କାଗଜ କଲମରେ ସୀମିତ ନିର୍ଦ୍ଦେଶନାମା

ରାୟଗଡ଼ା, ୨୩।୪: (ସ୍ବ.ପ୍ର.) ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟାନ ନେଇ ଘୋଷଣା କରିଥିଲେ। ଏହା ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ସବୁର ବ୍ୟବହାର ବନ୍ଦ ହୋଇନାହିଁ। ପ୍ଲାଷ୍ଟିକ ଓ ପଲିଥିନ୍‌ ତିଆରି କରୁଥିବା ଛୋଟବଡ଼ କମ୍ପାନୀକୁ ବନ୍ଦ କରିବା ପରିବର୍ତ୍ତେ ପ୍ରଶାସନିକ ଅଧିକାରୀମାନେ ଦୋକାନ, ବଜାର, ଶପିଂ ମଲ୍‌ ଆଦି ସ୍ଥାନରେ କେବଳ ଚଢ଼ାଉ ସହ ଜରିମାନା ଆଦାୟ କରୁଛନ୍ତି। ହେଲେ ମୂଳର ଆଧାର ଯଥା କମ୍ପାନୀ ଏବଂ ହୋଲ୍‌ସେଲରଙ୍କୁ ଚଢ଼ାଉ କରାଯାଉନି। କିଛି ଦିନ ପରେ ଏହି ଚଢ଼ାଉ ପରେ ସେ ସବୁ ବନ୍ଦ ହୋଇଯାଉଛି ଏବଂ ନିର୍ଦ୍ଦେଶନାମା କେବଳ କାଗଜ କଲମରେ ସୀମିତ ରହିଯାଉଛି। ଏହା ମଧ୍ୟରେ ୨୦୨୨ ଜୁଲାଇ ୧ରୁ ଦେଶରେ ଏହି ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟାନ ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏଥିସହିତ ପ୍ରତ୍ୟେକ ରାଜ୍ୟ ଏବଂ ଜିଲାସ୍ତରରେ ଏନ୍‌ଫୋର୍ସମେଣ୍ଟ କମିଟି ଗଠନ କରି ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ କାରଣରୁ ଏହା ସମ୍ଭବ ହେଉନି ବୋଲି ପରିବେଶବିତ୍‌ କହିଛନ୍ତି। ଜିଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ତଥା ଜିଲାର ଅନ୍ୟ ବିଭାଗ ମିଳିତଭାବେ ଏକ ଏନ୍‌ଫୋର୍ସମେଣ୍ଟ ଟିମ ଗଠନ କରି ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ କରିବା ଆବଶ୍ୟକ ବୋଲି ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି।
ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟାନ ନେଇ ଲୋକଙ୍କୁ ସଚେତନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ପୌରାଞ୍ଚଳରେ ପ୍ରତ୍ୟେକ ଦିନ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ି ପଲିଥିନ୍‌ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବା ଏବଂ ରାସ୍ତାଘାଟରେ ଆବର୍ଜନା ନ ପକାଇବା ପାଇଁ ପ୍ରତିଦିନ ଘୋଷଣା କରୁଛି। ତଥାପି ମଧ୍ୟ ଜନସଚେତନତାର ଅଭାବ ପରିଲକ୍ଷିତ ହେଉଛି। ଲୋକେ ଜାଣିଶୁଣି ନିଜେ ଭୁଲ କରୁଛନ୍ତି ଏବଂ ପରିବେଶକୁ ପ୍ରଦୂଷିତ କରୁଛନ୍ତି ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିପାରେ ନାହିଁ। ଏଗୁଡ଼ିକ କେବଳ ମାଇକ୍ରୋ କଣିକାରେ ଭାଙ୍ଗିବା ଯୋଗୁ ପରିବେଶ ଦୂଷିତ ହୋଇଥାଏ। ମାଇକ୍ରୋପ୍ଲାଷ୍ଟିକ୍‌, ଛୋଟ ପ୍ଲାଷ୍ଟିକ୍‌ କଣିକା ଯାହା ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ଭାଙ୍ଗିବା ଦ୍ୱାରା ଆମର ଜଳ ଉତ୍ସ ଏବଂ ଆମର ଖାଦ୍ୟକୁ ପ୍ରଦୂଷିତ କରେ। ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ କେବଳ ୯% ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ପୁନଃ ବ୍ୟବହାରଯୋଗ୍ୟ। ଏଥିପାଇଁ ଉଭୟ ସରକାର ୫୦ ମାଇକ୍ରୋନ୍‌ରୁ କମ୍‌ ମାଇକ୍ରୋନର ବ୍ୟବହାର ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି ବୋଲି ପରିବେଶବିତ୍‌ କହିଛନ୍ତି। ଏହି ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ଏବଂ ଏ ସମ୍ବନ୍ଧୀୟ ତଥ୍ୟ ପାଇଁ ପରିବେଶବିତ୍‌ ଗୌରାଙ୍ଗ ଚରଣ ରାଉତଙ୍କୁ ପଚାରିବାରୁ ଏ ସବୁ ୩ଶହ ବର୍ଷ ପର୍ଯ୍ୟନ୍ତ ମାଟିରେ ମିଶେ ନାହିଁ। ଗୋଟିଏ ସ୍ଥାନରେ ଏହା ପଡିରହି ଭୂମିରେ ଏକ ପ୍ରକାର ଫାଙ୍କ ସୃଷ୍ଟି କରେ। ଯାହା ଫଳରେ ଭୂମିକମ୍ପ, ଭୂସ୍ଖଳନ ଭଳି ପରିସ୍ଥିତି ଦେଖାଦିଏ। ଏଥିସହିତ ଭୂତଳ ଜଳ ଉପରକୁ ଆସିବା ଏବଂ ବର୍ଷାଜଳ ଭୂତଳକୁ ଯିବାରେ ବାଧା ସୃଷ୍ଟି ହୁଏ ବୋଲି ସେ କହିଛନ୍ତି। ଏହି ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ଯୋଗୁ ମଣିଷକୁ ବିଭିନ୍ନ ପ୍ରକାର ସ୍ନାୟୁ, ଫୁସଫୁସ୍‌ଜନିତ ରୋଗ ଆକ୍ରାନ୍ତ କରିଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ଗ୍ରେଡର ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ପାଇଁ ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି। କିନ୍ତୁ ସଚେତନତା ଅଭାବ ଏବଂ ଲୋକେ ନିଜ ଅଭ୍ୟାସ ପରିବର୍ତ୍ତନ ନ କରିବା ଯୋଗୁ ଏକକ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ବନ୍ଦ ହୋଇ ପାରୁନାହିଁ ବୋଲି ସେ କହିଛନ୍ତି।
ଏହି ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ନିୟନ୍ତ୍ରଣ ନେଇ ରାୟଗଡ଼ା ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ଏ ନେଇ ଏକ ଆଇନ ପ୍ରଣୟନ କରାଯିବା ସହ ଜନସଚେତନତା ଜାରି ରହିଛି ବୋଲି ସେ କହିଛନ୍ତି।
ସହରର ଅଧିକାଂଶ ଦୋକାନ, ହୋଲ୍‌ସେଲରମାନେ ୨୫ ମାଇକ୍ରୋନର ପଲିଥିନ୍‌ ଓ ଏକକ ବ୍ୟବହାର ଡିସ୍‌ପୋଜେବଲ ଗ୍ଲାସ, ପ୍ଲେଟ ଆଣି ଦେଉଛନ୍ତି। ଏଗୁଡ଼ିକ ରାସ୍ତା କଡ଼ରେ ପଡ଼ିଥିବା ଦେଖି ମଧ୍ୟ ପୌର ପରିଷଦ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଆଶ୍ଚର୍ଯ୍ୟଜନକ। ଜିଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ତଥା ପ୍ରଦୂଷଣ ବିଭାଗ ଏ ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri