ସରପଞ୍ଚଙ୍କୁ ଫାଇଲ ହସ୍ତାନ୍ତର ନିର୍ଦ୍ଦେଶ

ରଘୁନାଥପୁର,୬ା୮(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତ ସରପଞ୍ଚ ବିଷ୍ଣୁ ଚରଣ ସେଠୀଙ୍କୁ ପୂର୍ବତନ ସରପଞ୍ଚ ବିଭିନ୍ନ ଫାଇଲ ହସ୍ତାନ୍ତର କରୁ ନ ଥିବା ନେଇ ଚାଲିଥିବା ବିବାଦରେ ଜିଲା ପ୍ରଶାସନ ହସ୍ତକ୍ଷେପ କରିଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ପିଡି(ପ୍ରକଳ୍ପ ନିର୍ଦ୍ଦେଶକ)ରୁଦ୍ର ନାରାୟଣ ଦାଶ ପଞ୍ଚାୟତରେ ପହଞ୍ଚତ୍ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ତୁରନ୍ତ ସମସ୍ତ ଫାଇଲ ସରପଞ୍ଚ ସେଠୀଙ୍କୁ ହସ୍ତାନ୍ତର କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ଭୋଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପୂର୍ବତନ ସରପଞ୍ଚ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାଛଡା ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ୱରେ ଚାବି ପକାଇ ରଖାଯାଇଥିବା ଏକ ସରକାରୀ ଗୃହକୁ ଉନ୍ମୁକ୍ତ କରି ପଞ୍ଚାୟତ ଅଧୀନକୁ ଆଣିବା ପାଇଁ ପିଡି ଦାଶ ନିର୍ଦ୍ଦେଶ ଦେଇଥିଲେ। ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ମିଶନ ଶକ୍ତି ଗୃହ, କଲଭର୍ଟ, ଅଙ୍ଗନଓ୍ବାଡି କେନ୍ଦ୍ରରେ ଖର୍ଚ୍ଚ କରାଯାଇଥିବା ଅନୁଦାନ ମୂଲ୍ୟ ଠିକ ଭାବେ ବିନିଯୋଗ ହୋଇ ନ ଥିବା ଦେଖି ପିଡ଼ି ଦାସ ବିରକ୍ତଭାବ ପ୍ରକାଶ କରିଥିଲେ। ତୁରନ୍ତ ବାକିଥିବା କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ଏକ ଡ୍ରେନ କାର୍ଯ୍ୟ ପାଇଁ ୧ଲକ୍ଷ ଟଙ୍କା ଏଷ୍ଟିମେଟ ଥିବାବେଳେ ଫଳକରେ ୧ଲକ୍ଷ ୩୦ ହଜାର ଟଙ୍କା ଲେଖା ହୋଇଥିବା ଦେଖି ପିଡି ଦାଶ ଆଶ୍ଚର୍ଯ୍ୟ ହୋଇଥିଲେ। ଏଥିରେ ୭୭ ହଜାର ଟଙ୍କା ବିଲ୍‌ ହୋଇଥିବାରୁ ଯଥାଶୀଘ୍ର ଡ୍ରେନ ଉପରେ ସ୍ଲାପ ଏବଂ ଫଳକରେ ଭୁଲ୍‌ ଥିବା ତଥ୍ୟ ଠିକ କରିବା ପାଇଁ କହିଥିଲେ। ଅନ୍ୟପକ୍ଷେ ହାଇସ୍କୁଲରେ ହୋଇଥିବା କାର୍ଯ୍ୟ ତଦାରଖ କରିବା ସହ ସ୍କୁଲର ଯେକୋଣସି ସମସ୍ୟା ସରପଞ୍ଚଙ୍କୁ ଅବଗତ କରାଇବା ପାଇଁ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ଶେଷ ହୋଇଥିବା ଏମ୍‌ଜିଏନ୍‌ଆରଇଜିଏସ କାର୍ଯ୍ୟର ବିଲ୍‌ କରିବା ପାଇଁ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ କହିଥିଲେ। ସେହିପରି ଓଭରହେଡ ପାଣି ଟାଙ୍କିର ଭାଙ୍ଗିଯାଇଥିବା ପାଇପ କାହିଁକି ମରାମତି ହୋଇନାହିଁ ବୋଲି ଯନ୍ତ୍ରୀ ମନୋରଞ୍ଜନ ଦେହୁରୀଙ୍କ ଠାରୁ ସେ କୈଫତ ଚାହିଁଥିଲେ। ଦୁଇଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ପିଡି ଦାସ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ପିଡି ଦାଶ ସରପଞ୍ଚଙ୍କୁ ଫାଇଲ ହସ୍ତାନ୍ତର କିମ୍ବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରା ନ ଗଲେ କର୍ମଚାରୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚାଇ ଦେଇଥିଲେ। ପିଡିଙ୍କ ଏହି ଗସ୍ତ ସମୟରେ ବିଡିଓ ଜିତେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri