ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରି ହେବ ନାହିଁ…

ନୂଆଦିଲ୍ଲୀ,୧।୧୧: ନିର୍ଦ୍ଦିଷ୍ଟ ତାରିଖରେ ଇନସ୍ୟୁରାନ୍ସ୍‌ ପ୍ରିମିୟମ୍‌ ପୈଠ କରି ନ ଥିଲେ ବୀମା ଦାବି କରିହେବ ନାହିଁ। ଏଭଳି ଦାବୀକୁ ସ୍ବୀକାର କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର ସମୟରେ କହିଛନ୍ତି। ଇନସ୍ୟୁରାନ୍ସ୍‌ ପଲିସି ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେବ ବୋଲି ବିଚାରପତି ସଞ୍ଜିବ ଖାନ୍ନା ଏବଂ ବେଲା ଏମ୍‌.ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହା ସୂଚିତ କରିଛନ୍ତି।

ଆବେଦନକାରୀ ମହିଳା ଦର୍ଶାଇଥିଲେ ଯେ, ତାଙ୍କ ସ୍ବାମୀ ୨୦୧୧ ଏପ୍ରିଲ୍‌ ୧୪ରେ ଏଲ୍‌ଆଇସିର ଜୀବନ ସୁରକ୍ଷା ଯୋଜନା ପଲିସି କ୍ରୟ କରିଥିଲେ।

ଏହାର ପରବର୍ତ୍ତୀ ପ୍ରିମିୟମ୍‌ ୨୦୧୧ ଅକ୍ଟୋବର ୧୪ରେ ଥିଲା। ମାତ୍ର ତାଙ୍କ ସ୍ବାମୀ ଏଭଳି କରି ନ ଥିଲେ। ପରେ ୨୦୧୨ ମାର୍ଚ୍ଚ ୬ରେ ଏକ ଦୁର୍ଘଟଣା ଘଟିଥିଲା ଏଥିରେ ତାଙ୍କ ସ୍ବାମୀ ଆହତ ହୋଇ ଚିକିତ୍ସିତ ହେଉଥିଲେ। ପରେ ୨୦୧୨ ମାର୍ଚ୍ଚ ୯ରେ ସେ ପ୍ରିମିୟମ୍‌ ପୈଠ କରିଥିଲେ।

ପରେ ୨୦୧୨ ମାର୍ଚ୍ଚ ୨୧ରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା। ମହିଳା ଜଣକ ବୀମା ଦାବି କରିଥିଲେ। ଖଣ୍ଡପୀଠ ଏହାର ବିଚାର କରି କହିଛନ୍ତି ଯେ, ପ୍ରିମିୟମ୍‌ ଧାର୍ଯ୍ୟ ତାରିଖରେ ପୈଠ କରି ନ ଥିବାରୁ ଦାବିକୁ ସ୍ବୀକାର କରାଯାଇ ପାରିବ ନାହିଁ।

Share