୧୯ ବଦଳରେ ଅଛନ୍ତି ୩ ଡାକ୍ତର

ଗୁଣପୁର,୧୩ା୩(ଡି.ଏନ.ଏ):ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଦେଖାଦେଇଛି। ଏଠାରେ ୧୯ ଜଣ ଡାକ୍ତର ରହିବା ବଦଳରେ ଅଛନ୍ତି ମାତ୍ର ୩ ଜଣ। ଡେପୁଟେଶନରେ ଆସିଥିବା ୩ ଜଣଙ୍କୁ ମିଶାଇ ସମୁଦାୟ ୬ ଜଣ ଡାକ୍ତର ରୋଗୀ ସେବା ସମ୍ଭାଳୁଛନ୍ତି। ଡାକ୍ତର ନ ଥିବାରୁ ବିଭିନ୍ନ ସମୟରେ ସେବା ବ୍ୟାହତ ହେଉଛି। ରୋଗୀଙ୍କ ସହ ସଂପର୍କିୟମାନେ ନାହି ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହାକୁ ନେଇ ରବିବାର ସନ୍ଧ୍ୟାରେ ସ୍ଥାନୀୟ କନ୍ୟକା ପରମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ହୋଇଥିଲା। ବୈଠକରେ ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ଦଳର ରାଜନୈତିକ ନେତା ମାନେ ଉପସ୍ଥିତ ରହିଥିଲେ। ଡାକ୍ତର ସମସ୍ୟା ନେଇ ଆଗାମି ଦିନରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲୋ ୫ଟି ସଚିବ,ସ୍ବାସ୍ଥ୍ୟ ସଚିବ,ଏମପି, ବିଧାୟକ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ରାଜ୍ୟ ଉପଦେଷ୍ଟା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଦାବପତ୍ର ପ୍ରଦାନ କରିବାକୁ ସ୍ଥିର ହୋଇଛି। ଆନ୍ଦୋଳନକୁ ପରିଚାଳନା କରିବା ପାଇଁ ୧୭ ଜଣିଆ ପ୍ରତିନିଧି ମଣ୍ଡଳି ମଧ୍ୟ ଗଠନ କରାଯାଇଥିଲା। ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଗୁଣପୁର,ପଦ୍ମପୁର,ରାମନାଗୁଡା, ଗୁଡାରୀ ସହ ସୀମାବର୍ତ୍ତି ଗଜପତି ଜିଲାର ଲୋକେ ମଧ୍ୟ ନିର୍ଭର କରିଥାନ୍ତି। ହେଲେ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ପାଇଁ ସେବା ଠପ ହୋଇପଡିଛି। ବର୍ତ୍ତମାନ ଏହି ସ୍ବାସ୍ଥ୍ୟ କେନ୍ଦ୍ର ୫-ଟି ଅଧିନକୁ ଯାଇଥିବାବେଳେ ଭିତ୍ତିଭୂମିର ବିକାଶ ପାଇଁ ୧୯ କୋଟିରୁ ଉଦ୍ଦର୍‌ବ ଟଙ୍କା ମଞ୍ଜୁର ହୋଇଛି ା ଯାହାକୁ ସାଧାରଣରେ ସ୍ବାଗତ କରାଯାଇଛି । ହେଲେ ଏହା ଦ୍ବାରା ଡାକ୍ତର ସମସ୍ୟା ସମାଧାନ ହୋଇପାରିବ କି ବୋଲି ପ୍ରଶ୍ନ ଉଠଛି। ସରକାର ତୁରନ୍ତ ଦୃଷ୍ଟି ଦେବା ସହ ଡାକ୍ତର ନିଯୁକ୍ତି ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲାା ଯୁବ ସଂଗଠକ ସତ୍ୟ ସୁନ୍ଦର କରଙ୍କ ଆବାହକତ୍ବରେ ହୋଇଥିବା ବୈଠକରେ ଉମା ଚରଣ ପଟ୍ଟନାୟକ, ବ୍ରହ୍ମାନନ୍ଦ ପଟ୍ଟନାୟକ,ୱାଇ.ଗଣପତି,ପୌର ପରିଷଦର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ,ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ,ରାଜେନ୍ଦ୍ର ପ୍ରସାଦ ସାହୁ,ରାମ ପଣ୍ଡା,ଏସ.ବାବା ପ୍ରସାଦ,ପ୍ରୋମଦ ସାହୁ,ରମେଶ ଲିମା, ଗଜେନ୍ଦ୍ର ପାଳ, ବାସା ଶତପଥିଙ୍କ ସମେତ ସହରର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲୋ