ଜବାବ ଦାଖଲ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୪ା୧୦: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଆଇନଗତ ଅଧିକାର ନ ଥାଇ ବିପୁଳ ପରିମାଣରେ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିଃ(ଜିଆଇପିଏଲ), ଏନଏଚ୍‌ଏଆଇ ଢେଙ୍କାନାଳ ଓ ଗମନ ଇଞ୍ଜିନିୟର୍ସ ସଂସ୍ଥା ଓଡ଼ିଶା ମାଇନର ମିନେରାଲ୍ସ କନ୍‌ସେସନ ରୁଲ୍ସ (ଓଏମ୍‌ଏମ୍‌ସିଆର୍‌)୨୦୧୬ ଏବଂ ପରିବେଶ ସୁରକ୍ଷା ଆଇନ-୧୯୮୬ର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଏହିମର୍ମରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ୧୪୨/୨୦୨୨/ଇଜେଡରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ଉପରେ ଏନ୍‌ଜିଟିର ଜଷ୍ଟିସ ବି. ଅମିତ ସ୍ଥାଲେକର ଓ ସଦସ୍ୟ ଶୈବାଳ ଦାସଗୁପ୍ତା ୧୨ା୧୦ା୨୦୨୨ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଉକ୍ତ ରାୟରେ ରାଜ୍ୟ ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି), ଷ୍ଟେଟ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ), ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏନଏଚ୍‌ଏଆଇ ଢେଙ୍କାନାଳ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଛି। ଏଥିପାଇଁ ବିପୁଳ ଅର୍ଥ ବ୍ୟୟ ହେଉଛି। କିନ୍ତୁ କେତେଜଣ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ସାଲିସ ଯୋଗୁ ସରକାରଙ୍କ ଦ୍ୱାରା ପ୍ରଣୀତ ଏକାଧିକ ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ, ଯାହାର ସ୍ପଷ୍ଟ ଚିତ୍ର ୫୩ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟରେ ଦେଖିବାକୁ ମିଳିଛି । ଏନ୍‌ଜିଟିରେ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପକ୍ଷରୁ ନିୟୋଜିତ ଓକିଲ ଶଙ୍କର ପ୍ରସାଦ ପାଣିଙ୍କ ଅଭିଯୋଗ ଅନୁଯାୟୀ, ୧୦ା୫ା୨୦୨୨ରେ ତହସିଲଦାର ଦର୍ପଣଙ୍କ ରିପୋର୍ଟରେ ସମ୍ପୃକ୍ତ ଠିକାସଂସ୍ଥାକୁ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ପାଇଁ କୌଣସି ଅନୁମତି ଦିଆଯାଇନାହିଁ। ୩ା୯ା୨୦୨୨ରେ ସିଆର ରିପୋର୍ଟ ଅନୁସାରେ ସମ୍ପୃକ୍ତ ଠିକାସଂସ୍ଥାକୁ ମୋରମ, ପଥର ଓ ବାଲି ଉତ୍ତୋଳନ ପାଇଁ ପରିବେଶଗତ ଅନୁମତି ମିଳିନାହିଁ। ୪୦ କି.ମି. ଦୂରତା ବିଶିଷ୍ଟ ଏହି ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟରେ ବିଧିମାନ୍ୟ ଟ୍ରାନ୍‌ଜିଟ୍‌ ପାସ ବିନା ସମସ୍ତ ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇଛି। ଦାନଗଦି ତହସିଲଦାର ଆରଟିଆଇରେ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ଠିକାସଂସ୍ଥାକୁ କୌଣସି ଲଘୁ ଖଣିଜ ଦ୍ରବ୍ୟ ଖାଦାନ ଦିଆଯାଇନାହିଁ। ଏହି କ୍ରମରେ ଧର୍ମଶାଳା ତହସିଲ ଅଧୀନ ରାହାଡପୁର ପାହାଡ଼ରୁ ପ୍ରହ୍ଲାଦ ଲେଙ୍କାଙ୍କୁ ୨.୫ ଏକର କଳାପଥର ଉତ୍ତୋଳନ ମଞ୍ଜୁରୀ ମିଳିଥିବାବେଳେ ସେଠାରୁ ପ୍ରାୟ ୭ ଏକର ପୋଖରୀ ଭଳି ଖନନ କରାଯାଇ ବହୁ ଗୁଣ କଳାପଥର ଉତ୍ତୋଳନ କରାଯାଇ ଏହି ଏନ୍‌ଏଚ୍‌ କାର୍ଯ୍ୟରେ ଲାଗିଥିବା କୁହାଯାଉଛି। ଏହାବାଦ୍‌ ବରଡା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟୀ ଆଦି ପାହାଡ଼ରୁ ବେଆଇନ କଳାପଥର ଉତ୍ତୋଳନ କରି ଆଇନ ଅନୁସାରେ ଏହି ଏନ୍‌ଏଚ୍‌ କାର୍ଯ୍ୟରେ ଲାଗି ନାହିଁ। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ବ୍ୟବହାର ହୋଇଥିବା ଲଘୁ ଖଣିଜ ଦ୍ରବ୍ୟ ସଂକ୍ରାନ୍ତରେ ଟ୍ରାନ୍‌ଜିଟ୍‌ ପାସ, ରାଜସ୍ବ ଦେୟର ମନି ରସିଦ୍‌ ଆଦି ତଥ୍ୟ ଦେବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହାବାଦ୍‌ ହାଇୱା, ଟ୍ରକ, ଟ୍ରାକ୍ଟର ଯୋଗେ ଏହି ସମ୍ପ୍ରସାରଣ କାର୍ଯ୍ୟରେ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ, ବାଲି, ମୋରମ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିଲେ ହେଁ ରାଜସ୍ବ ଆଦାୟ ଆଶାନୁରୂପ ହୋଇ ପାରୁନାହିଁ ା ବରଂ ମାସକୁ ବେଆଇନ ଭାବେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅସୁଲି କରାଯାଉଛି ା ଫଳରେ ବର୍ଷକୁ ସରକାର ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ଓଭରଲୋଡିଂ ବାବଦକୁ ରାଜସ୍ବ ହରାଉଛନ୍ତି। ଏହି ବେଆଇନ କାମରେ ସମୁଦାୟ ପ୍ରାୟ ୧୦୦ କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ମାମଲାକୁ ଏନ୍‌ଜିଟି ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରିଛି ା ଜବାବ ଦାଖଲ ରିପୋର୍ଟ ପରେ ନଭେମ୍ବର ୨୧ରେ ପରବର୍ତ୍ତୀ ଶୁଣାଣି କରିବ ବୋଲି ଏନ୍‌ଜିଟି ସ୍ଥିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri