ଲଘୁଚାଷଜନିତ ବର୍ଷା, ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ

ଖୁଣ୍ଟୁଣୀ,୧୭ା୯(ସଚ୍ଚିଦାନନ୍ଦ ପଣ୍ଡା)ଲଘୁଚାପ ଜନିତ ବର୍ଷାରେ ମହାନଦୀରେ ବନ୍ୟା ଆସିବାରୁ କଟକ ଜିଲାର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁଗୁଡ଼ିକ ଜଳମଗ୍ନ ହୋଇଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ପାଣି ଜମି ରହିଥିବାରୁ କ୍ଷେତରେ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସାପୁଆ ନଦୀରେ ୩୦ ଫୁଟର ଘାଇ:
ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଏଥିଯୋଗୁ ସାପୁଆ ନଦୀର ଆଠଗଡ଼ ବ୍ଲକ ଅଧୀନ ଧୁରୁଷିଆ ନିକଟ ରମ୍ପାବନ୍ଧଠାରେ ଶନିବାର ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଧୁରୁଷିଆ ପଞ୍ଚାୟତର କେଉଟପଡା, ଗଜାଆମ୍ବ, ଜେନାପୁର, କାପ୍ତାବୋରେଇ, ମହାକାଳବସ୍ତ ପଞ୍ଚାୟତର ଦ୍ୱାରାବତୀପୁର ଓ ମଞ୍ଚେଶ୍ୱର ପଞ୍ଚାୟତର ୧୦୦୦ରୁ ଊର୍ଦ୍ଧ୍ୱ ହେକ୍ଟର ଧାନଜମି ଜଳମଗ୍ନ ହୋଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଅପରପକ୍ଷରେ ଆଠଗଡ଼-ନୂଆପାଟଣା ରାସ୍ତାର ଘଣ୍ଟିଖାଲ ପଞ୍ଚାୟତ ଅଧୀନ ନିଧିପୂର ଗଡାଠାରେ ୪ ଫୁଟର ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ଗାଡି ଚଳାଚଳ ବନ୍ଦ ରହିଛି। ଏହି ବନ୍ୟାଜଳ କୌଣସି ଗ୍ରାମରେ ପ୍ରବେଶ କରି ନ ଥିବା ଜଣାପଡିଛି। ଶନିବାର ରାତିସୁଦ୍ଧା ଜଳସ୍ତର ବୃଦ୍ଧି ପାଇଲେ ବିପଦ ବଢିବା ଆଶଙ୍କା ପ୍ରକାଶ ପାଇଛି। ଏହି ଘାଇ ପାଇଁ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩ ତାରିଖରେ ସାପୁଆ ନଦୀର ରମ୍ପାବନ୍ଧରେ ଘାଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ବ୍ୟାପକ ଚାଷଜମି ଜଳମଗ୍ନ ହେବା ସହ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥିଲା। ହେଲେ ଏହି ଘାଇ ଠିକ୍‌ ଭାବେ ମରାମତି କରାଗଲା ନାହିଁ। ଶନିବାର ପୁଣି ବନ୍ୟାଜଳ ଆସିବା ଫଳରେ ସେଠାରେ ଘାଇ ସୃଷ୍ଟି ହୋଇଛି। ଫଳରେ ପାଚିଲା ଧାନ ନଷ୍ଟ ହେବାରୁ ଚାଷୀଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ଯଦି ସେତେବେଳେ ଠିକ୍‌ଭାବେ ଘାଇ ମରାମତି କରାଯାଇଥାଆନ୍ତା ତା’ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ରିପୋର୍ଟ ଲେଖାଯିବାବେଳକୁ ଘାଇ ହୋଇଥିବା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ଜଣାପଡିଛି।

୪ ପଞ୍ଚାୟତକୁ ଯାତାୟାତ ଠପ୍‌
ବାଙ୍କୀ,(ଜ୍ଞାନେନ୍ଦ୍ର ମୋହନ ମିଶ୍ର):ମହାନଦୀରେ ବନ୍ୟାଜଳ ଆସିବା ପରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ଅଞ୍ଚଳ, ହୁଳାହୁଳା ସେତୁ ଉପରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ବାଙ୍କୀ ବ୍ଲକର ରତାଗଡ, ବନ୍ଦାଳ ଓ ବାଉଁଶପୁଟ ସମେତ ଓସ୍ତିଆ ପଞ୍ଚାୟତକୁ ଯାତାୟାତ ଠପ୍‌ ହୋଯାଇଛି। ସେହିପରି ଡମପଡ଼ା ବ୍ଲକ କଇଁମୁଣ୍ଡି ଗ୍ରାମ ବନ୍ୟା ପାଣି ଘେରରେ ରହିଛି। ମହାନଦୀର ଶାଖା ରଣ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଶିମିଳିପୁର -ବିଲିପଡା ରାସ୍ତାକୁ ମାଡିଯିବା ଯୋଗୁ କଇଁଆ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ା ଫଳରେ ଯାତାୟତ ବ୍ୟାଘାତ ହୋଇଛି। ଅପରାହ୍ଣ ୫ଟାରେ ମହାନଦୀରେ ୬.୮ମିଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଂକେତ ୭.୮ମିଟର ରହିଛି। ବାଙ୍କୀ-ବୈଦ୍ୟେଶ୍ୱର ରାସ୍ତାକୁ ସଂଯୋଗ କରୁଥିବା ଚନ୍ଦ୍ରପା ପୋଲର ଦୁଇ ଫୁଟ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ରବିବାର ହୀରାକୁଦରେ ଅଧିକ ଗେଟ୍‌ ଖୋଲାଗଲେ ଚନ୍ଦ୍ରପା ସେତୁ ଉପରେ ପାଣି ପ୍ରବାହିତ ହେବା ସହ ପଶ୍ଚିମ ବାଙ୍କୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏ ସମ୍ପର୍କରେ ବାଙ୍କୀ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାସ ପଟ୍ଟନାୟଙ୍କୁ ପଚାରିବାରେ, ବର୍ତ୍ତମାନ ବାଙ୍କୀ ପାଇଁ କୌଣସି ବିପଦ ନାହିଁ। ତେଣୁ ଜନସାଧାରଣ ଆତଙ୍କିତ ନ ହେବା ପାଇଁ ସେ ଅନୁରୋଧ କରିଛନ୍ତି। ବନ୍ୟାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣରେ ବାଲିବସ୍ତା ମହଜୁଦ ରଖାଯାଇଛି ବୋଲ ସେ କହିଛନ୍ତି।

ମା’ଭଟ୍ଟାରିକାଙ୍କ ପ୍ରତିମା ସ୍ଥାନାନ୍ତର
ବଡ଼ମ୍ବା,(ମାୟାଧର ମଲ୍ଲିକ): ମହାନଦୀର ବନ୍ୟାଜଳ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରକୁ ଆସିବା ପରେ ପୂଜକ ଓ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ସହାୟତାରେ ମା’ଙ୍କ ପ୍ରତିମାକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମା’ଙ୍କ ପୂଜାର୍ଚ୍ଚନା ଠିକ୍‌ଭାବେ ଚାଲିଛି ବୋଲି ମନ୍ଦିର ମୁଖ୍ୟ ପୂଜକ ଶିରିଶ କୁମାର ରଣା କହିଛନ୍ତି।

୨୦୦ ପରିବାର ଜଳବନ୍ଦୀ
ନିଶ୍ଚିନ୍ତକୋଇଲି,(ଅଶୋକ କୁମାର ମହାପାତ୍ର): ଲଘୁଚାପଜନିତ ବର୍ଷା ଯୋଗୁ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହମ୍ମଦପୁର ପଞ୍ଚାୟତର ୨୦୦ ପରିବାର ଜଳମଗ୍ନ ହୋଇଯାଇଛନ୍ତି। ରାସ୍ତାରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି। ସ୍ଥାନୀୟ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଘରେ ପାଣି ପଶି ଥିବାରୁ ଚୁଲି ଜଳିପାରୁନାହିଁ। ଲୋକେ ଖାଇବା ପିଇବା ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଗ୍ରାମରେ ଥିବା ଗଡିଆ, ପୋଖରୀ, ନାଳ ନର୍ଦ୍ଦମାଗୁଡିକ ପାଣିରେ ଭରପୂର ହୋଇଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଷାକ୍ତ ସରୀସୃପଙ୍କର ଉପତ୍ାତ ବଢିବାରେ ଲାଗିଛି। ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନର ଖାମଖିଆଲି ନୀତି ଯୋଗୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମତିରଞ୍ଜନ ଦେଓ କୁହନ୍ତି,ଗାଁରେ ପାଣି ପଶିବା ଖବର ମୋ ପାଖରେ ନାହିଁ। ଲଗାଣ ବର୍ଷାପାଇଁ ପାଣି ଜମିଥାଇପାରେ। ସରପଞ୍ଚଙ୍କ ସୂଚନା ମିଳିଲେ ତ୍ୱରିତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri