ଠିକାସଂସ୍ଥାର ପାଇପ୍‌ ଚୋରି ବାହାନା

ଯାଜପୁର ଅଫିସ, ୨୩।୪: ଯାଜପୁର ଜିଲାର ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହୋଇ ପାରି ନ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ପାଣି ଗରାଏ ପାଇଁ ଡହଳବିକଳ ହେଉଛନ୍ତି। ଏପଟେ ପତ୍ର ମାଧ୍ୟମରେ କେବଳ ତାଗିଦା କରିବା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀମାନଙ୍କ କ୍ଷମତା ଥିବା ମନେ ହେଉଛି। ନିଜର ଅସମର୍ଥତାକୁ ଲୁଚାଇବାକୁ ଯାଇ ନିୟୋଜିତ ଅଣଓଡ଼ିଆ ଠିକାସଂସ୍ଥା ପାଇପ୍‌ ଚୋରି ବାହାନା କରି ଖସି ଯିବାକୁ ଉଦ୍ୟମ କରୁଛି। କେଉଁଠାରେ, କେବେ ଓ କେତେବେଳେ ପାଇପ୍‌ ଚୋରି ହୋଇଛି ତାହାର ସଠିକ ବିବରଣୀ ନ ଦେଇ ଜିଲାର କୁଆଖିଆ, ଯାଜପୁର ରୋଡ ଓ ଟମକା ଥାନାରେ ବିଭାଗ ପକ୍ଷରୁ ଗତ ୨୮ା୩ା୨୦୨୩ରେ ହୋଇଥିବା ଅଭିଯୋଗରୁ ସାଧାରଣରେ ଏଭଳି ସନ୍ଦେହ ଉପୁଜିଛି। ଏହାବାଦ୍‌ ସମ୍ପୃକ୍ତ ଠିକାସଂସ୍ଥା ପକ୍ଷରୁ ଅଧିକ ଲାଭ ରଖିବା ଉଦ୍ଦେଶ୍ୟ ରଖି ନିର୍ଦ୍ଧାରିତ ଗଭୀର ପର୍ଯ୍ୟନ୍ତ ଗର୍ତ୍ତ ନ ଖୋଲି ପାଇପ୍‌ ବିଛା ହେଉଥିବାରୁ ଚୋରି ବଢୁଥିବା ଚର୍ଚ୍ଚା ହେଉଛି। ଏହି କ୍ରମରେ ବିପୁଳ ଅର୍ଥ ଖର୍ଚ୍ଚ କରି ପ୍ରକଳ୍ପ ବଢୁଥିବା ସରକାରୀ ଭାବେ ତଥ୍ୟ ଦିଆଯାଉଥିବାବେଳେ ଜିଲାବାସୀଙ୍କୁ ସ୍ବଚ୍ଛ ପାଣି ଟୋପାଏ ନ ମିଳିବା ବିଡମ୍ବନା ଛଡା ଅନ୍ୟ କିଛି ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଚଳିତବର୍ଷ ଯାଜପୁର ଜିଲାରେ ବର୍ଷାଭାବରୁ ଦେଖାଦେଇଥିବା ଉତ୍କଟ ଜଳ ସମସ୍ୟାର ସମାଧାନ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି। ଏନେଇ ବିଧାନସଭାରେ ଅଭିଯୋଗ ହେଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଯେନତେନ ପ୍ରକାରେ ପତ୍ର ମାଧ୍ୟମରେ ତଥ୍ୟ ଦେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରୁଛନ୍ତି ା ସେହି ତଥ୍ୟ ଆଧାରରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖି ପ୍ରତିପକ୍ଷଙ୍କୁ ଚୁପ କରି ଦେଉଛନ୍ତି। ବାସ୍ତବରେ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଓ ନଳକୂପ ଦ୍ୱାରା ଲୋକେ ଉପକୃତ ହେଉଛନ୍ତି ନା ନାହିଁ ତା’ର ସତ୍ୟତା ଖୋଜିବାକୁ କାହାରି ପାଖରେ ଆନ୍ତରିକତା ନ ଥିବା ମନେ ହେଉଛି। ଯଦ୍ୱାରା ବାସ୍ତବ କ୍ଷେତ୍ରରେ ଉପୁଜୁଥିବା ପାଣି ସମସ୍ୟା ଦୂରୀଭୂତ ହୋଇ ପାରୁନାହିଁ। ଜିଲାର ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ ୩୭ ଗ୍ରାମବାସୀଙ୍କ ପାଇଁ ୭୯.୮୫ କୋଟି ଟଙ୍କା ଅଟକଳରେ ମେଗା ଜଳ ଯୋଗାଣ ପ୍ରକଳ୍ପ ନିମାଣ ହୋଇଛି। ଠିକାସଂସ୍ଥା ଏନ୍‌ସିସି ଦ୍ୱାରା ୨୨ା୩ା୨୦୧୮ରୁ ଆରମ୍ଭ ହୋଇଥିବା ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ ହୋଇ ସାରିଛି ବୋଲି ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ନିର୍ଦ୍ଧାରିତ ୩୭ରୁ ମାତ୍ର ୨୦ ଗ୍ରାମବାସୀ ପାଣି ପାଉଛନ୍ତି ବୋଲି ସୂଚନା ମିଳିଛି। ଏନ୍‌ସିସି ପ୍ରକଳ୍ପରେ ପୂର୍ବରୁ ବହୁ ଅନିୟମିତତା ହୋଇଥିବା ବିଭାଗୀୟ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ତଦନ୍ତରେ ଜଣାପଡିଥିଲା। ତଦନ୍ତ ରିପୋର୍ଟରେ ନିମ୍ନମାନର ଷ୍ଟିଲ ବ୍ୟବହାର, ମାଟି ଉପରେ ପାଇପ୍‌ ବିଛା, ତ୍ରୁଟିପୂର୍ଣ୍ଣ ଭର୍ଟିକାଲ ନିର୍ମାଣ ଆଦି ଅନିୟମିତା ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ କଳେବଳେ କୌଶଳେ ଏହି ଅନିୟମିତାତାକୁ ଚାପି ଦିଆଯାଇଥିଲା। ଏହାସହ ଜିଲାର ରସୁଲପୁର, ବଡ଼ଚଣା ଓ ଧର୍ମଶାଳା ବ୍ଲକବାସୀଙ୍କ ପାଇଁ ୩୫୧.୪୪ କୋଟି ଟଙ୍କା ଏବଂ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୧୫ ପଞ୍ଚାୟତ ଓ ଯାଜପୁର ନିର୍ବାଚନ ମଣ୍ଡଳୀର ୨୦ ପଞ୍ଚାୟତ ପାଇଁ ୧୯୧.୮୫ କୋଟି ଟଙ୍କାର ୨ଟି ମେଗା ଜଳ ଯୋଗାଣ ପ୍ରକଳ୍ପ ୩୦ା୧୨ା୨୦୧୯ରୁ ଆରମ୍ଭ ହୋଇଛି। ଏହି ୨ ପ୍ରକଳ୍ପରେ ଅଟକଳରୁ ପରିମାଣରୁ ପ୍ରାୟ ୮୦ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି, ହେଲେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଅନ୍ୟପକ୍ଷେ ନିୟୋଜିତ ଠିକାସଂସ୍ଥା ମେଘା ଇଞ୍ଜିନିୟର୍ସ ଇନଫ୍ରାଷ୍ଟ୍ରକ୍ଚର ଲିଃ ବିଭିନ୍ନ ବାହାନା କରି ଅଟକଳ ପରିମାଣ ବଢେଇବାରେ ଲାଗିଛି। ମୋଟା ଅଙ୍କର ହାତଗୁଞ୍ଜା ନେଇ ଏହାକୁ ବିଭାଗୀୟ ଅଧିକାରୀମାନେ ମଧ୍ୟ ଆଖି ବୁଜି ସହଯୋଗ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଇତିମଧ୍ୟରେ ଠିକାସଂସ୍ଥା କର୍ତ୍ତୃପକ୍ଷ ପାଇପ୍‌ ଚୋରି ହେଉଥିବା ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଛି। ଏହିମର୍ମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ୩ ଥାନାରେ ଅଭିଯୋଗ କରାଯାଇଛି। ଡକ୍‌ଟାଇଲରେ ଆଇରନରେ ନିର୍ମିତ ୫.୫ ମିଟର ଲେଖାଏଁ ପାଇପ କାଟି ଚୋରି ସଂକ୍ରାନ୍ତରେ ଥାନାରେ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହାସହ ଉକ୍ତ ଅଭିଯୋଗରେ ଏଜେନ୍ସି ପକ୍ଷରୁ ପାଇପ୍‌ ଜଗିବା ସମ୍ଭବପର ନୁହେଁ ବୋଲି ଯୁକ୍ତି ବଢାଯାଇଛି। ତେବେ ସତରେ ଯଦି ପାଇପ୍‌ ଚୋରି ହୋଇଛି ତେବେ ନିର୍ଦ୍ଦିଷ୍ଟ ସ୍ଥାନ ଏବଂ ସମୟ ସଂକ୍ରାନ୍ତରେ ଅଭିଯୋଗରେ କୌଣସି ସୂଚନା ନାହିଁ। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଡ୍ଲ୍ୟୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଗୁରୁବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri