦ

ବାଲେଶ୍ୱର ଅଫିସ,୧୫।୧୨: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଗୁରୁବାର ସା ୫ଟା ୫୦ ମିନିଟ୍‌ ସମୟରେ ଧାମରା ଏପିଜେ ଅବୁଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲକୁ ଡିଆରଡିଓ ପ୍ରସ୍ତୁତ କରିଛି। ଏହି ମିସାଇଲ ଏକା ସାଙ୍ଗରେ ଅନେକ ଯୁଦ୍ଧାସ୍ତ୍ର ନେବାରେ ସକ୍ଷମ ହେବ। ଏହାର ଲକ୍ଷ୍ୟଭେଦ କ୍ଷମତା ୫ହଜାର ୫ ଶହ କିଲୋମିଟର ଥିବାବେଳେ ୧ ହଜାର ୩୬୦ କିଲୋଗ୍ରାମର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ମିଶାଇଲର ଲମ୍ବ ୧୭.୫ ମିଟର,ଓଜନ ୫୦ ହଜାର କିଲୋଗ୍ରାମ ରହିଛି। ଅଗ୍ନି-୫ ଏକାଥରକେ ଅନେକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ। ଏହାକୁ ଅତି ସହଜରେ ଓ ଅଳ୍ପ ସମୟରେ ମୁତୟନ କରାଯାଇପାରିବା ସହ ଘଣ୍ଟାପ୍ରତି ୨୯ ହଜାର ୪୦୧ କିଲୋମିଟର ବେଗରେ ଯାଇପାରିବ । ଅଗ୍ନି-୫ ମିଶାଇଲ ଭାରତର ପ୍ରଥମ ଓ ଏକମାତ୍ର ଆନ୍ତମହାଦେଶୀୟ ବାଲିଷ୍ଟିକ ମିସାଇଲ ବୋଲି କୁହାଯାଉଛି ।