Posted inଫୁରସତ

ମାସ୍କ ବଦଳରେ ବେକରେ ସାପ ଗୁଡ଼ାଇ ବସ୍‌ରେ ଯାତ୍ରା କଲେ ବ୍ୟକ୍ତିି

ଲଣ୍ଡନ, ୧୫।୯: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ସାନିଟାଇଜରରେ ହାତକୁ ସଫା କରିବା ସହିତ ମାସ୍କ ଓ ପିପିଇ କିଟ୍‌ ପରିଧାନ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସାପକୁ ନିଜର ମାସ୍କ ଭାବେ ବ୍ୟବହାର କରିଛନ୍ତି। ବ୍ରିଟେନର ଏକ ଖବର କାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାଞ୍ଚେଷ୍ଟରର ସେଲ୍‌ଫ୍ରୋଡ୍‌ରେ ଏହି ଅଦ୍ଭୁତ ଘଟଣାର ଭିଡିଓ ଶୁଟିଂ କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ବସ୍‌ ଭିତରେ ଜଣେ ବ୍ୟକ୍ତି ଗୋଟିଏ ସାପକୁ ମାସ୍କ ପରି ବେକରେ ଗୁଡ଼ାଇ ହୋଇ ବସିଛନ୍ତି। ସାପଟି କୌଣସି ନାମୀଦାମୀ ପୋଷାକର ଷ୍ଟଲ୍‌ ପରି ଦେଖାଯାଉଛି। ଏପରିକି ପାଖରେ ବସିଥିବା ଲୋକମାନେ ମଧ୍ୟ ଏହା ଜାଣିନାହାନ୍ତି ଯେ, ସେହି ବ୍ୟକ୍ତିଜଣଙ୍କ ମାସ୍କ ନୁହେଁ ବରଂ ଗୋଟିଏ ସାପକୁ ବେକରେ ଗୁଡ଼ାଇଛନ୍ତି। ଭିଡିଓ ଶୁଟିଂ କରିଥିବା ବସ୍‌ର ଜଣେ ଯାତ୍ରୀ କହିଛନ୍ତି, ଏହି ଦୃଶ୍ୟଅତ୍ୟନ୍ତ ମଜାଦାର ଥିଲା। ବେକରେ ସାପ ଗୁଡ଼ାଇ ବସ୍‌ରେ ଯାତ୍ରା କରୁଥିବା ଏହି ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବ ନାସା

ଓ୍ବାଶିଂଟନ, ୨୨।୯: ଆଗାମୀ ଦିନରେ ମହିଳା ମହାକାଶଚାରୀ ଚନ୍ଦ୍ରକୁ ଯିବେ। ଏନେଇ ନାସା ପକ୍ଷରୁ ଏକ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି। ୨୦୨୪ରେ ନାସା...

ଶ୍ମଶାନରେ ପାଳିଲେ ଜନ୍ମଦିନ

ସାଧାରଣତଃ କୌଣସି ବନ୍ଧୁଙ୍କର ଜନ୍ମଦିନ ପାଳନ କରିବା ପାଇଁ କେତେକ’ଣ ପୂର୍ବ ପ୍ରସ୍ତୁତି ଚାଲିଥାଏ। କେଉଁଠି କେକ୍‌ କଟାଯିବ, କେତେ ଅତିଥି ଯୋଗଦେବେ, ଭୋଜିରେ ଖାଦ୍ୟ...

ଅଣ୍ଡିରା ଛେଳି ଦେଉଛି କ୍ଷୀର: ପିଉଛନ୍ତି ପୂରା ପରିବାର

ରାଜସ୍ଥାନ,୨୭।୭-ଏକ ଅଣ୍ଡିରା ଛେଳି ବା ଖାସୀ କ୍ଷୀର ଦେଉଛି। ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ସତ। ରାଜସ୍ଥାନର ଧୌଲପୁର ଜିଲା ଗୁର୍ଜା ଅଞ୍ଚଳରେ...

ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜରୁରୀକାଳୀନକର୍ମୀ ପ୍ରଦାନ କଲେ ବ୍ୟାଚ୍‌

ବର୍କଶାୟର,୧।୨: ଜଣେ ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜଣ ଜରୁରୀକାଳୀନକର୍ମୀ ନିଜର ବ୍ୟାଚ୍‌ ପ୍ରଦାନ କରିଛନ୍ତି। ଆମେରିକାର ପୋଲିସକର୍ମୀ ପି.ସି.ଏଣ୍ଡୁ ହାର୍ପର ଡ୍ୟୁଟିରେ...

‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍‌ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ

ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ...

ବିଶ୍ୱ ମହୁମାଛି ଦିବସ: ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ

ମହୁମାଛି ଆମ ଜୀବନରେ ବହୁ ଗୁରୁତ୍ୱପୂର୍ଣ୍ଣ। ଆମେ ଖାଉଥିବା ଫଳ, ପନିପରିବା କିମ୍ବା ଶସ୍ୟଜାତ ଉଦ୍ଭିଦ ଲଗାଇବା ପାଇଁ କେବଳ ଖରା, ମାଟି, ପାଣି ପବନ...

କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ...

କହୁଣୀରେ ଲେଖି ପରୀକ୍ଷା ଦେଇ ରଖିଥିଲେ ୮୧ ପ୍ରତିଶତ ନମ୍ବର

ବଡ଼ୋଦରା,୭।୩: ଇଛାଶକ୍ତି ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ବଡ଼ୋଦରାରେ ବାସ କରୁଥିବା ଦ୍ୱାଦଶ ଶ୍ରେଣୀ...

Coronavirus Update


Archives

Model This Week

Why Dharitri